ପ୍ରମୁଖ ଖବର

ଆଇଏଏସ୍‌ ନିଖିଳ ପବନ କଲ୍ୟାଣ ଓଡ଼ିଶାର ନୂଆ ଜନଗଣନା ନିର୍ଦ୍ଦେଶକ
ଆଖି ବୁଜିଲା ନନ୍ଦନକାନନର ଧଳା ବାଘ ଶାବକ
ଜି-୭ ସମ୍ମିଳନୀରେ ସାମିଲ ନହୋଇପାରନ୍ତି ପ୍ରଧାନମନ୍ତ୍ରୀ ମୋଦୀ
ଗନ୍ଧମାର୍ଦ୍ଦନ ପାହାଡ଼ ଜଙ୍ଗଲରୁ ବିପୁଳ ମାଓ ସାମଗ୍ରୀ ଠାବ
ରାଜ୍ୟରେ ଖୁବଶୀଘ୍ର ନୂଆ ମଦ ନୀତି ଆସିବ ବୋଲି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି
ବୌଦ୍ଧରୁ ୨ଟି ହାତୀଦାନ୍ତ ଜବତ, ଅଭିଯୁକ୍ତ ଶିକାରୀ ଗିରଫ

ନିର୍ଯାତନା ସୀମା ଟପିଲାଣି

0

କେଉଁ ସ୍ୱାର୍ଥରେ ସଂପର୍କ ଯୋଡିଲେ ରାଜ୍ୟ-କେନ୍ଦ୍ର
ମହାନଦୀ ତଥ୍ୟ ଦେଉନାହାନ୍ତି ଛତିଶଗଡ ସରକାର
ମୂଲ୍ୟାୟନକାରୀ ନିଯୁକ୍ତି କରିିବେ ଟ୍ରିବ୍ୟୁନାଲ
ପରବର୍ତୀ ଶୁଣାଣି ଅଗଷ୍ଟ ୩କୁ ଘୁଞ୍ଚିଲା
ଅସନ୍ତୋଷ ଜଣାଇଲେ ମହାନଦୀ ବଞ୍ଚାଅ ଆନ୍ଦୋଳନ

ଭୁବନେଶ୍ୱର: ଇତିମଧ୍ୟରେ ବିଜେଡି-ବିଜେପି ସଂପର୍କରେ ସୁଧାର ଆସିଛି । ପୂର୍ବ ଭଳି କଥା କଥାରେ ଉଭୟ ଦଳ ଓ କେନ୍ଦ୍‍୍ର ଏବଂ ରାଜ୍ୟ ସରକାର ତୁ ତୁ ମେ ମେ ନ ହୋଇ ଉଭୟ ବିକାଶ ପାଇଁ କାର୍ଯ୍ୟ କରିବେ ବୋଲି ସଙ୍କେତ ଦେଇସାରିଲେଣି । ହେଲେ ଓଡ଼ିଶାର ୧୬ଟି ଜିଲ୍ଲାର ସ୍ୱାର୍ଥ ସହିତ ଜଡିତ ମହାନଦୀର ଭାଗ୍ୟ ପରିବର୍ତନ ନେଇ କୌଣସି ଆଭାସ ମିଳୁନାହିଁ । କେନ୍ଦ୍ର ସରକାର ମହାନଦୀ ପ୍ରସଙ୍ଗରେ ହସ୍ତକ୍ଷେପ କରିବା ଭଳି କୌଣସି ସଙ୍କେତ ଦେଇନାହାନ୍ତି । ଏପରିକି ଛତିଶଗଡରେ ଇତିମଧ୍ୟରେ ସରକାର ପରିବର୍ତନ ହୋଇସାରିଥିଲେ ହେଁ, ପ୍ରକଳ୍ପ ବନ୍ଦ କରିବା ଲାଗି କେନ୍ଦ୍ର ସରକାର ଏଯାଏ ନିଜ ଆଡୁ ଟ୍ରିବ୍ୟୁନାଲ ସାମ୍ନାରେ ଦାବି ରଖିନାହାନ୍ତି । ରାଜ୍ୟ ସରକାର କେଉଁ ସ୍ୱାର୍ଥ ପ୍ରସଙ୍ଗରେ କେନ୍ଦ୍ର ସହିତ ବିକାଶର ସଂପର୍କ ଯୋଡୁଛନ୍ତି, ତାହା ମଧ୍ୟ ଅବୁଝା ରହିଛି ।
ଅନ୍ୟପକ୍ଷରେ ଯାହା ରାଜ୍ୟବାସୀ ଆଶଙ୍କା କରୁଥିଲେ, ତାହା ଏବେ ହେବାକୁ ଯାଉଛି । ଟ୍ରିବ୍ୟୁନାଲ ମଧ୍ୟ ଓଡ଼ିଶାକୁ ତୁରନ୍ତ ନ୍ୟାୟ ଦେବା ମାନସିକତାରେ ନାହାନ୍ତି । ଆଜି ଏ ସଂକ୍ରାନ୍ତ ଶୁଣାଣିରେ ଅଗଷ୍ଟ ୩ ତାରିଖକୁ ଘୁଞ୍ଚିଛି । ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ଟ୍ରିବ୍ୟୁନାଲ ଦୁଇ ଜଣ ଆସେସର ବା ମୂଲ୍ୟାୟନକାରୀ ନିଯୁକ୍ତି ଦିଆଯିବ ବୋଲି କହିଛନ୍ତି । ଅନ୍ୟ ଜଣେ ପରବର୍ତୀ ଶୁଣାଣି ସମୟରେ ଏଠାରେ ସ୍ଥାନ ପାଇବେ ।
ଆଜି ଓଡ଼ିଶାର ଆଡଭୋକେଟ ଜେନେରାଲ ଅଶୋକ ପରିିଜା ଟ୍ରିବୁ୍ୟନାଲରେ ଅଭିଯାଗ କରିଥିଲେ ଯେ ଛତିଶଗଡ ସରକାର ସହଯୋଗ କରୁନାହାନ୍ତି । ଏପରିକି ଆବଶ୍ୟକ କାଗଜପତ୍ର ମଧ୍ୟ ଦେଉନାହାନ୍ତି । ଟ୍ରିବ୍ୟୁନାଲ ଏହାକୁ ଗୁରୁତର ସହ ଗ୍ରହଣ କରି ଏହି ମୂଲ୍ୟାୟନକାରୀଙ୍କୁ ନିଯୁକ୍ତି ଦେବା କଥା କହିଛନ୍ତି, ଯେଉଁମାନେ ଉଭୟ ରାଜ୍ୟ ମଧ୍ୟରେ ସମନ୍ୱୟ ରଖିବେ ।
ଆଜି ରାଜ୍ୟ ସରକାର ଛତିଶଗଡର ସତ୍ୟପାଠ ଉପରେ ଜବାବ ରଖିବା ଲାଗି ତିନି ସପ୍ତାହ ସମୟ ମାଗିଥିଲେ । ଟ୍ରିବ୍ୟୁନାଲ ଏ ନେଇ ଅନୁମତି ଦେଇଛନ୍ତି ।
ଏଠାରେ ଉଲ୍ଲେଖଥାଉକି, ମହାନଦୀ ବଞ୍ଚାଅ ଅାନ୍ଦୋଳନ ପକ୍ଷରୁ ଏହାକୁ କଡ଼ା ବିରୋଧ କରାଯାଇଛି । ଏହି ସଂଗଠନ କହିଛି, ଟ୍ରିବ୍ୟୁନାଲ ଗଠନକୁ ଇତିମଧ୍ୟରେ ୧୦ ମାସ ବିତିଲାଣି । ୬ଟି ଶୁଣାଣି ସରିଲାଣି । ଏଥିରେ ଓଡ଼ିଶା ପାଇଁ ଆଶ୍ୱସ୍ତି ଆଣିବା ଭଳି କିଛି ବି ଘଟିନାହିଁ । ଛତିଶଗଡ ସରକାରଙ୍କ ନିର୍ମାଣାଧୀନ ପ୍ରକଳ୍ପ ସ୍ଥଗିତ ରଖିବା ନେଇ କୌଣସି ପଦକ୍ଷେପ ନିଆଗଲାନାହିଁ । ମହାନଦୀ ବଞ୍ଚାଅ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସ, ବିଜୟ ପ୍ରଧାନ, ନିରଦ ଚରଣ ଖୁଣ୍ଟିଆ, ପ୍ରଶନ୍ନ ବିଶୋଇ, ସବିର ବµ, ଦେବେନ୍ଦ୍ର ସୂତାର, ବିକାଶ ଦାସ, ମନ୍ମଥ ପରିଡା ପ୍ରମୁଖ ମାମଲାର ତ୍ୱରିତ ଶୁଣାଣି ଓ ନ୍ୟାୟ ପାଇଁ ଏକ ପ୍ରେସ ବିବୃତିରେ ଦାବି ଜଣାଇଛନ୍ତି ।

Leave A Reply

Your email address will not be published.