ପ୍ରମୁଖ ଖବର

ରାଉରକେଲା ବିମାନ ଦୁର୍ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ
ପ୍ରଥମଥର ପାଇଁ ଲାଲକିଲ୍ଲାରେ ଲାଗିବ କ୍ୟାମେରା, ୭ ବର୍ଷ ପରେ ମିଳିଲା ଅନୁମୋଦନ
ଭାରତର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ସୁରକ୍ଷାକର୍ମୀ-ମାଓବାଦୀ ଭିତରେ ଗୁଳିବିନିମୟ, ୨ ମାଓବାଦୀ ନିହତ
ଗୋ- ମାଫିଆଙ୍କ ଲିଙ୍କରେ ବିଭିନ୍ନ ଜିଲ୍ଲାରେ ରେଡ, ପୁଳାପୁଳା ଟଙ୍କା, ସୁନାଗହଣା ଜବତ

ସ୍ବର୍ଗକୁ ଯିବା ରାସ୍ତାରେ ବାଧା

0

ଭୁବନେଶ୍ବର; ପୁରୀ ସ୍ବର୍ଗଦ୍ବାରର ଉନ୍ନତିକରଣ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୨୦୧୯ ନଭେମ୍ବର ମାସରେ ପ୍ରଥମ ପର୍ଯ୍ୟାୟରେ ୫କୋଟି ଟଙ୍କାର ଏକ ପ୍ୟାକେଜ ଘୋଷଣା କରିଥିଲେ। ସ୍ବର୍ଗଦ୍ବାରର ସଂମ୍ପ୍ରସାରଣ ପାଇଁ ନିଜ ପିତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ବିଜୁ ପଟ୍ଟନାୟକଙ୍କ ସମାଧିସ୍ଥଳକୁ ଭାଙ୍ଗିବାକୁ ମଧ୍ୟ ପଛାଇ ନଥିଲେ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଖୁବ୍ ଶୀଘ୍ର ସ୍ବର୍ଗଦ୍ବାର ଚାରି ପାଖରୁ ପୁରୁଣା ଘର,ପାଚେରି,ପୁରୁଣା ଚିମିନି ସବୁ ଭଙ୍ଗା ଯାଇଥିଲା। ଏବେ ଲୋକମାନେ କିନ୍ତୁ ବହୁ ଅସୁବିଧାର ସମୁଖୀନ ହେଉଛନ୍ତି।ଶବଦାହ ପାଇଁ ଆସୁଥିବା ବହୁ ଦୂରଦୂରାନ୍ତରୁ ଲୋକମାନେ ସ୍ବର୍ଗଦ୍ବାରର ପ୍ରବେଶ ପଥରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରୁଛନ୍ତି। ଏହାର ସୌନ୍ଦର୍ଯ୍ୟକରଣ ଲାଗି ଜିଲ୍ଲା ପ୍ରଶାସନର କାର୍ଯ୍ୟକଳାପ ଲୋକମାନଙ୍କୁ ଅଡୁଆରେ ପକାଇ ଦଉଛି।ସ୍ବର୍ଗଦ୍ବାର କାମ ଉଚ୍ଛେଦ ନାଁରେ ଅଧାରୁ ଅଧିକ ଜାଗାରେ ବାଡ ପଡିଛି। ସ୍ଥାନର ଅଭାବ ହେତୁ ଶବ ଧରି ଅପେକ୍ଷା କରିବାକୁ ପଡୁଛି। ପ୍ରବେଶ ଦ୍ବାର ସମୁଖ ପାଖ ଗହଳି ହେଉଥିବାରୁ ସାଧାରଣ ଲୋକଙ୍କର ଯାତାୟତରେ ଅସୁବିଧା ହେଉଛି। ସମୁଦ୍ରରୁ ସ୍ନାନ ସାରି କାର୍ଯ୍ୟ ପାଇଁ ଆସୁଥିବା ସ୍ବର୍ଗଦ୍ବାରର ପ୍ରବେଶ ପଥକୁବି ବନ୍ଦ କରିଦିଆଯାଇଛି।

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ପରେ ଜିଲ୍ଲା ପ୍ରଶାସନ ତାର କାମ ଆରମ୍ଭ କରିଦେଇଥିଲା। ଶବଦାହରେ କୌଣସି ଅସୁବିଧା ହବନି ବୋଲି ମଧ୍ୟ ପ୍ରତିଶୃତି ଦେଇଥିଲା। କିନ୍ତୁ ଆଜକୁ ପ୍ରାୟ ମାସେ ଉପର ହବ ପ୍ରଶାସନର କାର୍ଯ୍ୟଦକ୍ଷତା ନେଇ ଅସନ୍ତୋଷ ଦେଖାଦେଇଛି। ଫନିରେ ଭାଙ୍ଗି ଯାଇଥିବା ପୁରୁଣା ଟିଣସବୁର ମରାମତି କାର୍ଯ୍ୟ ହୋଇନାହିଁ। ଖରାରେ ‌ଲୋକମାନଙ୍କୁ ଠିଆ ହେବାକୁ ପଡୁଛି।ଏସଂର୍ପକରେ ପୁରୀ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ବିକାଶ କୁମାର ଦାଶ ସ୍ପଷ୍ଟ ମତ ନରଖିଥିଲେ ମଧ୍ୟ ଖୁବ୍ ଶୀଘ୍ର ଏହାର କାମ ଆରମ୍ଭ ହେବ ବୋଲି କହିଛନ୍ତି।

Leave A Reply

Your email address will not be published.