ପ୍ରମୁଖ ଖବର

ଭୁବନେଶ୍ୱର ସ୍ଥିତ ଲାଇଫ୍ ହୋଟେଲରେ ‘ଗୋ-ହୋମଷ୍ଟେ’ ପୋର୍ଟାଲର ଶୁଭାରମ୍ଭ
ଇଂଲଣ୍ଡକୁ ପରାସ୍ତ କରି ଫାଇନାଲ୍ ରେ ଭାରତ
ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷ ଗୁରୁବାର ସନ୍ଧ୍ୟାରେ ନୂଆଦିଲ୍ଲୀରେ ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି
ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି
ରାଜ୍ୟସଭା ଆସନ ପାଇଁ ନାମାଙ୍କନ ଭରିଲେ ସ୍ଵାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ
ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ସୁରେଶ ପୂଜାରୀ

ମୋଦୀଙ୍କ ପସନ୍ଦ ଓଡ଼ିଆ ଅଫିସର

0

ଡ. ପି କେ ମିଶ୍ର ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ନିଯୁକ୍ତ
ଏହି ପଦବିରେ ନିଯୁକ୍ତି ପାଇବାରେ ଡ. ମିଶ୍ର ପ୍ରଥମ ଓଡ଼ିଆ
ଗଙ୍ଗାଧର ମେହେର କଲେଜରୁ ଉତ୍ତୀର୍ଣ୍ଣ ହୋଇଥିଲେ

ଭୁବନେଶ୍ୱର: ଓଡ଼ିଶା ପାଇଁ ବଡ଼ ଖବର । ଗୁଜୁରାଟ କ୍ୟାଡର ଆଇଏଏସ୍‍ ଅଫିସର ଡ. ପି କେ ମିଶ୍ର ( ପ୍ରମୋଦ କୁମାର ମିଶ୍ର)ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରମୁଖ ସଚିବ ଭାବେ ନିଯୁକ୍ତି ପାଇଛନ୍ତି । ବରିଷ୍ଠ ପ୍ରଶାସନିକ ଅଧିକାରୀ ନୃପେନ୍ଦ୍ର ମିଶ୍ର ଦାୟିତ୍ୱରୁ ଅବ୍ୟାହତି ନେବା ପରେ ଏହି ପଦବି ଖାଲି ପଡିଥିଲା । ଶେଷରେ ପ୍ରଧାନମନ୍ତ୍ରୀଙ୍କ ଅତ୍ୟନ୍ତ ଘନିଷ୍ଠ ବୋଲି କୁହାଯାଉଥିବା ଡ. ପି କେ ମିଶ୍ରଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ପଦବି ମିଳିଛି । ଡ. ମିଶ୍ର ଏଭଳି ଗୁରୁତ୍ୱପୂର୍ଣ୍ଣ ପଦବିରେ ଅଭିଷିକ୍ତ ହେବାରେ ପ୍ରଥମ ଓଡି଼ିଆ । କୃଷି, ବିପର୍ଯ୍ୟୟ ପରିଚାଳନା, ଶକ୍ତି, ଭିତ୍ତିଭୂମି ବିଭିନ୍ନ ନିୟାମକ କ୍ଷେତ୍ରରେ ତାଙ୍କର ଦକ୍ଷତା ରହିଛ । ସେହିଭଳି ନୀତି ନିର୍ଧାରଣ କ୍ଷେତ୍ରରେ ମଧ୍ୟ ସେ ପାରଦର୍ଶିତା ହାସଲ କରିଛନ୍ତି । ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ସେ ପ୍ରଧାନମନ୍ତ୍ରୀଙ୍କ ଅତିରିକ୍ତ ପ୍ରମୁଖ ସଚିବ ଭାବେ ଦାୟିତ୍ୱ ନିର୍ବାହ କରୁଥିଲେ । ଅର୍ଥନୀତିରେ ଗବେଷଣା କରିଥିବା ଡ. ମିଶ୍ର ସମ୍ୱଲପୁର ଗଙ୍ଗାଧର ମେହେର କଲେଜରୁ ୧୯୭୦ ମସିହାରେ ଉତ୍ତୀର୍ଣ୍ଣ ହୋଇଥିଲେ ।
ବିପର୍ଯ୍ୟୟ ପରିଚାଳନାରେ ଦକ୍ଷତା ପାଇଁ ତାଙ୍କୁ ଜାତିସଂଘ ତରଫରୁ ନିକଟରେ (୨୦୧୯ ମେ ୧୭) ପୁରସ୍କୃତ ହୋଇଛନ୍ତି । ଅନ୍ୟତମ ଓଡ଼ିଆ ଅଧିକାରୀ ଶକ୍ତିକାନ୍ତ ଦାସ ଏବେ ରିଜର୍ଭ ବ୍ୟାଙ୍କ ଅଫ୍‍ ଇଣ୍ଡିଆର ଗଭର୍ଣ୍ଣର ଅଛନ୍ତି ।

Leave A Reply

Your email address will not be published.