ପ୍ରମୁଖ ଖବର

ଓଡିଶା, ଗୁଜୁରାଟ, ସୌରାଷ୍ଟ୍ର, ପଶ୍ଚିମ ମଧ୍ୟପ୍ରଦେଶ, ମଧ୍ୟ ମହାରାଷ୍ଟ୍ର ଏବଂ କୋଙ୍କନ ଅତ୍ୟନ୍ତ ଭାରି ବର୍ଷା ସମ୍ଭାବନା
୨୦ସେମିରୁ ଅଧିକ ବର୍ଷା ସମ୍ଭାବନା ନେଇ ରେଡ ଓ୍ବାର୍ଣ୍ଣିଂ ଜାରି
ସକ୍ରିୟ ସ୍ପଷ୍ଟ-ଚିହ୍ନିତ ଲଘୁଚାପ କ୍ଷେତ୍ର ପ୍ରଭାବରେ କରାଯାଇଛି ବଡ଼ ବର୍ଷାର ପୂର୍ବାନୁମାନ
୮ ଯାଏଁ ବର୍ଷା: ୯ ଜିଲ୍ଲାକୁ ରେଡ୍‌ ଆଲର୍ଟ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ବିପଦ
ଓମ୍‌ସା ସହିତ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୈଠକ ପରେ ନିଷ୍ପତ୍ତି; ଡାକ୍ତର ଆନ୍ଦୋଳନ ସ୍ଥଗିତ
ଭୁବନେଶ୍ୱର ବାଣୀବିହାର ଅଞ୍ଚଳରେ ଡ୍ରେନ୍‌ରେ ଭାସି ଯାଇ ଯୁବକ ନିଖୋଜ
ଚଳଚ୍ଚିତ୍ର ଓ ଓଟିଟି କଣ୍ଟେଣ୍ଟ ପାଇରେସି ଉପରେ କଟକଣା ଲଗାଇବାକୁ ଟେଲିଗ୍ରାମକୁ ନିର୍ଦ୍ଦେଶ
ମମତାଙ୍କୁ ଝଟକା: ବରିଷ୍ଠ ନେତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ତୃଣମୂଳର ରାଜ୍ୟ ସଭାପତି ପଦ ସମେତ ଦଳର ସମସ୍ତ ପଦବୀରୁ ଦେଲେ ଇସ୍ତଫା
ଅଧିକ ଦାମ ନେଲେ ଫାର୍ମା କମ୍ପାନୀଙ୍କ ବିରୋଧରେ କଡ଼ା ଆକ୍ସନ
ଥାନା କ୍ୱାର୍ଟର୍ସରୁ ମହିଳା ଆଇଆଇସିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସେ ଆତ୍ମହତ୍ୟା କରିଥିବା ସୂଚନା ମିଳୁଛି
ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି
ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଡିଏମକେ ବିଧାୟକ ଅନିତା ରାଧାକୃଷ୍ଣନ ଗିରଫ
ରାଜଧାନୀ ବୁଦ୍ଧବିହାର ରାସ୍ତାରେ ଗୋଷ୍ଠୀ ସଂଘର୍ଷ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ
୧୦ ଅଭିଯୁକ୍ତଙ୍କୁ ଗିରଫ କଲା କମିସନରେଟ୍ ପୁଲିସ
ଶୁକ୍ରବାର ରାତିରେ ଖଣ୍ଡା, ଭୁଜାଲି ବୁଲାଇବା ସହ ଟେକାପଥର ଫିଙ୍ଗାଫିଙ୍ଗି ହୋଇଥିଲେ
ରଥଯାତ୍ରାଙ୍କୁ ଶୃଙ୍ଖଳିତ କରିବା ପାଇଁ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ଡିଜିଙ୍କ ସ୍ଥିତି ସମୀକ୍ଷା
ଏଥର ମୁତୟନ ହେବେ ୧୨ହଜାର ପୁଲିସ
୩୦୦୦ ହୋମ୍‌ଗାର୍ଡଙ୍କୁ ମଧ୍ୟ ରଥଯାତ୍ରା ସମୟରେ ମୁତୟନ କରାଯିବ

ବିଜୟଙ୍କ ପାଇଁ ନବୀନ-ଧର୍ମେନ୍ଦ୍ର ମୁହାଁମୁହିିଁ

0

ପାଟକୁରା ନିର୍ବାଚନ ବନ୍ଦ ପାଇଁ ନବୀନ ନିବେଦନ କରିଥିଲେ
ଆପତ୍ତି ଉଠାଇଲେ ଧର୍ମେନ୍ଦ୍ର, ନିର୍ବାଚନ କରିବା ଲାଗି କହିଲେ
ବିଜେଡି ବିରୋଧରେ ବିଷୋଦଗାର କଲା ବିଜେପି, କହିଲା ଡରୁଛନ୍ତି

ଭୁବନେଶ୍ୱର:ପାଟକୁରାରେ ନିର୍ବାଚନ ହେବ କି ନାହି, ତାହାକୁ ନେଇ ବିଜେଡି-ବିଜେପି ମୁହାଁମୁହିଁ ହୋଇଛନ୍ତି । ଗତକାଲି ନୂଆଦିଲ୍ଲୀ ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାରତର ନିର୍ବାଚନ କମିସନଙ୍କୁ ଭେଟି ସମ୍ଭାବ୍ୟ ବାତ୍ୟା ଫନି ପରିପ୍ରେକ୍ଷୀରେ ପାଟକୁରା ନିର୍ବାଚନ ବନ୍ଦ କରିବା ଲାଗି ନିବେଦନ କରିଥିଲେ । ଦର୍ଶାଇଥିଲେ ଯେ ବାତ୍ୟା ପ୍ରଭାବରେ କେନ୍ଦ୍ରାପଡା ପ୍ରଭାବିତ ହେବ । ଦଳମତ ନିର୍ବିଶେଷରେ ସମସ୍ତଙ୍କ ସହଯୋଗରେ ହିଁ ଏହି ବିପର୍ଯ୍ୟୟ ମୁକାବିଲା କରାଯାଇପାରିବ । ବର୍ତମାନ ପରିସ୍ଥିତିରେ ଏଠାରେ ନିର୍ବାଚନ ସମ୍ଭବ ନୁହେଁ, କାରଣ, ଲୋକଙ୍କୁ ସ୍ଥାନାନ୍ତର କରିବାକୁ ପଡିବ ଓ ବିପର୍ଯ୍ୟୟ କାରଣରୁ ପରିସ୍ଥିତିରେ କେବେ ସୁଧାର ଆସିବ, ତାହା ପୂର୍ବାନୁମାନ କରାଯାଇପାରିବ ନାହିଁ । ପ୍ରଭାବିତ ହେବାକୁ ଥିବା ସମ୍ଭାବ୍ୟ ଜିଲ୍ଲାରେ ନିର୍ବାଚନ ଆଚରଣ ବିଧି କୋହଳ କରିବାକୁ ମଧ୍ୟ ନବୀନ ନିବେଦନ କରିଥିଲେ ।

ଏହାକୁ ଆଧାର କରି ଗତକାଲି ୧୧ଟି ଜିଲ୍ଲାରେ ନିର୍ବାଚନ କମିସନ ଆଚରଣ ବିଧି କୋହଳ କରିଛନ୍ତି । ପାଟକୁରା ନିର୍ବାଚନ ହେବ କି ନାହିଁ, ତାହା ଜଣାପଡିନାହିଁ । ଏପରି ପରିସ୍ଥିତିରେ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ପ୍ରତିନିଧି ମଣ୍ଡଳୀ ନେଇ ନିର୍ବାଚନ କମିସନଙ୍କୁ ଭେଟି ନବୀନଙ୍କ ନିବେଦନ ଉପରେ ଆପତ୍ତି ଜଣାଇଛନ୍ତି । ନିର୍ବାଚନ କରିବା ଲାଗି ସେ ଦାବି କରିଛନ୍ତି । ବିଜେଡି ଡରରେ ଏହି ନିର୍ବାଚନ ଘୁଞ୍ଚାଇବାକୁ ଚାହୁଁଛି ଓ ଏହା ପରାଜୟର ପ୍ରତିଫଳନ ବୋଲି ନିର୍ବାଚନ କମିସନଙ୍କୁ ଜଣାଇଛନ୍ତି ।

କେବଳ ସେତିକି ନୁହେଁ, ଧର୍ମେନ୍ଦ୍ର ମତଦାନ ସମୟରେ ବିଜେପି କର୍ମୀଙ୍କ ଉପରେ ଶାସକ ଦଳର ହିଂସାର ପ୍ରମାଣ ନିର୍ବାଚନ କମିସନଙ୍କୁ ଦେଇଛନ୍ତି । ବିଜେପି ଅଭିଯୋଗ କରିଛି ଯେ ରାଜ୍ୟ ନିର୍ବାଚନ ଅଧିକାରୀ ଭ୍ରଷ୍ଟ, ଶାସକ ଦଳ ପାଇଁ ସେ କାର୍ଯ୍ୟ କରୁଛନ୍ତି । ମିଛ ସଂଗଠନର ଆବେଦନ ଉପରେ ଶାସକ ଦଳକୁ ସମର୍ଥନ ପାଇଁ କିଛି ବୁଥରେ ପୁଣି ଭୋଟ ପାଇଁ ସିଇଓ ଷଡଯନ୍ତ୍ର କରୁଛନ୍ତି ।

ବିଜେପି ଏକଥା ଅଭିଯୋଗ କରିଛି ଯେ ବାତ୍ୟା କାରଣରୁ ଆଚରଣ ବିଧି କୋହଳ ହେବାକୁ ଆୟୁଧ କରି ୧୦୦୦ କୋଟିର ମିଛ ବିଲ ପାଇଁ ରାଜ୍ୟ ସରକାର ଷଡଯନ୍ତ୍ର ଚଳାଇଛନ୍ତି । ଏହି ପ୍ରତିନିଧି ଦଳରେ ବିଜେପିର ବରିଷ୍ଠ ନେତାମାନେ ସାମିଲ ଥିଲେ ।

ଉଲ୍ଲେଖଯୋଗ୍ୟ, ପାଟକୁରାରେ ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର ନିର୍ବାଚନ ଲଢୁଛନ୍ତି । ସେଠାରେ ବିଜେଡି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରଵାଲଙ୍କର ମୃତ୍ୟୁ ହେବାରୁ ନିର୍ବାଚନ ସ୍ଥଗିତ ହୋଇଥିଲା । ପରେ ୨୪ ତାରିଖରେ ନିର୍ବାଚନ କମିସନ ଆସନ୍ତା ମେ ୧୯ ତାରିଖରେ ନିର୍ବାଚନ ହେବ ବୋଲି ଘୋଷଣା କରିଥିଲେ । ସେ ଅନୁସାରେ ଆଜି ଅର୍ଥାତ୍‍ ବୁଧବାର ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ଥିଲା । ଏହାର ଅବ୍ୟବହିତ ପୂର୍ବରୁ ଅନୁକମ୍ପା ଗୋଟାଇବା ପାଇଁ ବିଜେଡି ବେଦପ୍ରକାଶଙ୍କ ପତ୍ନୀ ସାବିତ୍ରୀ ଅଗ୍ରଵାଲଙ୍କୁ ପ୍ରାର୍ଥୀ କରିଥିଲା । ସେ ମଙ୍ଗଳବାର ନାମାଙ୍କନ ପତ୍ର ଦାଖଲ କରିଥିଲା ।

୨୦୦୦ ମସିହାରେ ଶେଷ ମୁହୂର୍ତରେ ବିଜୟ ମହାପାତ୍ରଙ୍କ ଟିକେଟ୍‍ କାଟିଦେଇଥିଲା ବିଜେଡି । ସେବେଠାରୁ ବିଜୟଙ୍କୁ ବିଧାନସଭାରେ ପ୍ରବେଶ ରୋକିବାଲାଗି କୌଣସି ସୁଯୋଗ ହାତଛଡା କରିନାହିଁ ।

Leave A Reply

Your email address will not be published.