ପ୍ରମୁଖ ଖବର

କଟକ ରେଲ୍‌ଓ୍ବେ ଷ୍ଟେଶନରେ ଭୁଶୁଡ଼ିଲା ଛାତ
ଚାଷୀଙ୍କୁ ନୂଆଖାଇ ଭେଟି, ସିଏମ୍‌ କିଷାନର ୩ୟ କିସ୍ତି ଟଙ୍କା ପ୍ରଦାନ
ବନ୍ୟାରେ ଭାସିଗଲା କାର୍‌ ; ଗୋଟିଏ ପରିବାରର ୪ ମୃତ
ଲାଞ୍ଚ ନେଉଥିବା ବେଳେ ରାଜ୍ୟ ଟିକସ ସହକାରୀ କମିଶନର ଗିରଫ
ବୈଷ୍ଣୋଦେବୀ ମନ୍ଦିର ନିକଟରେ ଭୂସ୍ଖଳନ, ୩୨ ମୃତ
ଗଶେଣ ଚତୁର୍ଥୀରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ
ନୂଆଖାଇ ପାଇଁ ଅଗଷ୍ଟ ୨୯ରେ ବନ୍ଦ ରହିବ ସମସ୍ତ ଶିକ୍ଷାନୁଷ୍ଠାନ

ରାଜ୍ୟ ସରକାରଙ୍କ ଉପରେ କମ୍ପିଲେ ରାଜନାଥ

0

ନୟାଗଡ, କଟକ ଓ ମୟୂରଭଂଜରେ ପ୍ରଚାର କଲେ
ନୟାଗଡରେ ଚିନିକଳ ଓ କରଞ୍ଜିଆକୁ ରେଳ ସେବା ପ୍ରତିଶ୍ରୁତି

ଭୁବନେଶ୍ୱର:କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂହ ଆଜି ମାରାଥନ୍‍ ପ୍ରଚାର କରି ବିଜେପି ପ୍ରାର୍ଥୀଙ୍କ ଲାଗି ଭୋଟ ମାଗିଛନ୍ତି । ଶ୍ରୀ ସିଂହ ନୟାଗଡ, କିଶନନଗର, ମୟୂରଭଂଜ ଜିଲ୍ଲା ଗସ୍ତ କରି ସଭା କରିଥିଲେ । ରାଜ୍ୟ ସରକାରଙ୍କୁ କଠୋର ସମାଲୋଚନା କରିବା ସହିତ କେନ୍ଦର୍‍ ସରକାର ରାଜ୍ୟକୁ କି କି ସହାୟତା ଦେଇଛନ୍ତି, ଆଗକୁ ସରକାର ଆସିଲେ ଓଡ଼ିଶାର କେଉଁ କେଉଁ କ୍ଷେତ୍ରରେ ବିକାଶ ହେବ, ସେ ନେଇ ସୂଚାଇଥିଲେ ମନ୍ତ୍ରୀ ।

ମୟୂରଭଂଜ କରଞ୍ଜିଆ କେନାଲ ପଡିଆରେ ଆୟୋଜିତ ସଭାରେ କେନ୍ଦୁଝର ବିଜେପି ସାଂସଦ ପ୍ରାର୍ଥୀ ଅନନ୍ତ ନାୟକ ଓ ସ୍ଥାନୀୟ ବିଜେପି ବିଧାୟକ ପ୍ରାର୍ଥୀ ପଦ୍ମଚରଣ ହାଇବୁରୁଙ୍କ ପାଇଁ ଭୋଟ ମାଗିବାକୁ ଯାଇ ରାଜନାଥ ଦଳ କ୍ଷମତାକୁ ଆସିଲେ କରଞ୍ଜିଆକୁ ରେଳ ସଂଯୋଗ କରାଯିବ ବୋଲି କହିଥିଲେ । ମନ୍ତ୍ରୀଙ୍କ ଏହି ଘୋଷଣା ବେଳେ ସଭାସ୍ଥଳ ତାଳିମାଡରେ କମ୍ପି ଉଠିଥିଲା । ପୁଲଵାମା ଆକ୍ରମଣ ସଂପର୍କରେ ଅବତାରଣା କରି ଶତ୍ରୁକୁ ଦୃଢ ହସ୍ତରେ ଦମନ କରାଯିବ ବୋଲି କହିଥିଲେରାଜନାଥ । କଂଗ୍ରେସ ନାଁ ନ ନେଇ ସ୍ୱରାଷ୍ଟ୍ରମନ୍ତ୍ରୀ ଏକଥା ବି କହିଥିଲେ ଯେ ପୁଲଵାମା ଆକ୍ରମଣ ଘଟଣାର ୧୩ ଭିତରେ ଜବାବ ଦିଆଗଲା । କିନ୍ତୁ କେତେକ ବ୍ୟକ୍ତି ବିଶେଷ ଏହାକୁ ସମାଲୋଚନା କରିବାରେ ଲାଗିଛନ୍ତି । ରାଜ୍ୟ ସରକାରଙ୍କୁ ସମାଲୋଚନା କରି ରାଜନାଥ କହିଥିଲେ ଯେ ଟଙ୍କିକିଆ ଚାଉଳ, ଉଜ୍ଜଳା ଯୋଜନା, ସ୍ୱାସ୍ଥ୍ୟ ସେବା, ପ୍ରଧାନମନ୍ତ୍ର ଆବାସ ଯୋଜନା ସବୁ କେନ୍ଦ୍ର ଦେଇଛି । ମାତ୍ର ରାଜ୍ୟ ସରକାର ଲୋକଙ୍କୁ ଭୁଆଁ ବୁଲାଉଛନ୍ତି ।

କଟକ କିଶନନଗରରେ ଆୟୋଜିତ ସଭାରେ ରାଜନାଥ ସାଂସଦ ପ୍ରାର୍ଥୀ ପ୍ରକାଶ ମିଶ୍ର ଓ ସ୍ଥାନୀୟ ବିଧାନସଭା ପ୍ରାର୍ଥୀ ଦିଲ୍ଲିପ ମଲ୍ଲିକଙ୍କୁ ଜିତାଇବାକୁ ନିବେଦନ କରିଥିଲେ । ମନ୍ତ୍ରୀ ଏହି ଅବସରରେ କହିଥିଲେ, ୨୦୨୦ସୁଦ୍ଧା ସମସ୍ତଙ୍କୁ ଘର ଓ ରନ୍ଧନ ଗ୍ୟାସ ମିଳିବ । ୫ବର୍ଷରେ ଦେଶରୁ ଗରିବି ହଟିବ ।

ନୟାଗଡରେ ରାଜନାଥ କହିଥିଲେ,୨୦ ବର୍ଷ ହେଲା ରାଜ୍ୟ ସରକାର ଶାସନ କରିଛି ସତ, କିନ୍ତୁ ସର୍ବନିମ୍ନ ମୌଳିକ ସୁବିଧା ଲୋକଙ୍କ ନିକଟରେ ପହଞ୍ଚାଇପାରିନାହାନ୍ତି । ଗୋଟିଏ ଅଞ୍ଚଳ ବିକାଶ ପାଇଁ ୨୦ ବର୍ଷ କିଛି କମ ନୁହେଁ । ସ୍ଥାନୀୟ ଅଞ୍ଚଳର ପ୍ରମୁଖ ସମସ୍ୟା ଚାଷ ଓ ଚାଷୀଙ୍କ ସ୍ୱାର୍ଥ କ୍ଷେତ୍ରରେ ସରକାର ଯେଉଁ ସବୁ ଅବିଚାର କରିଛନ୍ତି ସେ ନେଇ କେନ୍ଦ୍ରମନ୍ତ୍ରୀ ବର୍ଷିବା ସହିତ ଦଳ କ୍ଷମତାକୁ ଆସିଲେ ନୟାଗଡରେ ଚିନିକଳ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଦଳର ସାଂସଦ ପ୍ରାର୍ଥୀ ସମ୍ୱିତ ପାତ୍ର ଓ ଇରାନୀ ରାୟଙ୍କୁ ଜିତାଇବାକୁ ସେ ନିବେଦନ କରିଥିଲେ ।

Leave A Reply

Your email address will not be published.