ପ୍ରମୁଖ ଖବର

ମୁମ୍ବାଇର ଭୟାବହ ଅଗ୍ନିକାଣ୍ଡ: ୩ ମୃତ, ଅନେକ ଆହତ
ପଶ୍ଚିମବଙ୍ଗ ନିର୍ବାଚନ ପୂର୍ବରୁ ପାର୍ଥ ଚାଟର୍ଜୀଙ୍କ ଘରେ ଇଡି ଚଢ଼ାଉ
ରିଲାଏନ୍ସ ଅନୁରୋଧରେ ଇରାନୀ ତେଲ ଟ୍ୟାଙ୍କରକୁ ବିଶେଷ ଅନୁମତି
ମହାନଦୀ ଟ୍ରିବ୍ୟୁନାଲ ଅବଧି ବଢାଇଲେ କେନ୍ଦ୍ର ସରକାର
‘ସିଜିମାଳି’ ପାଇଁ ଜୁଏଲଙ୍କୁ ଚିଠି ଲେଖିଲେ ସସ୍ମିତ ପାତ୍ର
ସାଗରମାଳା ଯୋଜନାରେ ୩୧୫ ପ୍ରକଳ୍ପ ସମାପ୍ତ

ଭୁବନେଶ୍ୱରରେ ବାତ୍ୟା ମୁକାବିଲା ପାଇଁ ତନାଘନା

0

ଡ. କ୍ରିଷନ୍‍ କୁମାରଙ୍କ ନେତୃତ୍ୱରେ ଚାଲିଛି ପ୍ରସ୍ତୁତି

ଭୁବନେଶ୍ୱର: ଭୀଷଣରୁ ଅତି ଭୀଷଣ ରୂପ ନେଇ ଆସୁଥିବା ବାତ୍ୟା ଫନି ମୁକାବିଲା ପାଇଁ ରାଜଧାନୀ ଭୁବନେଶ୍ୱରରେ ପ୍ରସ୍ତୁତି ଆରମ୍ଭ ହୋଇଛି । ପୂର୍ତ ଓ ସମବାୟ ସଚିବ ଡ. କ୍ରିଷନ୍‍ କୁମାର ଆଜି ସମସ୍ତ ଅଧିକାରୀଙ୍କର ଏକ ବୈଠକ କରି ସ୍ଥିତି ସମୀକ୍ଷା କରିଛନ୍ତି ।

ରାଜଧାନୀରେ ପାଖାପାଖି ୩୦୦ ମିଲିମିଟର ବର୍ଷା ହୋଇପାରେ ବୋଲି ଆକଳନ କରାଯାଉଛି । ଏପରିହେଲେ ଜନଜୀବନ ବିପର୍ଯ୍ୟସ୍ତ ହୋଇପାରେ । ଏଣୁ କୌଣସି ବି ସ୍ଥାନରେ ଯେମିତି କ୍ଷୟକ୍ଷତି ନ ଘଟେ ସେ ନେଇ ତନାଘନା ଆରମ୍ଭ ହୋଇଯାଇଛି । ଡ୍ରେନ୍‍ ସଫା ସହିତ ନୀଚ୍ଚା ସ୍ଥାନରେ ପମ୍ପ ଲଗାଯାଇଛି । ଅତି ସମ୍ୱେଦନଶୀଳ ସ୍ଥାନ ଚିହ୍ନଟ କରାଯାଇ ସେଠାରେ ଅଧିକାରୀମାନଙ୍କୁ ଦାୟିତ୍ୱ ଦିଆଯାଇଛି । ନିଜେ ଡ. କ୍ରିଷନ୍‍କୁମାର ଏହାର ତଦାରଖ କରୁଛନ୍ତି । ତୁରନ୍ତ ଗଛ କଟା, ବିଦ୍ୟୁତ ବ୍ୟବସ୍ଥାରେ ସୁଧାର ଆଣିବ ପାଇଁ ସେସୁକୁ ଆବଶ୍ୟକ ପ୍ରସ୍ତୁତ କରିବା ଲାଗି ନିର୍ଦେଶ ଦିଆଯାଇଛି ।

Leave A Reply

Your email address will not be published.