ପ୍ରମୁଖ ଖବର

ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍ କ୍ୟାମ୍ପସ-୨ରେ ଏଆରଟି ସେଂଟର ଉଦ୍‌ଘାଟିତ
ପଞ୍ଚମ ଏବଂ ଅଷ୍ଟମ ଶ୍ରେଣୀ ପାଇଁ ୧୭ଟି ନୂତନ ପାଠ୍ୟପୁସ୍ତକକୁ ମିଳିଲା ଅନୁମୋଦନ
କ୍ୟାବିନେଟରେ ୫ବିଭାଗର ୬ପ୍ରସ୍ତାବକୁ ମଞ୍ଜୁରୀ
ବିନା ଅନୁମତିରେ ବିଡିଓ ଓ ତହସିଲଦାର ଛୁଟିରେ ରହିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ
ଯାତ୍ରୀଙ୍କ ପାଇଁ ଆଡଭାଇଜରି ଜାରି କଲା ଦିଲ୍ଲୀ ବିମାନବନ୍ଦର
ବାଲେଶ୍ବର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଅଗ୍ନିକାଣ୍ଡ

ଭୁବନେଶ୍ୱରରେ ବାତ୍ୟା ମୁକାବିଲା ପାଇଁ ତନାଘନା

0

ଡ. କ୍ରିଷନ୍‍ କୁମାରଙ୍କ ନେତୃତ୍ୱରେ ଚାଲିଛି ପ୍ରସ୍ତୁତି

ଭୁବନେଶ୍ୱର: ଭୀଷଣରୁ ଅତି ଭୀଷଣ ରୂପ ନେଇ ଆସୁଥିବା ବାତ୍ୟା ଫନି ମୁକାବିଲା ପାଇଁ ରାଜଧାନୀ ଭୁବନେଶ୍ୱରରେ ପ୍ରସ୍ତୁତି ଆରମ୍ଭ ହୋଇଛି । ପୂର୍ତ ଓ ସମବାୟ ସଚିବ ଡ. କ୍ରିଷନ୍‍ କୁମାର ଆଜି ସମସ୍ତ ଅଧିକାରୀଙ୍କର ଏକ ବୈଠକ କରି ସ୍ଥିତି ସମୀକ୍ଷା କରିଛନ୍ତି ।

ରାଜଧାନୀରେ ପାଖାପାଖି ୩୦୦ ମିଲିମିଟର ବର୍ଷା ହୋଇପାରେ ବୋଲି ଆକଳନ କରାଯାଉଛି । ଏପରିହେଲେ ଜନଜୀବନ ବିପର୍ଯ୍ୟସ୍ତ ହୋଇପାରେ । ଏଣୁ କୌଣସି ବି ସ୍ଥାନରେ ଯେମିତି କ୍ଷୟକ୍ଷତି ନ ଘଟେ ସେ ନେଇ ତନାଘନା ଆରମ୍ଭ ହୋଇଯାଇଛି । ଡ୍ରେନ୍‍ ସଫା ସହିତ ନୀଚ୍ଚା ସ୍ଥାନରେ ପମ୍ପ ଲଗାଯାଇଛି । ଅତି ସମ୍ୱେଦନଶୀଳ ସ୍ଥାନ ଚିହ୍ନଟ କରାଯାଇ ସେଠାରେ ଅଧିକାରୀମାନଙ୍କୁ ଦାୟିତ୍ୱ ଦିଆଯାଇଛି । ନିଜେ ଡ. କ୍ରିଷନ୍‍କୁମାର ଏହାର ତଦାରଖ କରୁଛନ୍ତି । ତୁରନ୍ତ ଗଛ କଟା, ବିଦ୍ୟୁତ ବ୍ୟବସ୍ଥାରେ ସୁଧାର ଆଣିବ ପାଇଁ ସେସୁକୁ ଆବଶ୍ୟକ ପ୍ରସ୍ତୁତ କରିବା ଲାଗି ନିର୍ଦେଶ ଦିଆଯାଇଛି ।

Leave A Reply

Your email address will not be published.