ପ୍ରମୁଖ ଖବର

୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଅନନ୍ତ ନାଗଙ୍କୁ ଫାଲକେ ସମ୍ମାନ
ଦିଲ୍ଲୀ SIR: ନିୟମ ସ୍ପଷ୍ଟ କଲେ ମୁଖ୍ୟ ନିର୍ବାଚନ ଅଧିକାରୀ
୭୦୦ ଗ୍ରାମ୍‌ ଓଜନ ପାଇଁ ଅଟକିଲା ଗୋଲ୍ଡ ସ୍ୱପ୍ନ, ସୁଚିକାଙ୍କୁ ଏସିଆନ୍ ଗେମ୍ସରେ ବ୍ରୋଞ୍ଜ
ଫ୍ଲାଇଟ୍‌ ଟ୍ରେନିଂ ବେଳେ ବିମାନ ଦୁର୍ଘଟଣା, ୨ ଭାରତୀୟ ଛାତ୍ର ମୃତ
ଆଇଆଇଟି ଛାତ୍ର ମୃତ୍ୟୁ ଘଟଣା: ଡିନ୍‌ ପଦରୁ ନିଲମ୍ବିତ ପ୍ରଫେସର ସୂର୍ଯ୍ୟନାରାୟଣ ଡୁଲ୍ଲା
ଚୀନ୍‌ର କପଡ଼ା କାରଖାନାରେ ଭୟଙ୍କର ନିଆଁ, ୮ ଜଣ ଜୀବନ୍ତ ଦଗ୍ଧ
କେରଳରେ ବର୍ଷା ବିତ୍ପାତ, ୯ ମୃତ; ୬ ଜିଲ୍ଲାକୁ ଅରେଞ୍ଜ୍‌ ଆଲର୍ଟ

ବିଚାରପତିଙ୍କ ଜନ୍ମ ପୁର୍ବରୁ ମାମଲା ରୁଜୁ ହୋଇଥିଲା, କେମିତି ଜାଣନ୍ତୁ

0

ନୂଆଦିଲ୍ଲୀ: ସେଦିନ ଥିଲା ୧୯୫୦ ମସିହା ଜାନୁଆରୀ1୧୬ ତାରିଖ। ଆଜିର ବହୁ ଚର୍ଚ୍ଚିତ ପ୍ରସଙ୍ଗ ଆଯୋଧ୍ୟା ମାମଲାରେ ପ୍ରଥମ ମାମଲା ହୋଇଥିଲା ଅଦାଲତରେ। କୌତୁହଳର କଥା ହେଲା ଆଜି ଦିନରେ ଏହି ମାମଲା ଫଏସଲା ବାଟ କାଢ଼ିଥିବା ସର୍ବୋଚ୍ଚ ନ୍ୟାୟାଳୟର ପାଞ୍ଚ ଜଣ ଯାକ ବିଚାରପତି କେହି ବି ଜନ୍ମ ହୋଇନଥିଲେ। କେବଳ ସେତିକି ନୁହେଁ, ଏହି ପ୍ରସଙ୍ଗ ଯେତେବେଳେ ଅତି ବିବାଦୀୟ ମୋଡ ନେଲା ଅର୍ଥାତ ୧୯୯୨ ମସିହା ଡିସେମ୍ବର ୬ ତାରିଖରେ, ସେବେ ଏମାନଙ୍କ ମଧ୍ୟରୁ ଜଣେ କେହି ବି ବିଚାରପତି ଆସନ ଅଳଙ୍କୃତ କରିନଥିଲେ। ବରଂ ଅଦାଲତରେ ମାମଲା ଲଢୁଥିଲେ।

ଆଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ରଂଜନ ଗୋଗଇଙ୍କ ନେତୃତ୍ୱରେ ଗଠିତ ପାଞ୍ଚ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ତାଙ୍କର ରାୟ ଶୁଣାଇଛନ୍ତି। ଏହାକୁ ବିଭିନ୍ନ ମହଲ ପ୍ରଶଂସା କରିଛନ୍ତି। ସମଗ୍ର ଦେଶରେ କୌଣସି ସ୍ଥାନରେ ହିଂସା ଘଟିନାହିଁ ଓ ଅତି ବିବାଦୀୟ ଏହି ପ୍ରସଙ୍ଗର ସମାଧାନ ରାସ୍ତା ବାହାରିଛି। ଏହି ବିଚାର ପ୍ରକ୍ରିୟାରେ ବିଚାରପତି ଏ ଏସ ବୋବଡେ, ବିଚାରପତି ଡ଼ି ଚନ୍ଦ୍ରଚୁଡ଼, ବିଚାରପତି ଅଶୋକ ଭୂଷଣ ଓ ବିଚାରପତିଏସ ଅବଦୁଲ ନାଜିର ସାମିଲ ଥିଲେ। ଏମାନେ ସମସ୍ତେ ମାମଲା ରୁଜୁ ହେବାର ଦୀର୍ଘ ବର୍ଷ ପରେ ଜନ୍ମ ନେଇଛନ୍ତି। ସମସ୍ତ ପାଞ୍ଚ ଜଣ ଯାକ ବିଚାରପତି ୨୦୦୦ ମସିହା ପରେ ହାଇକୋର୍ଟରେ କାମ ଆରମ୍ଭ କରିଥିଲେ।

Leave A Reply

Your email address will not be published.