ପ୍ରମୁଖ ଖବର

ଫାର୍ମା କମ୍ପାନୀ ଫ୍ୟାକ୍ଟ୍ରି ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୩୪କୁ ବୃଦ୍ଧି
ବିଏମସି କମିଶନର ଆକ୍ରମଣ ଘଟଣାରେ ସଫେଇ କର୍ମଚାରୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ
ଶରଧାବାଲି ଅଘଟଣ ପରେ ଆଜି ପୁରୀ ଯିବେ ମୁଖ୍ୟମନ୍ତ୍ରୀ
ଶସ୍ତା ହେଲା ଏଲପିଜି ସିଲିଣ୍ଡର
ମୃତ୍ତିକା ସଂରକ୍ଷଣ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଦୟାନିଧି ବାଗ୍‌ ଗିରଫ
ଅନିର୍ଦ୍ଦିଷ୍ଟ କାଳ ପାଇଁ ଛୁଟିରେ ଗଲେ ୮ ଜିଲ୍ଲାର ଓଏସ ଓ ଓଆରଏସ ଅଫିସର
ବାଣ ତିଆରି କାରଖାନାରେ ବିସ୍ଫୋରଣ; ୫ ମୃତ
୨ ଦିନିଆ ଓଡିଶା ଗସ୍ତରେ ଆସିବେ ରାଷ୍ଟ୍ରପତି
ବିଶ୍ୱ ପୋଲିସ ଏବଂ ଅଗ୍ନିଶମ କ୍ରୀଡାରେ ବାଜିମାରିଲେ ଓଡ଼ିଶା ପୋଲିସ କନଷ୍ଟେବଳ

ବିଜୟଙ୍କ ପାଇଁ ନବୀନ-ଧର୍ମେନ୍ଦ୍ର ମୁହାଁମୁହିିଁ

0

ପାଟକୁରା ନିର୍ବାଚନ ବନ୍ଦ ପାଇଁ ନବୀନ ନିବେଦନ କରିଥିଲେ
ଆପତ୍ତି ଉଠାଇଲେ ଧର୍ମେନ୍ଦ୍ର, ନିର୍ବାଚନ କରିବା ଲାଗି କହିଲେ
ବିଜେଡି ବିରୋଧରେ ବିଷୋଦଗାର କଲା ବିଜେପି, କହିଲା ଡରୁଛନ୍ତି

ଭୁବନେଶ୍ୱର:ପାଟକୁରାରେ ନିର୍ବାଚନ ହେବ କି ନାହି, ତାହାକୁ ନେଇ ବିଜେଡି-ବିଜେପି ମୁହାଁମୁହିଁ ହୋଇଛନ୍ତି । ଗତକାଲି ନୂଆଦିଲ୍ଲୀ ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାରତର ନିର୍ବାଚନ କମିସନଙ୍କୁ ଭେଟି ସମ୍ଭାବ୍ୟ ବାତ୍ୟା ଫନି ପରିପ୍ରେକ୍ଷୀରେ ପାଟକୁରା ନିର୍ବାଚନ ବନ୍ଦ କରିବା ଲାଗି ନିବେଦନ କରିଥିଲେ । ଦର୍ଶାଇଥିଲେ ଯେ ବାତ୍ୟା ପ୍ରଭାବରେ କେନ୍ଦ୍ରାପଡା ପ୍ରଭାବିତ ହେବ । ଦଳମତ ନିର୍ବିଶେଷରେ ସମସ୍ତଙ୍କ ସହଯୋଗରେ ହିଁ ଏହି ବିପର୍ଯ୍ୟୟ ମୁକାବିଲା କରାଯାଇପାରିବ । ବର୍ତମାନ ପରିସ୍ଥିତିରେ ଏଠାରେ ନିର୍ବାଚନ ସମ୍ଭବ ନୁହେଁ, କାରଣ, ଲୋକଙ୍କୁ ସ୍ଥାନାନ୍ତର କରିବାକୁ ପଡିବ ଓ ବିପର୍ଯ୍ୟୟ କାରଣରୁ ପରିସ୍ଥିତିରେ କେବେ ସୁଧାର ଆସିବ, ତାହା ପୂର୍ବାନୁମାନ କରାଯାଇପାରିବ ନାହିଁ । ପ୍ରଭାବିତ ହେବାକୁ ଥିବା ସମ୍ଭାବ୍ୟ ଜିଲ୍ଲାରେ ନିର୍ବାଚନ ଆଚରଣ ବିଧି କୋହଳ କରିବାକୁ ମଧ୍ୟ ନବୀନ ନିବେଦନ କରିଥିଲେ ।

ଏହାକୁ ଆଧାର କରି ଗତକାଲି ୧୧ଟି ଜିଲ୍ଲାରେ ନିର୍ବାଚନ କମିସନ ଆଚରଣ ବିଧି କୋହଳ କରିଛନ୍ତି । ପାଟକୁରା ନିର୍ବାଚନ ହେବ କି ନାହିଁ, ତାହା ଜଣାପଡିନାହିଁ । ଏପରି ପରିସ୍ଥିତିରେ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ପ୍ରତିନିଧି ମଣ୍ଡଳୀ ନେଇ ନିର୍ବାଚନ କମିସନଙ୍କୁ ଭେଟି ନବୀନଙ୍କ ନିବେଦନ ଉପରେ ଆପତ୍ତି ଜଣାଇଛନ୍ତି । ନିର୍ବାଚନ କରିବା ଲାଗି ସେ ଦାବି କରିଛନ୍ତି । ବିଜେଡି ଡରରେ ଏହି ନିର୍ବାଚନ ଘୁଞ୍ଚାଇବାକୁ ଚାହୁଁଛି ଓ ଏହା ପରାଜୟର ପ୍ରତିଫଳନ ବୋଲି ନିର୍ବାଚନ କମିସନଙ୍କୁ ଜଣାଇଛନ୍ତି ।

କେବଳ ସେତିକି ନୁହେଁ, ଧର୍ମେନ୍ଦ୍ର ମତଦାନ ସମୟରେ ବିଜେପି କର୍ମୀଙ୍କ ଉପରେ ଶାସକ ଦଳର ହିଂସାର ପ୍ରମାଣ ନିର୍ବାଚନ କମିସନଙ୍କୁ ଦେଇଛନ୍ତି । ବିଜେପି ଅଭିଯୋଗ କରିଛି ଯେ ରାଜ୍ୟ ନିର୍ବାଚନ ଅଧିକାରୀ ଭ୍ରଷ୍ଟ, ଶାସକ ଦଳ ପାଇଁ ସେ କାର୍ଯ୍ୟ କରୁଛନ୍ତି । ମିଛ ସଂଗଠନର ଆବେଦନ ଉପରେ ଶାସକ ଦଳକୁ ସମର୍ଥନ ପାଇଁ କିଛି ବୁଥରେ ପୁଣି ଭୋଟ ପାଇଁ ସିଇଓ ଷଡଯନ୍ତ୍ର କରୁଛନ୍ତି ।

ବିଜେପି ଏକଥା ଅଭିଯୋଗ କରିଛି ଯେ ବାତ୍ୟା କାରଣରୁ ଆଚରଣ ବିଧି କୋହଳ ହେବାକୁ ଆୟୁଧ କରି ୧୦୦୦ କୋଟିର ମିଛ ବିଲ ପାଇଁ ରାଜ୍ୟ ସରକାର ଷଡଯନ୍ତ୍ର ଚଳାଇଛନ୍ତି । ଏହି ପ୍ରତିନିଧି ଦଳରେ ବିଜେପିର ବରିଷ୍ଠ ନେତାମାନେ ସାମିଲ ଥିଲେ ।

ଉଲ୍ଲେଖଯୋଗ୍ୟ, ପାଟକୁରାରେ ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର ନିର୍ବାଚନ ଲଢୁଛନ୍ତି । ସେଠାରେ ବିଜେଡି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରଵାଲଙ୍କର ମୃତ୍ୟୁ ହେବାରୁ ନିର୍ବାଚନ ସ୍ଥଗିତ ହୋଇଥିଲା । ପରେ ୨୪ ତାରିଖରେ ନିର୍ବାଚନ କମିସନ ଆସନ୍ତା ମେ ୧୯ ତାରିଖରେ ନିର୍ବାଚନ ହେବ ବୋଲି ଘୋଷଣା କରିଥିଲେ । ସେ ଅନୁସାରେ ଆଜି ଅର୍ଥାତ୍‍ ବୁଧବାର ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ଥିଲା । ଏହାର ଅବ୍ୟବହିତ ପୂର୍ବରୁ ଅନୁକମ୍ପା ଗୋଟାଇବା ପାଇଁ ବିଜେଡି ବେଦପ୍ରକାଶଙ୍କ ପତ୍ନୀ ସାବିତ୍ରୀ ଅଗ୍ରଵାଲଙ୍କୁ ପ୍ରାର୍ଥୀ କରିଥିଲା । ସେ ମଙ୍ଗଳବାର ନାମାଙ୍କନ ପତ୍ର ଦାଖଲ କରିଥିଲା ।

୨୦୦୦ ମସିହାରେ ଶେଷ ମୁହୂର୍ତରେ ବିଜୟ ମହାପାତ୍ରଙ୍କ ଟିକେଟ୍‍ କାଟିଦେଇଥିଲା ବିଜେଡି । ସେବେଠାରୁ ବିଜୟଙ୍କୁ ବିଧାନସଭାରେ ପ୍ରବେଶ ରୋକିବାଲାଗି କୌଣସି ସୁଯୋଗ ହାତଛଡା କରିନାହିଁ ।

Leave A Reply

Your email address will not be published.