ପ୍ରମୁଖ ଖବର

ଝାରଖଣ୍ଡ ନିର୍ବାଚନ: ବିଜେପିର ଷ୍ଟାର ପ୍ରଚାରକ ତାଲିକାରେ ଓଡ଼ିଶା ମୁଖ୍ୟମନ୍ତ୍ରୀ
ଏନସିପିରେ ଯୋଗଦେଲେ ବାବା ସିଦ୍ଦିକିଙ୍କ ପୁଅ ଜିଶାନ ସିଦ୍ଦିକି
ସ୍ୱାଭାବିକ ହେଲା ଭୁବନେଶ୍ୱର ବିମାନସେବା
ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ମାଓବାଦୀ ନିହତ
ବ୍ରହ୍ମବ୍ରହ୍ମପୁର ମେଡିକାଲ କଲେଜରେ ରାଗିଂ
ବାତ୍ୟାରେ ଘର ଭାଙ୍ଗିଯାଇଥିବା ପରିବାରକୁ ମିଳିବ ପକ୍କା ଘର: ରାଜସ୍ବ ମନ୍ତ୍ରୀ
ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ୭ ସୁଟର ଗିରଫ

ରାଜ୍ୟ କଂଗ୍ରେସକୁ ଗାନ୍ଧୀ ଭରସା

0

ପୁରୁଣା ବେମାରି ଭଲ ହୋଇନି, ପୁଣି ଗୋଷ୍ଠୀ ବାଦ
ଅକ୍ଟୋବର ୨ରୁ ଗାନ୍ଧୀଙ୍କ କାର୍ଯ୍ୟକ୍ରମରେ ମାତିବେ ନେତା

ଭୁବନେଶ୍ବର: ନିର୍ବାଚନରେ ଶୋଚନୀୟ ପ୍ରଦର୍ଶନ ପରେ ରାଜ୍ୟ କଂଗ୍ରେସର ଭବିଷ୍ୟତ କଣ ହେବ? ଓଡ଼ିଶାରେ ସଂଗଠନ ଭୁଶୁଡିଯିବ କି?
ରାଜନୈତିକ ମହଲରେ ଏହାକୁ ନେଇ କଳ୍ପନାଜଳ୍ପନା ଜାରି ରହିଥିବା ବେଳେ ଦଳୀୟ ନେତାଙ୍କୁ କିନ୍ତୁ ପୁରୁଣା ବେମାରି ଘାରିଛି। ଗୋଟିଏ ପଟରେ କିଛି ନେତା ଗୋଷ୍ଠୀ ବାଦ ପାଇଁ ସଜବାଜ ଚଳାଇଛନ୍ତି। ଅନ୍ୟ ଗୋଟିଏ ଗୋଷ୍ଠୀ ଦଳର ସାଂଗଠନିକ ଶକ୍ତି ବୃଦ୍ଧି ଲାଗି ତଥାପି ପ୍ରୟାସ ଜାରି ରଖିଛନ୍ତି। ଉଭୟ ପକ୍ଷ କିନ୍ତୁ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ଭରସା କରିଛନ୍ତି। ଏବେ ପ୍ରଶ୍ନ ଉଠୁଛି, ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଓଡ଼ିଶାରେ କଂଗ୍ରେସକୁ ସଙ୍କଟରୁ ଉଦ୍ଧାର କରିବେ ନା ବିପର୍ଯ୍ୟୟ ମୁହଁକୁ ଠେଲିଦେବେ।
ଉଲ୍ଲେଖଯୋଗ୍ୟ, ଗତ ନିର୍ବାଚନରେ ରାଜ୍ୟ କଂଗ୍ରେସ ଏଭଳି ପ୍ରଦର୍ଶନ କରିଛି ଯେ ଇତିହାସରେ ପୂର୍ବରୁ ଏମିତି କେବେ ହୋଇନଥିଲା। ଅଳ୍ପକେ ଗୋଟିଏ ଲୋକସଭା ଆସନ ଦଖଲ କରିଛି ଓ ୯ଟି ବିଧାନସଭାରେ ସୀମିତ ରହିଛି ଦଳ। ଏହା ସତ୍ତ୍ବେ ନେତା ଚେତିନାହାନ୍ତି। ଶନିବାର ପୂର୍ବତନ ସାଂସଦ ଅମର ପ୍ରଧାନ କହିଥିଲେ, ଦଳ ବିେରାଧରେ ଚାଲିଥିବା ଷ଼ଡଯନ୍ତ୍ର ନେଇ ସେ ସୋନିଆଙ୍କୁ ଫେରାଦ ହେବେ। ଆଜି ଦଳର ବିଧାୟକ ସୁରେଶ ରାଉତରାୟ କହିଛନ୍ତି, କଂଗ୍ରେସ ଗାନ୍ଧୀଙ୍କ ଆଦର୍ଶକୁ ଆୟୁଧ କରି ଆଗକୁ ବଢିବ।
ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ ଅବସରରେ ଚଳିତ ବର୍ଷଠାରୁ ସାରା ଦେଶରେ ଜନ ସମର୍ଥନ ହାସଲ କରିବା ଉଦ୍ଦେଶ୍ୟରେ କଂଗ୍ରେସ ଦଳ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନେବ। ଅକ୍ଟୋବର ୨ ତାରିଖରେ ଗାନ୍ଧୀ ଜୟନ୍ତୀ ପାଳନ ପାଇଁ ଦଳ ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି। ଏଥିପାଇଁ ଆସନ୍ତା ୧୨ ତାରିଖରେ ଦିଲ୍ଲୀରେ ଏଆଇସିସି ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେବ। ବୈଠକରେ ସବୁ ରାଜ୍ୟର ପିସିସି ସଭାପତି, ବିଧାୟକ ଦଳ ନେତା, କାର୍ଯ୍ୟକାରୀ କମିଟି ସଦସ୍ୟଙ୍କ ସମେତ ଏଆଇସିସିର ପଦାଧିକାରୀ ଯୋଗଦେବେ।
ଗାନ୍ଧୀ ଜୟନ୍ତୀ ପାଳନ ନେଇ ଅନୁଷ୍ଠିତ ହେବାକୁ ଥିବା ବୈଠକ ସମ୍ପର୍କରେ ସୂଚନା ଦେଇ କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ କହିଛନ୍ତି, କଂଗ୍ରେସ ସବୁବେଳେ ଗାନ୍ଧୀଙ୍କ ଆଦର୍ଶରେ କାର୍ଯ୍ୟ କରି ଆସିଛି। ଗାନ୍ଧୀଙ୍କ ପ୍ରଦର୍ଶିତ ରାସ୍ତାରୁ କିଛିଟା ବିଚ୍ୟୁତ ହେବାରୁ ରାଜ୍ୟବାସୀ କଂଗ୍ରେସକୁ କ୍ଷମତାରୁ ଦୂରେଇ ଦେଇଛନ୍ତି। ଏବେ ପୁଣି ଥରେ ଓଡ଼ିଶା ଲୋକଙ୍କ ବିଶ୍ବାସ ଜିତିବା ପାଇଁ ଗାନ୍ଧୀ ଜୟନ୍ତୀରୁ ପଦଯାତ୍ରା କରି ଲୋକଙ୍କ ସହ ଦଳର ସମ୍ପର୍କକୁ ମଜବୁତ କରାଯିବ। ଏଥିପାଇଁ ଦଳ ପକ୍ଷରୁ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରାଯାଇଛି।
ଉଲ୍ଲେଖଯୋଗ୍ୟ, ଗତ ବିଧାନସଭା ଅଧିବେଶନରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ହିଁ ଗାନ୍ଧୀଙ୍କ ପ୍ରସଙ୍ଗକୁ ନେଇ ସରକାର ଓ ମୁଖ୍ୟ ବିେରାଧୀ ଦଳ ବିଜେପିକୁ ଅକଳରେ ପକାଇଥିଲେ।

Leave A Reply

Your email address will not be published.