ଭୁବନେଶ୍ୱର: ଆଜି ରାତି ୧୧ଟା ବେଳେ ଭୁବନେଶ୍ୱର ବିମାନନ୍ଦରରେ ନିର୍ମାଣାଧୀନ ଅବସ୍ଥାରେ ଗୋଟିଏ ଛାତ ଗଳିପଡିଛି। ଏହି ଘଟଣାରେ ଜଣେ ଶ୍ରମିକ ଚାପିହୋଇ ରହିଥିବା ସୂଚନା ମିଳୁଛି। ଅନ୍ୟଜଣେ ଗୁରୁତର ଅଛନ୍ତି। ଚାପି ହୋଇ ରହିଥିବା ବ୍ୟକ୍ତି ହେଉଛନ୍ତି ଅନ୍ତର୍ଯ୍ୟାମି ଗୁରୁ ଓ ତାଙ୍କ ଘର ନୟାଗଡ । ଆହତ ନବ କିଶୋର ସ୍ୱାଇଁ ଢେଙ୍କାନାଳର।
ଆଜି ରାତିରେ ପ୍ରାୟ ୨୫ ଜଣ ଶ୍ରମିକ କାର୍ଯ୍ୟ କରୁଥିଲାବେଳେ ଏହି ଅଭାବନୀୟ ଘଟଣା ଘଟିଲା। ରିପୋର୍ଟ ଲେଖା ହେବା ଯାଏ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ମାତ୍ର ଅନ୍ତର୍ଯ୍ୟାମୀଙ୍କୁ ବାହାରକୁ ଅଣାଯାଇପାରିନାହିଁ। ସେ ଜୀବିତ ଥିବା କୁହାଯାଉଛି। ଦମକଳ ବାହିନୀ, ଓଡ୍ରାଫ ଏହି କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଗତ ବର୍ଷେ ହେଲାଣି ଏହି ନିର୍ମାଣ କାର୍ଯ୍ୟ ଜାରି ରହିଥିଲା। ଉଦ୍ଧାର କାର୍ଯ୍ୟ ଶେଷ ପରେ ଆଉ କିଏ ଚାପି ହୋଇଛନ୍ତି କି ନାହିଁ ତାହା ଜଣାପଡିବ।
ପ୍ରମୁଖ ଖବର
ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଖଣ୍ଡଗିରି ମାଘ ମେଳାରେ ଲାଗିବ ୧୦୦ଟି ସିସିଟିଭି, ହେବନି ଅଶ୍ଳୀଳ ନୃତ୍ୟ
ବସ୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ ମୃତ
ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ
ବୋଲେରୋ-ସ୍କୁଟି ଧକ୍କାରେ ନାବାଳକ ମୃତ: ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ