ପ୍ରମୁଖ ଖବର

ଆଗାମୀ ୪୮ ଘଣ୍ଟା ପରେ ପୁଣି ବଢିବ ତାତି, ଏନେଇ ପାଣିପାଗ କେନ୍ଦ୍ର ଭୁବନେଶ୍ୱରର ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି
୧୬ ତାରିଖରେ ଭୁବନେଶ୍ୱରରେ ମେଗା ରୋଡ୍ ସୋ କରିବେ ମୁଖ୍ୟମନ୍ତ୍ରୀ: ଗଙ୍ଗନଗର ଛକରୁ ବାହାରି ରୁପାଲି ଛକରେ ପହଁଚିବ ନବୀନଙ୍କ ବିଶାଳ ଯାତ୍ରା
ଓଡ଼ିଶାରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସରିବ ନାମାଙ୍କନ, ଆସନ୍ତାକାଲି ନାମାଙ୍କନ ଯାଞ୍ଚ ଓ ୧୭ ତାରିଖରେ ନାମାଙ୍କନ ପ୍ରତ୍ୟାହାର କରାଯାଇପାରିବ
ନାମାଙ୍କନ ଭରିଲେ ମୋଦୀ, ବାରାଣାସୀ ଆସନରୁ ତୃତୀୟ ଥର ପାଇଁ କଲେ ପ୍ରାର୍ଥୀପତ୍ର ଦାଖଲ
ବ୍ରହ୍ମପୁରର ବିଜେପି ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ ଘଟଣାରେ ଗିରଫ ହେଲେ ସ୍ୱାଧୀନ ପ୍ରାର୍ଥୀ ଶିବଶଙ୍କର ଦାସ
ବିହାରର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟସଭା ସାଂସଦ ସୁଶୀଲ ମୋଦିଙ୍କ ପରଲୋକ

ସରକାରଙ୍କ ପ୍ରଥମ ଗଣମାଧ୍ୟମ ଉପଦେଷ୍ଟା ଭାବେ ଦାୟିତ୍ୱ ନେଲେ ମାନସ ମଙ୍ଗରାଜ

0

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଗଣମାଧ୍ୟମ ଉପଦେଷ୍ଟା ଭାବେ ମାନସ ରଂଜନ ମଙ୍ଗରାଜ ଆଦି ଦାୟିତ୍ୱ ଗ୍ରହଣ କରିଛନ୍ତି। ଆଜି ପୂର୍ବାହ୍ନରେ ଶ୍ରୀ ମଙ୍ଗରାଜ ରାଜ୍ୟ ସରକାରଙ୍କ ଲୋକସଂପର୍କ ନିର୍ଦେଶାଳୟରେ ବିଧିବଦ୍ଧ ଭାବେ ଦାୟିତ୍ୱ ନେଇଥିଲେ । ଏହି ଅବସରରେ ଶ୍ରୀ ମଙ୍ଗରାଜ ଓ ଲୋକସଂପର୍କ ନିର୍ଦେଶକ କୃପାସିନ୍ଧୁ ମିଶ୍ରଙ୍କ ମଧ୍ୟରେ ଲୋକସଂପର୍କ ବିଭାଗର ଉନ୍ନତି ସଂପର୍କରେ ଆଲୋଚନା ହୋଇଛି । କେବଳ ସେତିକି ନୁହେଁ, ରାଜ୍ୟ ସରକାରଙ୍କ ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭ୍ୟୁର ସଂପାଦକ ଲେନିନ୍‍ ମହାନ୍ତିଙ୍କ ସହିତ ମଧ୍ୟ ଶ୍ରୀ ମଙ୍ଗରାଜ ଉଭୟ ପତି୍ରକା କିଭଳି ଅଧିକ ଲୋକାଭିମୁଖୀ ହୋଇପାରିବ ସେ ନେଇ ଆଲୋଚନା କରିିଥିଲେ ।

ଓଡ଼ିଆ ଦୈନିକ ସମ୍ୱାଦରୁ କ୍ୟାରିଅର ଆରମ୍ଭ କରିଥିବା ଶ୍ରୀ ମଙ୍ଗରାଜଙ୍କର ଗଣମାଧ୍ୟମରେ ଦୀର୍ଘ ଅଭିଜ୍‍ଞତା ରହିଛି । ସେ ବିଜେଡିର ମିଡିଆ ସଂଯୋଜକ ଭାବେ ମଧ୍ୟ ପୂର୍ବରୁ କାର୍ଯ୍ୟ କରୁଥିଲେ । ପରେ ରାଜ୍ୟ ସରକାର ତାଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ପ୍ରଦାନ କରିବା ସହିତ ଗଣମାଧ୍ୟମ ଉପଦେଷ୍ଟା ଭାବେ ନିଯୁକ୍ତି ଦେଇଥିଲେ । ଲୋକସଂପର୍କ ବିଭାଗରେ ସେ ନିଜର ଅଫିସ କରିବେ ।
ଉଲ୍ଲେଖଯୋଗ୍ୟ, ପୂର୍ବରୁ କେନ୍ଦ୍ର ସରକାରରେ ଗଣମାଧ୍ୟମ ଉପଦେଷ୍ଟା ନିଯୁକ୍ତି ପାଉଥିଲେ । ଓଡ଼ିଶାରେ ଏଥର ପ୍ରଥମ ଥର ପାଇଁ ସରକାର ଏଭଳି ପଦବି ସୃଷ୍ଟି କରିଛନ୍ତି ଓ ଶ୍ରୀ ମଙ୍ଗରାଜ ପ୍ରଥମ ଉପଦେଷ୍ଟା ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ସରକାରଙ୍କ ବିଭିନ୍ନ ଯୋଜନା କିଭଳି ଲୋକାଭିମୁଖୀ ହେବ, ଗଣମାଧ୍ୟମର ବିକାଶ ଆଦି ସଂପର୍କରେ ସେ ପରାମର୍ଶ ଦେବେ ।

Leave A Reply

Your email address will not be published.