ମୁମ୍ବାଇ : ଦେଶରେ କାର୍ ବିକ୍ରିରେ ମନ୍ଥରତା ପରିଲକ୍ଷିତ ହୋଇଛି।ପ୍ରଥମ ତିନିମାସରେ ପାସେଞ୍ଜର କାର ବିକ୍ରି ୪୦ ପ୍ରତିଶତ ହ୍ରାସ ଘଟିଛି। ଏଥିଯୋଗୁ ସୋରୁମ୍ ବନ୍ଦ ହେବା ଆରମ୍ହେଭ କଲାଣି। ଗୋଟିଏ ପଟେ ଏହି କାରଣରୁ କର୍ମଚାରୀ ମାରଣ ନୀତି ଆରମ୍ଭ ହୋଇଥିବା ବେଳେ ଅନ୍ୟପଟରେ ମାରୁତି କଂପାନି ପାଖାପାଖି ୧୬ ପ୍ରତିଶତ ଉତ୍ପାଦନ କମାଇଛି। ଚଳିତବର୍ଷ ମେ ମାସରେ ଦେଶରେ ମୋଟ ପାସେଞ୍ଜର ଯାନ ବିକ୍ରି ୨୧.୯୧ ପ୍ରତିଶତ ହ୍ରାସ ଘଟିଥିଲା।
ତଥ୍ୟ ଅନୁଯାୟୀ, ଗତ ଦେଢ଼ ବର୍ଷ ମଧ୍ୟରେ ଦେଶରେ ୨୭୧ଟି ସୋରୁମ୍ ବନ୍ଦ ହୋଇଛି। ଏଥିରେ ୨୪୫ଟି ପାସେଞ୍ଜର ଯାନ ସୋରୁମ୍ ରହିଛି। ପ୍ରମୁଖ କାରଣ ଗୁଡ଼ିକ ମଧ୍ୟରେ ବ୍ୟାଙ୍କ ଗୁଡ଼ିକ ଋଣ ଦେବାରେ ସତର୍କତା ଅବଲମ୍ବନ କରୁଛନ୍ତି, ନଗଦ ସମସ୍ୟା ମୁଖ୍ୟତଃ ଦାୟୀ ବୋଲି କୁହାଯାଉଛି। ତେବେ କାର କଂପାନି କହୁଛନ୍ତି, ଗୋଟିଏ ସୋ ରୁମ ବନ୍ଦ ହେଲେ ଆଉ ଗୋଟିଏ ଖୋଲୁଛି। ସୋରୁମ ବନ୍ଦ ପଛରେ ସଂପୃକ୍ତ ଡିଲରଙ୍କ ଆର୍ଥିକ ସମସ୍ୟାକୁ ସେମାନେ ଇଙ୍ଗିତ କରିଛନ୍ତି।
ପ୍ରମୁଖ ଖବର
ଏସିଆନ୍ ଗେମ୍ସରେ ଭାରତକୁ ୫ ପଦକ, ମୋଟ ସଂଖ୍ୟା ୧୭
‘ମେକ୍ ଇନ୍ ଇଣ୍ଡିଆ’ରେ ଶିଳ୍ପ ଉତ୍ପାଦନରେ ବଡ଼ ବୃଦ୍ଧି
ହରିୟାଣାରେ ତୀର୍ଥଯାତ୍ରୀଙ୍କ ଟ୍ରାକ୍ଟର-ଟ୍ରଲି ଦୁର୍ଘଟଣା, ୬ ମୃତ
ବିଜେପିର ସାଂଗଠନିକ ନିଯୁକ୍ତି, ଓଡ଼ିଶା ଦାୟିତ୍ୱରେ ମାନସ ମହାନ୍ତି
କାବେରୀ ଜଳ ବିବାଦ: କୋର୍ଟ ନିର୍ଦ୍ଦେଶ ବିରୋଧରେ ଅପିଲ୍ କରିବ କର୍ଣ୍ଣାଟକ
ଜାମସେଦପୁରରେ ଭୟଙ୍କର ଦୁର୍ଘଟଣା, ମନ୍ତ୍ରୀଙ୍କ ଝିଅ ସମେତ ୪ ମୃତ
ଆମେରିକାର ଚାପରେ ରୁଷ ତୈଳ କିଣା ବନ୍ଦ କରିବନି ଭାରତ: ନିର୍ମଳା
ଯମୁନା ଏକ୍ସପ୍ରେସ୍ୱେରେ ଜଳିଗଲା ସ୍ଲିପର ବସ୍, ୯ ଜୀବନ୍ତ ଦଗ୍ଧ
ଏମ୍ସରେ ବାଚସ୍ପତି ସୁରମା ପାଢ଼ୀ, ଭେଟିଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାରେ ୨.୪୭ ଲକ୍ଷ କୋଟିର ଶିଳ୍ପ ନିବେଶକୁ ମଞ୍ଜୁରୀ