ପ୍ରମୁଖ ଖବର

୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଅନନ୍ତ ନାଗଙ୍କୁ ଫାଲକେ ସମ୍ମାନ
ଦିଲ୍ଲୀ SIR: ନିୟମ ସ୍ପଷ୍ଟ କଲେ ମୁଖ୍ୟ ନିର୍ବାଚନ ଅଧିକାରୀ
୭୦୦ ଗ୍ରାମ୍‌ ଓଜନ ପାଇଁ ଅଟକିଲା ଗୋଲ୍ଡ ସ୍ୱପ୍ନ, ସୁଚିକାଙ୍କୁ ଏସିଆନ୍ ଗେମ୍ସରେ ବ୍ରୋଞ୍ଜ
ଫ୍ଲାଇଟ୍‌ ଟ୍ରେନିଂ ବେଳେ ବିମାନ ଦୁର୍ଘଟଣା, ୨ ଭାରତୀୟ ଛାତ୍ର ମୃତ
ଆଇଆଇଟି ଛାତ୍ର ମୃତ୍ୟୁ ଘଟଣା: ଡିନ୍‌ ପଦରୁ ନିଲମ୍ବିତ ପ୍ରଫେସର ସୂର୍ଯ୍ୟନାରାୟଣ ଡୁଲ୍ଲା
ଚୀନ୍‌ର କପଡ଼ା କାରଖାନାରେ ଭୟଙ୍କର ନିଆଁ, ୮ ଜଣ ଜୀବନ୍ତ ଦଗ୍ଧ
କେରଳରେ ବର୍ଷା ବିତ୍ପାତ, ୯ ମୃତ; ୬ ଜିଲ୍ଲାକୁ ଅରେଞ୍ଜ୍‌ ଆଲର୍ଟ

ବର୍ଷା ଗଲା, ମାଡି଼ ଆସୁଛି ଶୀତ

0

ଭୁବନେଶ୍ୱର: ମୌସୁମୀ ପ୍ରତ୍ୟାବର୍ତନ ପରେ ବର୍ଷା ଏମିତି ହେଲା ଯେ ସମଗ୍ର ରାଜ୍ୟକୁ ଭିଜେଇ ଦେଲା । ଲୋକେ ନାହିଁ ନଥିବା ଦୁର୍ଦଶାର ଶିକାର ହେଲେ । ପାଖାପାଖି ୪ ହଜାର ଗାଁରେ ନିଜର ଉପସ୍ଥିତି ବେଶ୍‍ ଛାଡିଯାଇଛି । ପାଖାପାଖି ୬ଜଣଙ୍କର ମୃତ୍ୟୁ ହୋଇଛି । ଲଘୁଚାପ ଇତିମଧ୍ୟରେ ଦୁର୍ବଳ ହୋଇଯାଇଛି । ଟର୍ପ ଲାଇନ୍‍ ଲମ୍ୱି ଥିବାରୁ କାଁ ଭାଁ କେଉଁଠି ବର୍ଷା ହୋଇପାରେ । ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଏହାର ପ୍ରଭାବ ଅନୁଭୂତ ହେବ। ହେଲେ ହେଲେ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି, ଆସନ୍ତା ଦୁଇ ଦିନ ମଧ୍ୟରେ ରାଜ୍ୟକୁ ଶୀତ ଛୁଇଁଯିବ । ନଭେମ୍ୱର ପ୍ରଥମ ସପ୍ତାହ ବେଳକୁ ରାଜ୍ୟରେ ଶୀତ ପ୍ରବଳ ଅନୁଭୂତ ସମ୍ଭାବନା ରହିଛି । ଏବର୍ଷ ଢେର୍‍ ସମୟ ପର୍ଯ୍ୟନ୍ତ ଶୀତ ଲାଗିବ ବୋଲି କୁହଯାଉଛି ।
ଉଲ୍ଲେଖଯୋଗ୍ୟ, ବର୍ଷାଫେରିବା ପରେ କନ୍ଧମାଳ ଆଦି ଜିଲ୍ଲାରେ ତାପମାତ୍ରା କମିଆସିଥିଲା । ପାଖାପାଖି ୧୩ ଡିଗ୍ରି ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଥିଲା । ହେଲେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ପରେ ପାଗରେ ତୁରନ୍ତ ପରିବର୍ତନ ହୋଇଥିଲା ।

Leave A Reply

Your email address will not be published.