ଭୁବନେଶ୍ୱର: ମୌସୁମୀ ପ୍ରତ୍ୟାବର୍ତନ ପରେ ବର୍ଷା ଏମିତି ହେଲା ଯେ ସମଗ୍ର ରାଜ୍ୟକୁ ଭିଜେଇ ଦେଲା । ଲୋକେ ନାହିଁ ନଥିବା ଦୁର୍ଦଶାର ଶିକାର ହେଲେ । ପାଖାପାଖି ୪ ହଜାର ଗାଁରେ ନିଜର ଉପସ୍ଥିତି ବେଶ୍ ଛାଡିଯାଇଛି । ପାଖାପାଖି ୬ଜଣଙ୍କର ମୃତ୍ୟୁ ହୋଇଛି । ଲଘୁଚାପ ଇତିମଧ୍ୟରେ ଦୁର୍ବଳ ହୋଇଯାଇଛି । ଟର୍ପ ଲାଇନ୍ ଲମ୍ୱି ଥିବାରୁ କାଁ ଭାଁ କେଉଁଠି ବର୍ଷା ହୋଇପାରେ । ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଏହାର ପ୍ରଭାବ ଅନୁଭୂତ ହେବ। ହେଲେ ହେଲେ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି, ଆସନ୍ତା ଦୁଇ ଦିନ ମଧ୍ୟରେ ରାଜ୍ୟକୁ ଶୀତ ଛୁଇଁଯିବ । ନଭେମ୍ୱର ପ୍ରଥମ ସପ୍ତାହ ବେଳକୁ ରାଜ୍ୟରେ ଶୀତ ପ୍ରବଳ ଅନୁଭୂତ ସମ୍ଭାବନା ରହିଛି । ଏବର୍ଷ ଢେର୍ ସମୟ ପର୍ଯ୍ୟନ୍ତ ଶୀତ ଲାଗିବ ବୋଲି କୁହଯାଉଛି ।
ଉଲ୍ଲେଖଯୋଗ୍ୟ, ବର୍ଷାଫେରିବା ପରେ କନ୍ଧମାଳ ଆଦି ଜିଲ୍ଲାରେ ତାପମାତ୍ରା କମିଆସିଥିଲା । ପାଖାପାଖି ୧୩ ଡିଗ୍ରି ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଥିଲା । ହେଲେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ପରେ ପାଗରେ ତୁରନ୍ତ ପରିବର୍ତନ ହୋଇଥିଲା ।
ପ୍ରମୁଖ ଖବର
ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ