ଡ. ପି କେ ମିଶ୍ର ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ନିଯୁକ୍ତ
ଏହି ପଦବିରେ ନିଯୁକ୍ତି ପାଇବାରେ ଡ. ମିଶ୍ର ପ୍ରଥମ ଓଡ଼ିଆ
ଗଙ୍ଗାଧର ମେହେର କଲେଜରୁ ଉତ୍ତୀର୍ଣ୍ଣ ହୋଇଥିଲେ
ଭୁବନେଶ୍ୱର: ଓଡ଼ିଶା ପାଇଁ ବଡ଼ ଖବର । ଗୁଜୁରାଟ କ୍ୟାଡର ଆଇଏଏସ୍ ଅଫିସର ଡ. ପି କେ ମିଶ୍ର ( ପ୍ରମୋଦ କୁମାର ମିଶ୍ର)ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରମୁଖ ସଚିବ ଭାବେ ନିଯୁକ୍ତି ପାଇଛନ୍ତି । ବରିଷ୍ଠ ପ୍ରଶାସନିକ ଅଧିକାରୀ ନୃପେନ୍ଦ୍ର ମିଶ୍ର ଦାୟିତ୍ୱରୁ ଅବ୍ୟାହତି ନେବା ପରେ ଏହି ପଦବି ଖାଲି ପଡିଥିଲା । ଶେଷରେ ପ୍ରଧାନମନ୍ତ୍ରୀଙ୍କ ଅତ୍ୟନ୍ତ ଘନିଷ୍ଠ ବୋଲି କୁହାଯାଉଥିବା ଡ. ପି କେ ମିଶ୍ରଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ପଦବି ମିଳିଛି । ଡ. ମିଶ୍ର ଏଭଳି ଗୁରୁତ୍ୱପୂର୍ଣ୍ଣ ପଦବିରେ ଅଭିଷିକ୍ତ ହେବାରେ ପ୍ରଥମ ଓଡି଼ିଆ । କୃଷି, ବିପର୍ଯ୍ୟୟ ପରିଚାଳନା, ଶକ୍ତି, ଭିତ୍ତିଭୂମି ବିଭିନ୍ନ ନିୟାମକ କ୍ଷେତ୍ରରେ ତାଙ୍କର ଦକ୍ଷତା ରହିଛ । ସେହିଭଳି ନୀତି ନିର୍ଧାରଣ କ୍ଷେତ୍ରରେ ମଧ୍ୟ ସେ ପାରଦର୍ଶିତା ହାସଲ କରିଛନ୍ତି । ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ସେ ପ୍ରଧାନମନ୍ତ୍ରୀଙ୍କ ଅତିରିକ୍ତ ପ୍ରମୁଖ ସଚିବ ଭାବେ ଦାୟିତ୍ୱ ନିର୍ବାହ କରୁଥିଲେ । ଅର୍ଥନୀତିରେ ଗବେଷଣା କରିଥିବା ଡ. ମିଶ୍ର ସମ୍ୱଲପୁର ଗଙ୍ଗାଧର ମେହେର କଲେଜରୁ ୧୯୭୦ ମସିହାରେ ଉତ୍ତୀର୍ଣ୍ଣ ହୋଇଥିଲେ ।
ବିପର୍ଯ୍ୟୟ ପରିଚାଳନାରେ ଦକ୍ଷତା ପାଇଁ ତାଙ୍କୁ ଜାତିସଂଘ ତରଫରୁ ନିକଟରେ (୨୦୧୯ ମେ ୧୭) ପୁରସ୍କୃତ ହୋଇଛନ୍ତି । ଅନ୍ୟତମ ଓଡ଼ିଆ ଅଧିକାରୀ ଶକ୍ତିକାନ୍ତ ଦାସ ଏବେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ଗଭର୍ଣ୍ଣର ଅଛନ୍ତି ।
ପ୍ରମୁଖ ଖବର
ରାଜ୍ୟରେ ୫ ହଜାର ଡାକ୍ତରଙ୍କୁ ମିଳିବ ନିଯୁକ୍ତି: ମୁଖ୍ୟମନ୍ତ୍ରୀ
ଜାନୁଆରୀ ୨୮ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ
ନୂତନ ଶୀତଳ ଭଣ୍ଡାର ପାଇଁ ଆର୍ଥିକ ସହାୟତା ଦେବେ ସରକାର
ରାଜ୍ୟ କ୍ୟାବିନେଟ୍ରେ ୧୦ ପ୍ରସ୍ତାବକୁ ଅନୁମୋଦନ
ରାଜ୍ୟ ବାହାରକୁ ଚାଲାଣ ବେଳେ ୨ହାତୀ ଦାନ୍ତ ଜବତ, ୪ ଅଟକ
ସୁଭଦ୍ରାରେ ଯୋଜନାରେ ୧୫୭ ଜଣ ପୁରୁଷ କରିଛନ୍ତି ଆବେଦନ