ପ୍ରମୁଖ ଖବର

ପେପର ଲିକ୍ ମାମଲାରେ କଠୋର ପଦକ୍ଷେପ: ଫାଷ୍ଟ ଟ୍ରାକ୍ କୋର୍ଟ ଗଠନ ଘୋଷଣା କଲେ ପ୍ରଧାନମନ୍ତ୍ରୀ
ଗଜପତି ଜିଲ୍ଲାର ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଅଳିଆ ଗଦାରେ ପୁଳା ପୁଳା ନିରାମୟ ଔଷଧ
ମହାନଦୀ ଜଳ ବିବାଦ: ସମାଧାନ ପାଇଁ CWCକୁ ମଧ୍ୟସ୍ଥତା ନିର୍ଦ୍ଦେଶ, ଗଠନ ହେବ ଯୁଗ୍ମ କମିଟି
ଜନ୍ତର ମନ୍ତର ଅଞ୍ଚଳରେ ଇଣ୍ଟରନେଟ୍ ବନ୍ଦ, ସୁରକ୍ଷା କଡ଼ାକଡ଼ି
ସିଏମଓରୁ ଫାଇଲ ଗାଏବ ମାମଲା: ଅବସରପ୍ରାପ୍ତ ଆଇଏଏସ ଉପେନ୍ଦ୍ର ବେହେରା ଓ ରାଜେଶ ବର୍ମାଙ୍କୁ ପୁଣି ନୋଟିସ
ଦେଶରେ ବର୍ଷାର ତାଣ୍ଡବ: ୧୨୦ ମୃତ, ବନ୍ୟା-ଭୂସ୍ଖଳନରେ ଜନଜୀବନ ଅସ୍ତବ୍ୟସ୍ତ
ଶ୍ରୀମନ୍ଦିର ପାଇଁ ଆଉ ଏକ ବଡ଼ ସଫଳତା, ୫ଟି ନୂଆ ଟ୍ରେଡ୍ ମାର୍କକୁ ମିଳିଲା ଅନୁମୋଦନ
ଉତ୍ତରାଖଣ୍ଡରେ ପୁଣି ପେପର ଲିକ୍, ଦୁଇଟି ଇଞ୍ଜିନିୟରିଂ ପରୀକ୍ଷା ବାତିଲ
ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର: ୫% ବଢ଼ିଲା ମହଙ୍ଗା ଭତ୍ତା

ସରକାରଙ୍କ ପ୍ରଥମ ଗଣମାଧ୍ୟମ ଉପଦେଷ୍ଟା ଭାବେ ଦାୟିତ୍ୱ ନେଲେ ମାନସ ମଙ୍ଗରାଜ

0

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଗଣମାଧ୍ୟମ ଉପଦେଷ୍ଟା ଭାବେ ମାନସ ରଂଜନ ମଙ୍ଗରାଜ ଆଦି ଦାୟିତ୍ୱ ଗ୍ରହଣ କରିଛନ୍ତି। ଆଜି ପୂର୍ବାହ୍ନରେ ଶ୍ରୀ ମଙ୍ଗରାଜ ରାଜ୍ୟ ସରକାରଙ୍କ ଲୋକସଂପର୍କ ନିର୍ଦେଶାଳୟରେ ବିଧିବଦ୍ଧ ଭାବେ ଦାୟିତ୍ୱ ନେଇଥିଲେ । ଏହି ଅବସରରେ ଶ୍ରୀ ମଙ୍ଗରାଜ ଓ ଲୋକସଂପର୍କ ନିର୍ଦେଶକ କୃପାସିନ୍ଧୁ ମିଶ୍ରଙ୍କ ମଧ୍ୟରେ ଲୋକସଂପର୍କ ବିଭାଗର ଉନ୍ନତି ସଂପର୍କରେ ଆଲୋଚନା ହୋଇଛି । କେବଳ ସେତିକି ନୁହେଁ, ରାଜ୍ୟ ସରକାରଙ୍କ ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭ୍ୟୁର ସଂପାଦକ ଲେନିନ୍‍ ମହାନ୍ତିଙ୍କ ସହିତ ମଧ୍ୟ ଶ୍ରୀ ମଙ୍ଗରାଜ ଉଭୟ ପତି୍ରକା କିଭଳି ଅଧିକ ଲୋକାଭିମୁଖୀ ହୋଇପାରିବ ସେ ନେଇ ଆଲୋଚନା କରିିଥିଲେ ।

ଓଡ଼ିଆ ଦୈନିକ ସମ୍ୱାଦରୁ କ୍ୟାରିଅର ଆରମ୍ଭ କରିଥିବା ଶ୍ରୀ ମଙ୍ଗରାଜଙ୍କର ଗଣମାଧ୍ୟମରେ ଦୀର୍ଘ ଅଭିଜ୍‍ଞତା ରହିଛି । ସେ ବିଜେଡିର ମିଡିଆ ସଂଯୋଜକ ଭାବେ ମଧ୍ୟ ପୂର୍ବରୁ କାର୍ଯ୍ୟ କରୁଥିଲେ । ପରେ ରାଜ୍ୟ ସରକାର ତାଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ପ୍ରଦାନ କରିବା ସହିତ ଗଣମାଧ୍ୟମ ଉପଦେଷ୍ଟା ଭାବେ ନିଯୁକ୍ତି ଦେଇଥିଲେ । ଲୋକସଂପର୍କ ବିଭାଗରେ ସେ ନିଜର ଅଫିସ କରିବେ ।
ଉଲ୍ଲେଖଯୋଗ୍ୟ, ପୂର୍ବରୁ କେନ୍ଦ୍ର ସରକାରରେ ଗଣମାଧ୍ୟମ ଉପଦେଷ୍ଟା ନିଯୁକ୍ତି ପାଉଥିଲେ । ଓଡ଼ିଶାରେ ଏଥର ପ୍ରଥମ ଥର ପାଇଁ ସରକାର ଏଭଳି ପଦବି ସୃଷ୍ଟି କରିଛନ୍ତି ଓ ଶ୍ରୀ ମଙ୍ଗରାଜ ପ୍ରଥମ ଉପଦେଷ୍ଟା ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ସରକାରଙ୍କ ବିଭିନ୍ନ ଯୋଜନା କିଭଳି ଲୋକାଭିମୁଖୀ ହେବ, ଗଣମାଧ୍ୟମର ବିକାଶ ଆଦି ସଂପର୍କରେ ସେ ପରାମର୍ଶ ଦେବେ ।

Leave A Reply

Your email address will not be published.