ପ୍ରମୁଖ ଖବର

୧୯ ତାରିଖରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ
ମୟୁରଭଞ୍ଜ: ୩୧ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଶିକ୍ଷୟିତ୍ରୀ ନିଲମ୍ବିତ
ଗୁମା ଘାଟି ନିକଟରେ ତଳକୁ ଖସିଲା ବସ୍, ୮ ଯାତ୍ରୀ ଆହତ
ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ
ନେପାଳରୁ ଯାଜପୁର ଫେରିଲେ ଓଡ଼ିଆ ପର୍ଯ୍ୟଟକ
ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ନିହତ

ଏକସଙ୍ଗରେ ୧୧୦ଟି ସ୍ଥାନରେ ସିବିଆଇ ଚଢଉ

0

ଦୁର୍ନୀତି ବିରୋଧରେ କେନ୍ଦ୍ରର ବଡ଼ ପଦକ୍ଷେପ
୧୯ଟି ରାଜ୍ୟରେ ଚଢଉ କରୁଛନ୍ତି କର୍ତୃପକ୍ଷ
ଦୁର୍ନୀତି, ଅସ୍ତ୍ରଶସ୍ତ୍ର ଚୋରାଚାଲାଣ କ୍ଷେତ୍ରରେ ୩୦ମାମଲା

ନୂଆଦିଲ୍ଲୀ: ବ୍ୟାଙ୍କିଙ୍ଗ୍‍ କ୍ଷେତ୍ରରେ ହୋଇଥିବା ଦୁର୍ନୀତି ସଂକ୍ରାନ୍ତରେ ଗତ ସପ୍ତାହରେ ଦେଶର ସର୍ବୋଚ୍ଚ ତଦନ୍ତକାରୀ ସଂସ୍ଥା ସିବିଆଇ ଏକ ବଡ ଧରଣର ରେଡ୍‍ କରିଥିଲା । ଏଥିରେ ଓଡ଼ିଶା କେଳେଙ୍କାରୀ ବି ସାମ୍ନାକୁ ଆସିଥିଲା ।
ଆଜି ସିବିଆଇ କର୍ତୃପକ୍ଷ ଦୁର୍ନୀତି ବିରୋଧୀ ଆଭିମୁଖ୍ୟକୁ ଆହୁରି ସଶକ୍ତ କରିବାକୁ ଯାଇ ବ୍ୟାପକ ରେଡ୍‍ ଜାରି ରଖିଛନ୍ତି । ୧୯ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୧୧୦ଟି ସ୍ଥାନରେ ସିବିଆଇ କର୍ତୃପକ୍ଷ ଏକ ସଙ୍ଗରେ ରେଡ୍‍ କରୁଥିବା ସୂଚନା ମିଳିଛି । ବିଶେଷକରି ଦୁର୍ନୀତି, ଅସ୍ତ୍ରଶସ୍ତ୍ର ଚୋରାଚାଲାଣ, ଅପରାଧିକ କାର୍ଯ୍ୟକଳାପ, ନିଶା କାରବାରକୁ ନେଇ ଏହି ରେଡ୍‍ ଚାଲିଛି । ଏ ସଂକ୍ରାନ୍ତରେ ସିବିଆଇ କର୍ତୃପକ୍ଷ ୩୦ଟି ମକଦ୍ଦମା ରୁଜୁ କରିଛନ୍ତି । ଗତଥର ୧୧୦୦ କୋଟି ଟଙ୍କା କେଳେଙ୍କାରୀ ଘଟଣାରେ ସିବିଆଇ ୧୨ଟି ରାଜ୍ୟର ୫୦ଟି ସ୍ଥାନରେ ଚଢଉ କରିଥିଲା ।

Leave A Reply

Your email address will not be published.