ପ୍ରମୁଖ ଖବର

ୟୁପିଆଇ ପେମେଣ୍ଟରେ ଲାଗିପାରେ ଚାର୍ଜ, ସଂସଦରେ ସଂଶୋଧନ ବିଲ୍
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
ପୋଲିସ ଅଫିସ୍‌ରେ ଆଉ ଚାର୍ଜ ହେବନି ଇଭି, ବିଦ୍ୟୁତ ଅପବ୍ୟବହାର ରୋକିବାକୁ କଡ଼ା ନିର୍ଦ୍ଦେଶ
ତ୍ରିଷାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ ଗିରଫ
ଯୌନ ନିର୍ଯାତନା ମାମଲା: ଫେରାର ପୂର୍ବତନ ଆଇଆଇସି ସୁଜିତ ଦାସଙ୍କ ଆତ୍ମସମର୍ପଣ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କ ପାଇଁ ମାସିକ ଭତ୍ତା ଘୋଷଣା, ଜାଣନ୍ତୁ କିଏ ପାଇବେ ଓ କିଏ ପାଇବେନି
ବରିଷ୍ଠ ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ, ଜାରି ହେଲା ନୂଆ ନିଯୁକ୍ତି ତାଲିକା
‘ପ୍ରେସିଡେଣ୍ଟ ସ୍ପେଶାଲ’ ଟ୍ରେନରେ ବ୍ରହ୍ମପୁର ପହଞ୍ଚିଲେ ରାଷ୍ଟ୍ରପତି, ଭବ୍ୟ ସ୍ୱାଗତ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କୁ ମାସିକ ଭତ୍ତା, ପିଜିଙ୍କୁ ୧୦ ହଜାର ଓ ପିଏଚ୍‌ଡି ଗବେଷକଙ୍କୁ ୧୫ ହଜାର ଟଙ୍କା
ସୁପ୍ରିମକୋର୍ଟରେ ବଢ଼ିବ ବିଚାରପତି ସଂଖ୍ୟା, ଲୋକସଭାରେ ବିଲ୍‌ ଗୃହୀତ
ପେଟ୍ରୋଲ-ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ ଟ୍ୟାକ୍ସ
ବିହାରରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବିଜୟ, ବାଙ୍କିପୁରରେ ଭାଙ୍ଗିଲା ବିଜେପିର ୩୧ ବର୍ଷର ଦୁର୍ଗ
ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ରଥଯାତ୍ରା ସାମିଲ ପାଇଁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ବଡ଼ ଖବର ସାମ୍ନାକୁ ଆଣିଲେ ବିଏମସି କମିସନର

0

ଭୁବନେଶ୍ବର: ସ୍ଥାନୀୟ ସୂର୍ଯ୍ୟନଗର ଅଞ୍ଚଳରେ ବାହାରିଥିବା କରୋନା ସଂକ୍ରମିତଙ୍କୁ ନେଇ ଯେତେ ଆଶଙ୍କା ପ୍ରକାଶ ପାଉଥିଲା, ତାହାର ଆପାତତଃ ପୂର୍ଣ୍ଣଛେଦ ପଡିଛି। ଏକ ସ୍ବତନ୍ତ୍ର ସାମ୍ବାଦିକ ସମ୍ମିଳନୀ ଜରିଆରେ ବିଏମସି କମିସନର ପ୍ରେମଚନ୍ଦ୍ର ଚୌଧରୀ କହିଛନ୍ତି ଯେ ଉଭୟ ସୂର୍ଯ୍ୟନଗର ଓ ଓ ବମିଖାଲ କରୋନା ରୋଗୀଙ୍କୁ କେଉଁଭଳି କରୋନା ସଂକ୍ରମିତ ହେଲା, ସେ ସଂପର୍କରେ ଏକ ଲିଙ୍କ୍ ମିଳିଛି। ଉଭୟ ମାମଲାରେ ସେମାନଙ୍କ ସଂପର୍କୀୟମାନେ ବାହାର ରାଜ୍ୟରେ କରୋନା ଆକ୍ରାନ୍ତ ଥିବା କମିସନର କହିଛନ୍ତି।

ଶ୍ରୀ ଚୌଧରୀ କହିଛନ୍ତି, ସୂର୍ଯ୍ୟନଗର ଆକ୍ରାନ୍ତଙ୍କ ସଂପର୍କୀୟ କୋଲକତା ଯାଇଥିଲେ। ସେଠାରୁ ସେ ସଂକ୍ରମିତ ହୋଇଛନ୍ତି। ଯିଏ କୋଲକାତା ଯାଇଥିଲେ, ସେଠାରୁ ଭୁତାଣୁ ନେଇ ଆସିଛନ୍ତି। ସେ ଜଣେ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିଲେ। ସେହିଭଳି ବମିଖାଲ କରୋନା ରୋଗୀଙ୍କ ବାପା ଭୋପାଳରେ ରୁହନ୍ତି ସେ ମଧ୍ଯ କରୋନା ପଜିଟିଭ ବୋଲି ଜଣାପଡିଛି।

ଅନ୍ୟପକ୍ଷରେ ପୁରୀ ଜିଲ୍ଲାର ସଂକ୍ରମିତଙ୍କ ସଂପର୍କରେ ବି ବଡ଼ ଖବର ସାମ୍ନାକୁ ଆସିଛି। ସେ ବ୍ୟକ୍ତିଜଣକ ଭୁବନେଶ୍ୱର ବିଜେବି ନଗର ପୋଷ୍ଟ ଅଫିସରେ କାମ କରନ୍ତି। ସେ ଜଣେ ପୋଷ୍ଟମ୍ୟାନ୍। ଦିଲ୍ଲୀରୁ ଫେରିବା ପରେ ସେ କରୋନା ଆକ୍ରାନ୍ତ ହୋଇଥିଲେ। ତେବେ ସେ ସ୍ଥାନୀୟ ଅଞ୍ଚଳରେ ଚିଠି ପତ୍ର ଦିଆନିଆ କରିଥିବାରୁ କମିସନର ଆଜି ସଂପୃକ୍ତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ କ୍ବାରାଣ୍ଟିନ୍ ବା ସଙ୍ଗରୋଧରେ ରହିବାକୁ କହିଛନ୍ତି। ଏହା ସହିତ ୧୦୪କୁ ଜଣାଇବାକୁ ନିର୍ଦେଶ ଦେଇଛନ୍ତି।

Leave A Reply

Your email address will not be published.