ପ୍ରମୁଖ ଖବର

ଅକ୍ଟୋବର-ଡିସେମ୍ବରରେ ବଢ଼ିପାରେ ରେପୋ ରେଟ୍‌, ମହଙ୍ଗା ତେଲ ନେଇ ଚିନ୍ତା
ବ୍ରିକ୍ସ ସମ୍ମିଳନୀରେ କୋରାପୁଟ କଫି, ବିଶ୍ୱ ମଞ୍ଚରେ ଓଡ଼ିଶାର ସ୍ୱାଦ
ନୂଆଦିଲ୍ଲୀରେ ବିଶ୍ୱ ନେତାଙ୍କ ସମାଗମ, ଆରମ୍ଭ ହେଲା ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ
ଦିଲ୍ଲୀର ନିର୍ମାଣ ଶ୍ରମିକଙ୍କୁ ମିଳିବ ମାଗଣା ଚିକିତ୍ସା, ସ୍ୱାସ୍ଥ୍ୟ ଯୋଜନାକୁ ଉପରାଜ୍ୟପାଳଙ୍କ ମଞ୍ଜୁରି
ଦିଲ୍ଲୀର ନେତା-ଅଧିକାରୀଙ୍କ ସମ୍ପତ୍ତି ସାର୍ବଜନୀନ କରାଯାଉ: କିରଣ ବେଦୀ

ପୁଣି ବଢ଼ିଲା ବସ୍ ଭଡ଼ା

0

ଭୁବନେଶ୍ବର; ରାଜ୍ୟରେ ପୁଣି ଥରେ ବସ୍ ଭଡ଼ା ବୃଦ୍ଧି କରିଛନ୍ତି ସରକାର। ତୈଳ ଦର ବୃଦ୍ଧି ଏବଂ ଘରୋଇ ବସ୍ ମାଲିକ ସଂଘର ଦାବିକୁ ଦୃଷ୍ଟିରେ ରଖି ସାଧାରଣ ଓ ଏକ୍ସପ୍ରେସ୍ ବସ୍ ଭଡ଼ା କିଲୋମିଟର ପିଛା ୨ ପଇସା ବଢ଼ାଯାଇଛି। ନୂଆ ଦର ଅନୁସାରେ ସାଧାରଣ ବସ୍ ଭଡ଼ା କିମି ପିଛା ୯୦ ପଇସାରୁ ବୃଦ୍ଧି ପାଇ ୯୨ ପଇସା ହୋଇଥିବା ବେଳେ ଏକ୍ସପ୍ରେସ୍ ବସ୍ ଭଡ଼ା ୯୪ ପଇସାରୁ ବଢ଼ି ୯୬ ପଇସା ହୋଇଛି।

ସେହିପରି ଡିଲକ୍ସ ବସ୍ ଭଡ଼ା କିମି ପିଛା ୧ ଟଙ୍କା ୩୧ ପଇସାରୁ ବଢ଼ି ୧ ଟଙ୍କା ୩୫ ପଇସା ହୋଇଛି। ଏସି ଡିଲକ୍ସ ବସ୍ ଭଡ଼ା ୧ ଟଙ୍କା ୫୯ ପଇସାରୁ ବୃଦ୍ଧି ପାଇ ୧ ଟଙ୍କା ୬୩ ପଇସାକୁ ପହଞ୍ଚିଛି। ସୁପର ଡିଲକ୍ସ ବସ୍ ଭଡ଼ା ମଧ୍ୟ ୨ ଟଙ୍କା ୪୭ ପଇସାରୁ ବଢ଼ି ୨ ଟଙ୍କା ୫୩ ପଇସା ହୋଇଛି। ତୈଳ ଦର ବୃଦ୍ଧି ପରେ ବସ୍ ପରିଚାଳନା ଖର୍ଚ୍ଚ ବଢ଼ିଥିବା ଦର୍ଶାଇ ଘରୋଇ ବସ୍ ମାଲିକ ସଂଘ ଭଡ଼ା ବୃଦ୍ଧି ପାଇଁ ଦାବି କରିଥିଲା। ଦାବି ପୂରଣ ନହେଲେ ଜୁନ୍ ୧୧ ତାରିଖରୁ ବସ୍ ଚଳାଚଳ ବନ୍ଦ କରିବାକୁ ମଧ୍ୟ ସଂଘ ଚେତାବନୀ ଦେଇଥିଲା। ଏହାପରେ ସରକାର ଭଡ଼ା ବୃଦ୍ଧି ନିଷ୍ପତ୍ତି ନେଇଛନ୍ତି।

ଗତ କିଛି ଦିନ ମଧ୍ୟରେ ଏହା ଦ୍ୱିତୀୟ ଥର ପାଇଁ ବସ୍ ଭଡ଼ା ବୃଦ୍ଧି ହୋଇଥିବାରୁ ସାଧାରଣ ଯାତ୍ରୀଙ୍କ ଉପରେ ଅତିରିକ୍ତ ଆର୍ଥିକ ବୋଝ ପଡ଼ିବ। ବିଶେଷକରି ଦୈନିକ ଯାତାୟାତ କରୁଥିବା ଯାତ୍ରୀ ଏବଂ ଦୂରପାଲ୍ଲା ଯାତ୍ରୀମାନେ ଏହି ଭଡ଼ା ବୃଦ୍ଧିର ପ୍ରଭାବ ଅଧିକ ଅନୁଭବ କରିବେ।

Leave A Reply

Your email address will not be published.