ପ୍ରମୁଖ ଖବର

କମନୱେଲଥ୍ ଗେମ୍ସ: ଅଷ୍ଟମ ଦିନରେ ଭାରତର ୬ ପଦକ, ମୋଟ ସଂଖ୍ୟା ୨୩
ରାଜ୍ୟ କ୍ୟାବିନେଟରେ ୧୧ ପ୍ରସ୍ତାବକୁ ମଞ୍ଜୁରି
ସୁନ୍ଦରଗଡ଼ରେ ହାତୀ ଆତଙ୍କ: ଦନ୍ତା ଆକ୍ରମଣରେ ୨ ମୃତ
ଭୋଗପୁରମରେ ଆଲୁରି ସୀତାରାମ ରାଜୁ ଅନ୍ତର୍ଜାତୀୟ ବିମାନବନ୍ଦର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ
ଆକାଶମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
୧୯ ବର୍ଷ ପରେ କଲକାତା ଫେରିଲେ ତସଲିମା ନସରିନ୍
ରାଷ୍ଟ୍ରପତି ଭବନରେ ଚମକିଲା ଓଡ଼ିଶାର ୩ ଷ୍ଟାର୍ଟଅପ୍
ଶସ୍ତା ହେଲା କମର୍ସିଆଲ ଗ୍ୟାସ ସିଲିଣ୍ଡର, ବଢ଼ିଲା ବିମାନ ଇନ୍ଧନ ଦର

ବିଜେପି ଛାଡ଼ିଲେ କେ. ଆନ୍ନାମଲାଇ

0

ଗଠନ କରିପାରନ୍ତି ନୂଆ ଆଞ୍ଚଳିକ ଦଳ

ତାମିଲନାଡୁ: ତାମିଲନାଡୁ ବିଜେପିର ପୂର୍ବତନ ରାଜ୍ୟ ସଭାପତି କେ. ଆନ୍ନାମଲାଇ ମଙ୍ଗଳବାର ବିଜେପିର ଜାତୀୟ ସଭାପତି ନିତିନ ନବୀନଙ୍କୁ ନିଜର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ତେବେ ଦଳ ପକ୍ଷରୁ ତାଙ୍କ ଇସ୍ତଫା ଆନୁଷ୍ଠାନିକ ଭାବେ ଗ୍ରହଣ କରାଯାଇଛି କି ନାହିଁ, ସେନେଇ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।

ସୂତ୍ର ଅନୁଯାୟୀ, ଆନ୍ନାମଲାଇ ଆସନ୍ତା କିଛି ମାସ ମଧ୍ୟରେ ଏକ ନୂଆ ଆଞ୍ଚଳିକ ରାଜନୈତିକ ଦଳ କିମ୍ବା ଲୋକ ଆନ୍ଦୋଳନ ଆରମ୍ଭ କରିପାରନ୍ତି। ତାଙ୍କ ନିକଟତମ ସହଯୋଗୀମାନଙ୍କ କହିବା ଅନୁସାରେ, ବିଜେପି ନେତୃତ୍ୱ ସହ ମତଭେଦ ଏବଂ ତାମିଲନାଡୁର ବଦଳୁଥିବା ରାଜନୈତିକ ପରିସ୍ଥିତି ତାଙ୍କୁ ନୂଆ ରାଜନୈତିକ ପଥ ବାଛିବାକୁ ପ୍ରେରିତ କରିଛି।

ପୂର୍ବତନ ଆଇପିଏସ୍ ଅଧିକାରୀ ଆନ୍ନାମଲାଇ ୨୦୨୦ ମସିହାରେ ରାଜନୀତିରେ ପ୍ରବେଶ କରିଥିଲେ। କରୁର ଜିଲ୍ଲାର ଏହି ନେତା ଅତ୍ୟନ୍ତ କମ୍ ସମୟ ମଧ୍ୟରେ ବିଜେପିରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ୨୦୨୧ରେ ତାମିଲନାଡୁ ବିଜେପି ସଭାପତି ହୋଇଥିଲେ। ଦ୍ରାବିଡ଼ ଦଳମାନଙ୍କ ପ୍ରଭାବଶାଳୀ ରାଜନୀତି ମଧ୍ୟରେ ବିଜେପିର ସଂଗଠନ ବିସ୍ତାର କରିବାରେ ସେ ଗୁରୁତ୍ୱପୂର୍ଣ୍ଣ ମୁହଁ ଭାବେ ଉଭା ହୋଇଥିଲେ।

ତେବେ ୨୦୨୩ରେ ଇ ଅମିତ ଶାହଙ୍କ ପ୍ରୟାସରେ AIADMK ପୁଣି ଏନଡିଏକୁ ଫେରିଥିବା ବେଳେ ଆନ୍ନାମଲାଇ ରାଜ୍ୟ ସଭାପତି ପଦ ଛାଡ଼ିଥିଲେ। ଏହାପରେ ତାଙ୍କ ଏବଂ ବିଜେପି ନେତୃତ୍ୱ ମଧ୍ୟରେ ଦୂରତା ବଢ଼ିଥିବା ଚର୍ଚ୍ଚା ଜୋର ଧରିଥିଲା। ରାଜନୈତିକ ମହଲରେ ଏବେ ଚର୍ଚ୍ଚା ହେଉଛି ଯେ, ଆନ୍ନାମଲାଇଙ୍କ ନୂଆ ପଦକ୍ଷେପ ତାମିଲନାଡୁର ରାଜନୀତିରେ ଏକ ନୂଆ ସମୀକରଣ ସୃଷ୍ଟି କରିପାରେ।

Leave A Reply

Your email address will not be published.