ପ୍ରମୁଖ ଖବର

ରାଉରକେଲା ବିମାନ ଦୁର୍ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ
ପ୍ରଥମଥର ପାଇଁ ଲାଲକିଲ୍ଲାରେ ଲାଗିବ କ୍ୟାମେରା, ୭ ବର୍ଷ ପରେ ମିଳିଲା ଅନୁମୋଦନ
ଭାରତର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ସୁରକ୍ଷାକର୍ମୀ-ମାଓବାଦୀ ଭିତରେ ଗୁଳିବିନିମୟ, ୨ ମାଓବାଦୀ ନିହତ
ଗୋ- ମାଫିଆଙ୍କ ଲିଙ୍କରେ ବିଭିନ୍ନ ଜିଲ୍ଲାରେ ରେଡ, ପୁଳାପୁଳା ଟଙ୍କା, ସୁନାଗହଣା ଜବତ

ମୋଦୀଙ୍କ ପସନ୍ଦ ଓଡ଼ିଆ ଅଫିସର

0

ଡ. ପି କେ ମିଶ୍ର ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ନିଯୁକ୍ତ
ଏହି ପଦବିରେ ନିଯୁକ୍ତି ପାଇବାରେ ଡ. ମିଶ୍ର ପ୍ରଥମ ଓଡ଼ିଆ
ଗଙ୍ଗାଧର ମେହେର କଲେଜରୁ ଉତ୍ତୀର୍ଣ୍ଣ ହୋଇଥିଲେ

ଭୁବନେଶ୍ୱର: ଓଡ଼ିଶା ପାଇଁ ବଡ଼ ଖବର । ଗୁଜୁରାଟ କ୍ୟାଡର ଆଇଏଏସ୍‍ ଅଫିସର ଡ. ପି କେ ମିଶ୍ର ( ପ୍ରମୋଦ କୁମାର ମିଶ୍ର)ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରମୁଖ ସଚିବ ଭାବେ ନିଯୁକ୍ତି ପାଇଛନ୍ତି । ବରିଷ୍ଠ ପ୍ରଶାସନିକ ଅଧିକାରୀ ନୃପେନ୍ଦ୍ର ମିଶ୍ର ଦାୟିତ୍ୱରୁ ଅବ୍ୟାହତି ନେବା ପରେ ଏହି ପଦବି ଖାଲି ପଡିଥିଲା । ଶେଷରେ ପ୍ରଧାନମନ୍ତ୍ରୀଙ୍କ ଅତ୍ୟନ୍ତ ଘନିଷ୍ଠ ବୋଲି କୁହାଯାଉଥିବା ଡ. ପି କେ ମିଶ୍ରଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ପଦବି ମିଳିଛି । ଡ. ମିଶ୍ର ଏଭଳି ଗୁରୁତ୍ୱପୂର୍ଣ୍ଣ ପଦବିରେ ଅଭିଷିକ୍ତ ହେବାରେ ପ୍ରଥମ ଓଡି଼ିଆ । କୃଷି, ବିପର୍ଯ୍ୟୟ ପରିଚାଳନା, ଶକ୍ତି, ଭିତ୍ତିଭୂମି ବିଭିନ୍ନ ନିୟାମକ କ୍ଷେତ୍ରରେ ତାଙ୍କର ଦକ୍ଷତା ରହିଛ । ସେହିଭଳି ନୀତି ନିର୍ଧାରଣ କ୍ଷେତ୍ରରେ ମଧ୍ୟ ସେ ପାରଦର୍ଶିତା ହାସଲ କରିଛନ୍ତି । ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ସେ ପ୍ରଧାନମନ୍ତ୍ରୀଙ୍କ ଅତିରିକ୍ତ ପ୍ରମୁଖ ସଚିବ ଭାବେ ଦାୟିତ୍ୱ ନିର୍ବାହ କରୁଥିଲେ । ଅର୍ଥନୀତିରେ ଗବେଷଣା କରିଥିବା ଡ. ମିଶ୍ର ସମ୍ୱଲପୁର ଗଙ୍ଗାଧର ମେହେର କଲେଜରୁ ୧୯୭୦ ମସିହାରେ ଉତ୍ତୀର୍ଣ୍ଣ ହୋଇଥିଲେ ।
ବିପର୍ଯ୍ୟୟ ପରିଚାଳନାରେ ଦକ୍ଷତା ପାଇଁ ତାଙ୍କୁ ଜାତିସଂଘ ତରଫରୁ ନିକଟରେ (୨୦୧୯ ମେ ୧୭) ପୁରସ୍କୃତ ହୋଇଛନ୍ତି । ଅନ୍ୟତମ ଓଡ଼ିଆ ଅଧିକାରୀ ଶକ୍ତିକାନ୍ତ ଦାସ ଏବେ ରିଜର୍ଭ ବ୍ୟାଙ୍କ ଅଫ୍‍ ଇଣ୍ଡିଆର ଗଭର୍ଣ୍ଣର ଅଛନ୍ତି ।

Leave A Reply

Your email address will not be published.