ପ୍ରମୁଖ ଖବର

୮୪ତମ ରୋଡ କଂଗ୍ରେସ ସମାବେଶ ଉଦ୍‌ଘାଟିତ
କନ୍ଧମାଳ ସୀମା କଳିଙ୍ଗା ଘାଟିରେ ଓଲଟିଲା ବସ୍, ଜଣେ ମୃତ
ଏସଆଇ ପରୀକ୍ଷା ଘୋଟାଲା : ମୁଖ୍ୟ ଅଭିଯୁକ୍ତର ହେବ ଲାଏ ଡିଟେକ୍ସନ୍‌ ଟେଷ୍ଟ
‘ବନ୍ଦେ ମାତରମ’ର ୧୫୦ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମ; ଯୋଗ ଦେଲେ ପ୍ରଧାନମନ୍ତ୍ରୀ
ଶ୍ରୀମନ୍ଦିରରେ ପୁଣି ହିଡେନ୍ କ୍ୟାମେରା ଓ ନକଲି ସେବକ
ଓଡ଼ିଆ ଝିଅ ହେଲେ ଝାଡ଼ଖଣ୍ଡ ଡିଜିପି
ଆସନ୍ତାକାଲିଠୁ ୨୦୨୬ ମାଟ୍ରିକ୍ ପରୀକ୍ଷା ପାଇଁ ଫର୍ମ ପୂରଣ ଆରମ୍ଭ

ନିଆଁ ନେଲାଣି ୪୩ ଜୀବନ

0

ନୂଆଦିଲ୍ଲୀ: ଭାରତର ରାଜଧାନୀ ଦିଲ୍ଲୀରେ ଏକ ଭୟାବହ ଅଗ୍ନିକାଣ୍ଡରେ ଏ ପର୍ଯ୍ୟନ୍ତ ୪୩ଜଣଙ୍କ ଜୀବନ ଗଲାଣି। ଆହୁରି ୫୦ରୁ ଅଧିକ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଆହୁରି ଅନେକ ନିଆଁରେ ଫସିରହିଥିବା କୁହାଯାଉଛି। ନୂଆଦିଲ୍ଲୀ ଝାନସି ରୋଡରେ ଶସ୍ୟ ମଣ୍ଡି ନିକଟସ୍ଥ ଏକ କୋଠାରେ ନିଆଁ ଲାଗି ମାଡିଯାଇଥିଲା। ୩୦ ଚି ଦମକଳ ବାହିନୀକୁ ନିୟୋଜିତ କରାଯାଇ ନିଆଁ ଲିଭା କାର୍ଯ୍ୟ ଜାରି ରହିଛି।

ଅଗ୍ନିଶମ ବିଭାଗର ଅଧିକାରୀଙ୍କ କହିବାନୁସାରେ, ୬୦୦ ବର୍ଗଫୁଟର ଏହି ୬ମହଲା ବିଶିଷ୍ଟ କୋଠାରେ ସକାଳ ୫ଟା ୨୨ରେ ଅଗ୍ନିକାଣ୍ଡ ଖବର ମିଳିଥିଲା। ତୁରନ୍ତ ନିଆଁଲାଭ କାମ ଆରମ୍ଭ ହୋଇଥିଲା। ଏହି ପ୍ରକୋଷ୍ଠରେ ସ୍କୁଲ ବ୍ୟାଗ, ପାଣିବୋତଲ ଫ୍ୟାକ୍ଟ୍ରି ରହିଥିବା କୁହାଯାଉଛି। କିନ୍ତୁ ଭୀଷଣ ଅନ୍ଧାର କାରଣରୁ ଭିତର ସ୍ଥିତି ଏଯାଏ ଅନୁଧ୍ୟାନ କରାଯାଇପାରିନାହିଁ।

ଗୁରୁତରମାନଙ୍କୁ ଦିଲ୍ଲୀର ବିଭିନ୍ନ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ସ୍ଥାନୀୟ ଅଞ୍ଚଳରେ ସ୍ଥିତି ଅତ୍ୟନ୍ତ ଗମ୍ଭୀର ରହିଛି। ଏପଟେ ଏହି ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହ ମନ୍ତ୍ରୀ ଅମିତ ଶାହ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ଦିଲ୍ଲୀ ସରକାର ଘଟଣାର ଅନୁଧ୍ୟାନ କରାଯିବ ବୋଲି ସୂଚନା ଦେଇଛନ୍ତି।

Leave A Reply

Your email address will not be published.