ଭୁବନେଶ୍ୱର: ଆଜି ରାତି ୧୧ଟା ବେଳେ ଭୁବନେଶ୍ୱର ବିମାନନ୍ଦରରେ ନିର୍ମାଣାଧୀନ ଅବସ୍ଥାରେ ଗୋଟିଏ ଛାତ ଗଳିପଡିଛି। ଏହି ଘଟଣାରେ ଜଣେ ଶ୍ରମିକ ଚାପିହୋଇ ରହିଥିବା ସୂଚନା ମିଳୁଛି। ଅନ୍ୟଜଣେ ଗୁରୁତର ଅଛନ୍ତି। ଚାପି ହୋଇ ରହିଥିବା ବ୍ୟକ୍ତି ହେଉଛନ୍ତି ଅନ୍ତର୍ଯ୍ୟାମି ଗୁରୁ ଓ ତାଙ୍କ ଘର ନୟାଗଡ । ଆହତ ନବ କିଶୋର ସ୍ୱାଇଁ ଢେଙ୍କାନାଳର।
ଆଜି ରାତିରେ ପ୍ରାୟ ୨୫ ଜଣ ଶ୍ରମିକ କାର୍ଯ୍ୟ କରୁଥିଲାବେଳେ ଏହି ଅଭାବନୀୟ ଘଟଣା ଘଟିଲା। ରିପୋର୍ଟ ଲେଖା ହେବା ଯାଏ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ମାତ୍ର ଅନ୍ତର୍ଯ୍ୟାମୀଙ୍କୁ ବାହାରକୁ ଅଣାଯାଇପାରିନାହିଁ। ସେ ଜୀବିତ ଥିବା କୁହାଯାଉଛି। ଦମକଳ ବାହିନୀ, ଓଡ୍ରାଫ ଏହି କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଗତ ବର୍ଷେ ହେଲାଣି ଏହି ନିର୍ମାଣ କାର୍ଯ୍ୟ ଜାରି ରହିଥିଲା। ଉଦ୍ଧାର କାର୍ଯ୍ୟ ଶେଷ ପରେ ଆଉ କିଏ ଚାପି ହୋଇଛନ୍ତି କି ନାହିଁ ତାହା ଜଣାପଡିବ।
ପ୍ରମୁଖ ଖବର
ଦୁବାଇରୁ ସୁରକ୍ଷିତ ସ୍ୱଦେଶ ଫେରିଲେ ପିଭି ସିନ୍ଧୁ
ହୋଲି ପାଇଁ ମୁତୟନ ହେବେ ୩୦ ପ୍ଲାଟୁନ ଫୋର୍ସ, ୮୫ ସ୍ଥାନରେ ହେବ ଚେକିଂ
ରାଜ୍ୟସଭା ପାଇଁ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ିବେ ଦିଲୀପ ରାୟ
ମଧ୍ୟପ୍ରାଚ୍ୟରେ ଫସି ଥିବା ଓଡ଼ିଆଙ୍କ ପାଇଁ ଜାରି ହେଲା ହେଲ୍ପଲାଇନ ନମ୍ବର
କେନ୍ଦୁଝର ଜିଲ୍ଲା ଦୌରାଜଜ୍ଙ୍କ କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଧମକ
ପୂର୍ବତନ କେନ୍ଦ୍ରମନ୍ତ୍ରୀ କେ.ପି ଉନ୍ନିକୃଷ୍ଣନଙ୍କ ପରଲୋକ
ରାଜ୍ୟସଭା ନିର୍ବାଚନ, ପ୍ରାର୍ଥୀ ଘୋଷଣା କଲା ବିଜେପି