ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ବାତ୍ୟାରେ ନିଜ କାର୍ଯ୍ୟର ପ୍ରମାଣ ଦେଲା ପୁଲିସ

0

ଭୁବନେଶ୍ୱର: ବାତ୍ୟା କ୍ଷେତ୍ରରେ ଓଡ଼ିଶା ଆଉ ପାଦେ ଆଗେଇଛି । ଆଜି ସଚିବାଳୟରେ ଅନୁଷ୍ଠିତ ଏକ ସଂକ୍ଷିପ୍ତ ଉତ୍ସବରେ ଭୟଙ୍କର ବାତ୍ୟା ଫନି-୨୦୧୯ ମୁକାବିଲାରେ ଓଡ଼ିଶା ପୁଲିସର ଭୂମିକା ସଂକ୍ରାନ୍ତ ରାଜ୍ୟ ପୁଲିସ ବିଭାଗ ଦ୍ୱାରା ପ୍ରସ୍ତୁତ ପ୍ରାମାଣିକ ଚିତ୍ରକୁ ମୁଖ୍ୟମନ୍ତ୍ରୀ ଉନ୍ମୋଚନ କରିଛନ୍ତି । ଏହି ପ୍ରାମାଣିକ ଚିତ୍ରରେ ଫନି ବାତ୍ୟା ଓ ପରବର୍ତୀ ସମୟରେ ରାଜ୍ୟ ପୁଲିର ସହାୟତା କାର୍ଯ୍ୟ ସଂପର୍କରେ ଉପସ୍ଥାପନା କରାଯାଇଛି ।
ଫନି ବାତ୍ୟା ସମୟରେ ପ୍ରଭାବିତ ଲୋକମାନଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର, ଆଇନ ଶୃଙ୍ଖଳା ରକ୍ଷା, ରିଲିଫ ସାମଗ୍ରୀ ପରିବହନ, ବଣ୍ଟନ, ରନ୍ଧା ଖାଦ୍ୟ ଯୋଗାଣ ସମେତ ଆହତ ଲୋକଙ୍କ ଚିକିତ୍ସା ସୁବିଧା ଆଦି କ୍ଷେତ୍ରରେ ପୁଲିସ କାର୍ଯ୍ୟ ସଂପର୍କରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଦଲିଲ ବୋଲି ଅତିଥିମାନେ କହିଥିଲେ ।
ଫନି ବାତ୍ୟା ସମୟରେ ପୁଲିସ କାର୍ଯ୍ୟକୁ ମୁଖ୍ୟମନ୍ତ୍ରୀ ଉଚ୍ଚପ୍ରଶଂସା କରିବା ସହିତ ଏହି ପ୍ରାମାଣିକ ଚିତ୍ରଟି ଭବିଷ୍ୟତରେ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ପୁଲିସକୁ ମାର୍ଗଦର୍ଶନରେ ସହାୟକ ହେବ ବୋଲି ଆଶା ପ୍ରକାଶ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ପୁଲିସ ମହାନିର୍ଦେଶକ ଡାକ୍ତର ରାଜେନ୍ଦ୍ର ଶର୍ମା ସ୍ୱାଗତ ଭାଷଣ ଦେଇ ପୁଲିସ କାର୍ଯ୍ୟ ସଂପର୍କରେ ସୂଚନା ଦେଇଥିଲେ । ପୁଲିସ କମିସନର ସତ୍ୟଜିତ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ, ଉନ୍ନୟନ କମିସନର ଅସିତ କୁମାର ତ୍ରିପାଠୀ, ସ୍ୱତନ୍ତ୍ର ରିଲିଫ କମିସନର ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.