ପ୍ରମୁଖ ଖବର

ପେପର ଲିକ୍ ମାମଲାରେ କଠୋର ପଦକ୍ଷେପ: ଫାଷ୍ଟ ଟ୍ରାକ୍ କୋର୍ଟ ଗଠନ ଘୋଷଣା କଲେ ପ୍ରଧାନମନ୍ତ୍ରୀ
ଗଜପତି ଜିଲ୍ଲାର ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଅଳିଆ ଗଦାରେ ପୁଳା ପୁଳା ନିରାମୟ ଔଷଧ
ମହାନଦୀ ଜଳ ବିବାଦ: ସମାଧାନ ପାଇଁ CWCକୁ ମଧ୍ୟସ୍ଥତା ନିର୍ଦ୍ଦେଶ, ଗଠନ ହେବ ଯୁଗ୍ମ କମିଟି
ଜନ୍ତର ମନ୍ତର ଅଞ୍ଚଳରେ ଇଣ୍ଟରନେଟ୍ ବନ୍ଦ, ସୁରକ୍ଷା କଡ଼ାକଡ଼ି
ସିଏମଓରୁ ଫାଇଲ ଗାଏବ ମାମଲା: ଅବସରପ୍ରାପ୍ତ ଆଇଏଏସ ଉପେନ୍ଦ୍ର ବେହେରା ଓ ରାଜେଶ ବର୍ମାଙ୍କୁ ପୁଣି ନୋଟିସ
ଦେଶରେ ବର୍ଷାର ତାଣ୍ଡବ: ୧୨୦ ମୃତ, ବନ୍ୟା-ଭୂସ୍ଖଳନରେ ଜନଜୀବନ ଅସ୍ତବ୍ୟସ୍ତ
ଶ୍ରୀମନ୍ଦିର ପାଇଁ ଆଉ ଏକ ବଡ଼ ସଫଳତା, ୫ଟି ନୂଆ ଟ୍ରେଡ୍ ମାର୍କକୁ ମିଳିଲା ଅନୁମୋଦନ
ଉତ୍ତରାଖଣ୍ଡରେ ପୁଣି ପେପର ଲିକ୍, ଦୁଇଟି ଇଞ୍ଜିନିୟରିଂ ପରୀକ୍ଷା ବାତିଲ
ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର: ୫% ବଢ଼ିଲା ମହଙ୍ଗା ଭତ୍ତା

ଶ୍ରୀମନ୍ଦିର ଢାଞ୍ଚାରେ ହେବ ଶ୍ରୀଲିଙ୍ଗରାଜଙ୍କ ପାଇଁ ଆଇନ

0

ମନ୍ଦିର ପରିଚାଳନାକୁ ନେଇ ସରକାରୀ ତନାଘନା
ଭୁବନେଶ୍ବର: ଗୋଟିଏ ପଟେ ପୁରୀକୁ ଐତିହ୍ୟ ସହର ମାନ୍ୟତା ଦେବା ଲାଗି ସରକାର ଜୋରଦାର ପ୍ରକ୍ରିୟା ଆରମ୍ଭ କରିଥିବା ବେଳେ ଅନ୍ୟପଟେ ରାଜ୍ୟର ଚାରିଟି ପ୍ରମୁଖ ମନ୍ଦିର ପରିଚାଳନାରେ ସୁଧାର ଆଣିବା ଲାଗି ଆଇନ ମନ୍ତ୍ରୀ ପ୍ରତାପ ଜେନା ତନାଘନା କରିଛନ୍ତି। ଆଜି ଏହି କ୍ରମରେ ଲୋକସେବା ଭବନରେ ଅନୁଷ୍ଠିତ ବୈଠକରେ ସ୍ଥିର ହୋଇଛି ଯେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଆଇନ ଢାଞ୍ଚାରେ ଭୁବନେଶ୍ବର ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିର ପରିଚାଳନା ପାଇଁ ସରକାର ସ୍ବତନ୍ତ୍ର ଆଇନ କରିବେ। ଖୁବ ଶୀଘ୍ର ଏହି ଆଇନ ପ୍ରସ୍ତୁତ କରାଯାଇ ବିଧାନସଭାକୁ ଆସିବ। ଶ୍ରୀମନ୍ଦିର ଭଳି ଭୁବନେଶ୍ବର ଶ୍ରୀ ଲିଙ୍ଗରାଜ ମନ୍ଦିରର ମଧ୍ୟ ଗୁରୁତ୍ବ ରହିଛି। ବାରମ୍ବାର ଏହି ମନ୍ଦିର ପରିଚାଳନାରେ ବିଭ୍ରାଟ ସୃଷ୍ଟି ହେଉଥିବାରୁ ସରକାର ଆଇନ ଆଣି ଏଥିରେ ରୋକ୍ ଲଗାଇବାକୁ ଚାହୁଁଥିବା ସୂଚନା ମିଳିଛି। ବୈଠକରେ ମନ୍ଦିର ଚତୁଃପାର୍ଶ୍ବରୁ ଜବରଦଖଲ ଉଚ୍ଛେଦ, ପ୍ରତ୍ନତତ୍ତ୍ବ ବିଭାଗ ଦ୍ବାରା ରକ୍ଷଣାବେକ୍ଷଣ, ମାର୍କେଟ୍‌ କମ୍ପ୍ଲେକ୍ସ ସମ୍ବନ୍ଧିତ ସମସ୍ୟାର ସମାଧାନ, ବ୍ୟାଖ୍ୟାନ କେନ୍ଦ୍ର ସମ୍ମୁଖରୁ ବିକାଶ ଓ ଦେବୀ ପାଦହରା ପୁଷ୍କରିଣୀର ଉନ୍ନୟନ ପାଇଁ ପ୍ରକଳ୍ପ ସଂପର୍କରେ ବି ଆଲୋଚନା ହୋଇଥିଲା।
ସେହିଭଳି ବାରିପଦାର ଜଗନ୍ନାଥ ମନ୍ଦିର, ଘଟଗାଁ ତାରିଣୀ ମନ୍ଦିର ଓ ରେମୁଣା କ୍ଷୀରଚୋରା ଗୋପୀନାଥ ମନ୍ଦିର ନେଇ ମଧ୍ୟ ମନ୍ତ୍ରୀ ପୃଥକ୍ ପୃଥକ୍ ଆଲୋଚନା କରିଛନ୍ତି। ବାରିପଦା ଜଗନ୍ନାଥ ମନ୍ଦିରର ରକ୍ଷଣାବେକ୍ଷଣ ଦାୟିତ୍ବ ପ୍ରତ୍ନତତ୍ତ୍ବ ବିଭାଗ କରିବା ପାଇଁ ଉପସ୍ଥିତ ଅଧିକାରୀମାନଙ୍କୁ ମନ୍ତ୍ରୀ ପ୍ରତାପ ଜେନା ପରାମର୍ଶ ଦେଇଥିଲେ। ଦେବୋତ୍ତର ଜମି ଯେଉଁମାନଙ୍କ ଅଧୀନରେ ଅଛି, ସେମାନଙ୍କୁ ୧୯ ଧାରାରେ ନିୟମିତ କରିବା ଉପରେ ଆଲୋଚନା ହୋଇଥିଲା। ଆଗାମୀ ଏକ ମାସ ମଧ୍ୟରେ ମନ୍ଦିର ୱେବ୍‌ସାଇଟ୍‌ ଓ ସେବାୟତମାନଙ୍କ ସ୍ବାସ୍ଥ୍ୟବୀମା କାର୍ଯ୍ୟ ଶେଷ ହେବ ବୋଲି ବୈଠକରେ ଉପସ୍ଥିତ ଥିବା ଉପଜିଲ୍ଲାପାଳ ସୂଚନା ଦେଇଥିଲେ।  ଘଟଗାଁ ତାରିଣୀ ମନ୍ଦିର କମିଟି ଓ ରେମୁଣା କ୍ଷୀ‌ରଚୋରା ଗୋପୀନାଥ ମନ୍ଦିରର ଟ୍ରଷ୍ଟ ବୋର୍ଡର ସମ୍ପୂର୍ଣ୍ଣ ପୁନର୍ଗଠନ ଓ ବିଭିନ୍ନ ସମସ୍ୟା ସମ୍ପର୍କରେ ଦେବୋତ୍ତର ବିଭାଗ ଦ୍ବାରା ତଦନ୍ତ କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଥିଲା।

Leave A Reply

Your email address will not be published.