ଡ. ପି କେ ମିଶ୍ର ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ନିଯୁକ୍ତ
ଏହି ପଦବିରେ ନିଯୁକ୍ତି ପାଇବାରେ ଡ. ମିଶ୍ର ପ୍ରଥମ ଓଡ଼ିଆ
ଗଙ୍ଗାଧର ମେହେର କଲେଜରୁ ଉତ୍ତୀର୍ଣ୍ଣ ହୋଇଥିଲେ
ଭୁବନେଶ୍ୱର: ଓଡ଼ିଶା ପାଇଁ ବଡ଼ ଖବର । ଗୁଜୁରାଟ କ୍ୟାଡର ଆଇଏଏସ୍ ଅଫିସର ଡ. ପି କେ ମିଶ୍ର ( ପ୍ରମୋଦ କୁମାର ମିଶ୍ର)ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରମୁଖ ସଚିବ ଭାବେ ନିଯୁକ୍ତି ପାଇଛନ୍ତି । ବରିଷ୍ଠ ପ୍ରଶାସନିକ ଅଧିକାରୀ ନୃପେନ୍ଦ୍ର ମିଶ୍ର ଦାୟିତ୍ୱରୁ ଅବ୍ୟାହତି ନେବା ପରେ ଏହି ପଦବି ଖାଲି ପଡିଥିଲା । ଶେଷରେ ପ୍ରଧାନମନ୍ତ୍ରୀଙ୍କ ଅତ୍ୟନ୍ତ ଘନିଷ୍ଠ ବୋଲି କୁହାଯାଉଥିବା ଡ. ପି କେ ମିଶ୍ରଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ପଦବି ମିଳିଛି । ଡ. ମିଶ୍ର ଏଭଳି ଗୁରୁତ୍ୱପୂର୍ଣ୍ଣ ପଦବିରେ ଅଭିଷିକ୍ତ ହେବାରେ ପ୍ରଥମ ଓଡି଼ିଆ । କୃଷି, ବିପର୍ଯ୍ୟୟ ପରିଚାଳନା, ଶକ୍ତି, ଭିତ୍ତିଭୂମି ବିଭିନ୍ନ ନିୟାମକ କ୍ଷେତ୍ରରେ ତାଙ୍କର ଦକ୍ଷତା ରହିଛ । ସେହିଭଳି ନୀତି ନିର୍ଧାରଣ କ୍ଷେତ୍ରରେ ମଧ୍ୟ ସେ ପାରଦର୍ଶିତା ହାସଲ କରିଛନ୍ତି । ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ସେ ପ୍ରଧାନମନ୍ତ୍ରୀଙ୍କ ଅତିରିକ୍ତ ପ୍ରମୁଖ ସଚିବ ଭାବେ ଦାୟିତ୍ୱ ନିର୍ବାହ କରୁଥିଲେ । ଅର୍ଥନୀତିରେ ଗବେଷଣା କରିଥିବା ଡ. ମିଶ୍ର ସମ୍ୱଲପୁର ଗଙ୍ଗାଧର ମେହେର କଲେଜରୁ ୧୯୭୦ ମସିହାରେ ଉତ୍ତୀର୍ଣ୍ଣ ହୋଇଥିଲେ ।
ବିପର୍ଯ୍ୟୟ ପରିଚାଳନାରେ ଦକ୍ଷତା ପାଇଁ ତାଙ୍କୁ ଜାତିସଂଘ ତରଫରୁ ନିକଟରେ (୨୦୧୯ ମେ ୧୭) ପୁରସ୍କୃତ ହୋଇଛନ୍ତି । ଅନ୍ୟତମ ଓଡ଼ିଆ ଅଧିକାରୀ ଶକ୍ତିକାନ୍ତ ଦାସ ଏବେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ଗଭର୍ଣ୍ଣର ଅଛନ୍ତି ।
ପ୍ରମୁଖ ଖବର
୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଜୟଶଙ୍କର, ଆଡଭାନି, ସିସୋଦିଆଙ୍କ ସମେତ ବହୁ ହାଇପ୍ରୋଫାଇଲ୍ ଭୋଟରଙ୍କୁ SIR ନୋଟିସ୍
ଇମ୍ରାନଙ୍କ ଭଉଣୀ ଅଲିମା ଗିରଫ
ଡ୍ୟୁଟି ସମୟରେ ପୋଲିସଙ୍କୁ ମୋବାଇଲ ମନା, ନମାନିଲେ ହେବ କାର୍ଯ୍ୟାନୁଷ୍ଠାନ
ଏସୀୟ କ୍ରୀଡ଼ାରେ ଭାରତର ଚମକ, ସୁଟିଂରେ ଦୁଇ ରୌପ୍ୟ
ଆମେରିକା ନିକଟରେ ଆତ୍ମସମର୍ପଣର ପ୍ରଶ୍ନ ନାହିଁ: କ୍ୟୁବା ରାଷ୍ଟ୍ରଦୂତ
ମହାନଦୀ ବିବାଦ ମଧ୍ୟରେ ଓଡ଼ିଶା ଗସ୍ତରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ