ପ୍ରମୁଖ ଖବର

ଠିକା କର୍ମଚାରୀଙ୍କ ଗ୍ରାଚ୍ୟୁଇଟି ଦାୟିତ୍ୱ ମୁଖ୍ୟ କମ୍ପାନୀର ନୁହେଁ : ସୁପ୍ରିମକୋର୍ଟ
ବର୍ଷା ପାଇଁ ଅକ୍ଟୋବର ୩କୁ ଘୁଂଚିଲା ୫ମ ବୃତ୍ତି ପରୀକ୍ଷା
ଅନନ୍ତ ନାଗଙ୍କୁ ଦାଦାସାହେବ ଫାଲ୍‌କେ ପୁରସ୍କାର
ଦିଲ୍ଲୀ ଏସ୍‌ଆଇଆର୍‌ ନେଇ ଇସିଙ୍କୁ ସୁପ୍ରିମକୋର୍ଟ ନୋଟିସ
ଗଭୀର ଅବପାତ ଆଶଙ୍କା,୭ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ
ପାର୍ବଣ ପୂର୍ବରୁ ମହଙ୍ଗା ହୋଇପାରେ ଖାଇବା ତେଲ
ଏସୀୟ କ୍ରୀଡ଼ା: ଦ୍ୱିତୀୟ ଦିନରେ ଭାରତକୁ ୪ ପଦକ

ବ୍ରିକ୍ସ ସମ୍ମିଳନୀରେ ମୋହନ ମାଝୀ

0

ଜିରୋ କାଜୁଆଲିଟି’ ପାଇଁ ବିଶ୍ୱ ପ୍ରସିଦ୍ଧ ଓଡ଼ିଶା
ପୁରୀ: ପୁରୀରେ ଆୟୋଜିତ ବ୍ରିକ୍ସ ‘ଡିଜାଷ୍ଟର ରିସ୍କ ରିଡକ୍ସନ ୱାର୍କିଂ ଗ୍ରୁପ୍’ (DRRG)ର ଦ୍ୱିତୀୟ ବୈଷୟିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶାର ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରର ସଫଳତାକୁ ବିଶ୍ୱ ସମ୍ମୁଖରେ ଉପସ୍ଥାପନ କରିଛନ୍ତି। ‘ଜଗନ୍ନାଥଙ୍କ ଭୂମିରେ ଆପଣଙ୍କୁ ସ୍ୱାଗତ’ ବୋଲି କହି ସେ ବ୍ରିକ୍ସ ଦେଶମାନଙ୍କ ପ୍ରତିନିଧିଙ୍କୁ ଅଭିନନ୍ଦନ ଜଣାଇଥିଲେ। ୧୧ଟି ବ୍ରିକ୍ସ ସଦସ୍ୟ ଦେଶର ପ୍ରତିନିଧି ଓ ବିଶେଷଜ୍ଞମାନେ ଯୋଗଦେଇଥିବା ଏହି ବୈଠକରେ ବାତ୍ୟା ପରିଚାଳନା, ପୂର୍ବ ସତର୍କ ସୂଚନା, ସ୍ଥାନାନ୍ତରଣ ବ୍ୟବସ୍ଥା, ସମୁଦାୟ ଭିତ୍ତିକ ପଦକ୍ଷେପ ଏବଂ ବିପର୍ଯ୍ୟୟ ବିପଦ ହ୍ରାସ ନେଇ ଗଭୀର ଆଲୋଚନା ହୋଇଥିଲା।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ପ୍ରାକୃତିକ ବିପର୍ଯ୍ୟୟ ସମୟରେ ‘ଜିରୋ କାଜୁଆଲିଟି’ ଲକ୍ଷ୍ୟ ହାସଲ କରି ଓଡ଼ିଶା ବିଶ୍ୱସ୍ତରରେ ପ୍ରଶଂସା ଅର୍ଜନ କରିଛି। ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ Suresh Pujari ୧୯୯୯ ମହାବାତ୍ୟାର ଅନୁଭୂତିକୁ ସ୍ମରଣ କରି କହିଥିଲେ ଯେ, ସେହି ବିପର୍ଯ୍ୟୟ ପରେ ଓଡ଼ିଶା ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ନୂତନ ଆଭିମୁଖ୍ୟ ଗ୍ରହଣ କରିଥିଲା। ପୂର୍ବ ସତର୍କ ସୂଚନା, ବ୍ୟାପକ ସ୍ଥାନାନ୍ତରଣ, ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ଏବଂ ଗୋଷ୍ଠୀ ଭିତ୍ତିକ ସହଭାଗିତା ରାଜ୍ୟକୁ ବିପର୍ଯ୍ୟୟ ପରିଚାଳନାରେ ଅଗ୍ରଣୀ କରିଛି।

ଏହି ବୈଠକରେ ବ୍ରାଜିଲ୍, ଚୀନ୍, ଇଜିପ୍ଟ, ଇଥିଓପିଆ, ଭାରତ, ଇଣ୍ଡୋନେସିଆ, ଇରାନ୍, ରୁଷ, ସାଉଦି ଆରବ, ଦକ୍ଷିଣ ଆଫ୍ରିକା ଏବଂ ସଂଯୁକ୍ତ ଆରବ ଏମିରେଟ୍ସରର ପ୍ରତିନିଧିମାନେ ସାମିଲ ହୋଇଥିଲେ। ଏପଟେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମଧ୍ୟ ପୁରୀରେ ଆୟୋଜିତ ବ୍ରିକ୍ସ ବୈଠକକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ, ୧୯୯୯ ମହାବାତ୍ୟା ପରଠାରୁ ଓଡ଼ିଶା ବିପର୍ଯ୍ୟୟ ପରିଚାଳନାରେ ବିଶ୍ୱସ୍ତରୀୟ ରୋଲ୍ ମଡେଲ୍ ଭାବେ ଉଭା ହୋଇଛି ଏବଂ ଏହା ରାଜ୍ୟ ପାଇଁ ଗର୍ବର ବିଷୟ।

Leave A Reply

Your email address will not be published.