ମୁମ୍ବାଇ : ଦେଶରେ କାର୍ ବିକ୍ରିରେ ମନ୍ଥରତା ପରିଲକ୍ଷିତ ହୋଇଛି।ପ୍ରଥମ ତିନିମାସରେ ପାସେଞ୍ଜର କାର ବିକ୍ରି ୪୦ ପ୍ରତିଶତ ହ୍ରାସ ଘଟିଛି। ଏଥିଯୋଗୁ ସୋରୁମ୍ ବନ୍ଦ ହେବା ଆରମ୍ହେଭ କଲାଣି। ଗୋଟିଏ ପଟେ ଏହି କାରଣରୁ କର୍ମଚାରୀ ମାରଣ ନୀତି ଆରମ୍ଭ ହୋଇଥିବା ବେଳେ ଅନ୍ୟପଟରେ ମାରୁତି କଂପାନି ପାଖାପାଖି ୧୬ ପ୍ରତିଶତ ଉତ୍ପାଦନ କମାଇଛି। ଚଳିତବର୍ଷ ମେ ମାସରେ ଦେଶରେ ମୋଟ ପାସେଞ୍ଜର ଯାନ ବିକ୍ରି ୨୧.୯୧ ପ୍ରତିଶତ ହ୍ରାସ ଘଟିଥିଲା।
ତଥ୍ୟ ଅନୁଯାୟୀ, ଗତ ଦେଢ଼ ବର୍ଷ ମଧ୍ୟରେ ଦେଶରେ ୨୭୧ଟି ସୋରୁମ୍ ବନ୍ଦ ହୋଇଛି। ଏଥିରେ ୨୪୫ଟି ପାସେଞ୍ଜର ଯାନ ସୋରୁମ୍ ରହିଛି। ପ୍ରମୁଖ କାରଣ ଗୁଡ଼ିକ ମଧ୍ୟରେ ବ୍ୟାଙ୍କ ଗୁଡ଼ିକ ଋଣ ଦେବାରେ ସତର୍କତା ଅବଲମ୍ବନ କରୁଛନ୍ତି, ନଗଦ ସମସ୍ୟା ମୁଖ୍ୟତଃ ଦାୟୀ ବୋଲି କୁହାଯାଉଛି। ତେବେ କାର କଂପାନି କହୁଛନ୍ତି, ଗୋଟିଏ ସୋ ରୁମ ବନ୍ଦ ହେଲେ ଆଉ ଗୋଟିଏ ଖୋଲୁଛି। ସୋରୁମ ବନ୍ଦ ପଛରେ ସଂପୃକ୍ତ ଡିଲରଙ୍କ ଆର୍ଥିକ ସମସ୍ୟାକୁ ସେମାନେ ଇଙ୍ଗିତ କରିଛନ୍ତି।
ପ୍ରମୁଖ ଖବର
ଆଜି ସାରା ଓଡ଼ିଶାରେ ଅଖଚକ ସବୁ ବନ୍ଦ
ବେଙ୍ଗାଲୁରୁ ଦଳାଚକଟା ପାଇଁ ବିରାଟ୍ କୋହଲି ଦାୟୀ, କର୍ଣ୍ଣାଟକ ସରକାର
ତତ୍ପର ହେଲା ଗଣଶିକ୍ଷା ବିଭାଗ
ମହିଳା କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କ ପାଇଁ ହେଲ୍ପଲାଇନ୍ ନମ୍ଵର ଜାରି
ବାଲେଶ୍ୱର ଘଟଣାକୁ ବିରୋଧ କରି ଜୁଲାଇ ୧୭ରେ ଓଡ଼ିଶା ବନ୍ଦ
ପୁସ୍ ଟ୍ରଲିକୁ ଧକ୍କା ଦେଲା ଟ୍ରେନ, ଜଣେ ମୃତ, ୨ ଗୁରୁତର
ପୁଣି ଛାତ୍ରୀଙ୍କୁ ନିର୍ଯ୍ୟାତନା: ଅଧ୍ୟାପକ ଗିରଫ
କନ୍ଧମାଳରୁ ବିପୁଳ ମାଓ ବିସ୍ଫୋରକ ସାମଗ୍ରୀ ଜବତ କଲେ ସୁରକ୍ଷାକର୍ମୀ
ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର