ପ୍ରମୁଖ ଖବର

ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଡାଇରିଆ: ୪୪ ଛାତ୍ର ଏସସିବି ମେଡିକାଲରେ ଭର୍ତ୍ତି
ନବରଙ୍ଗପୁର: ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାର ୪ ଜଣ ଗୁରୁତର
ଟ୍ରେନ୍‌ରୁ ଖସି ସିଆର୍‌ପିଏଫ୍‌ ଯବାନ ଗୁରୁତର
ରାଜ୍ୟସଭାକୁ ୪ ଜଣଙ୍କୁ ମନୋନୀତ କଲେ ରାଷ୍ଟ୍ରପତି
ଲୋକପ୍ରିୟ ତେଲୁଗୁ ଅଭିନେତା କୋଟା ଶ୍ରୀନିବାସ ରାଓଙ୍କ ପରଲୋକ
ବାଲେଶ୍ଵର ପୀଡ଼ିତାଙ୍କୁ ଏମ୍ସ ଯାଇ ଭେଟିଲେ ମୁଖ୍ୟମନ୍ତ୍ରୀ
ଏଫଏମ ଛାତ୍ରୀ ଆତ୍ମାହୁତୀ ଘଟଣାରେ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡିଲେ ନବୀନ

ବଡ଼ ଖବର ସାମ୍ନାକୁ ଆଣିଲେ ବିଏମସି କମିସନର

0

ଭୁବନେଶ୍ବର: ସ୍ଥାନୀୟ ସୂର୍ଯ୍ୟନଗର ଅଞ୍ଚଳରେ ବାହାରିଥିବା କରୋନା ସଂକ୍ରମିତଙ୍କୁ ନେଇ ଯେତେ ଆଶଙ୍କା ପ୍ରକାଶ ପାଉଥିଲା, ତାହାର ଆପାତତଃ ପୂର୍ଣ୍ଣଛେଦ ପଡିଛି। ଏକ ସ୍ବତନ୍ତ୍ର ସାମ୍ବାଦିକ ସମ୍ମିଳନୀ ଜରିଆରେ ବିଏମସି କମିସନର ପ୍ରେମଚନ୍ଦ୍ର ଚୌଧରୀ କହିଛନ୍ତି ଯେ ଉଭୟ ସୂର୍ଯ୍ୟନଗର ଓ ଓ ବମିଖାଲ କରୋନା ରୋଗୀଙ୍କୁ କେଉଁଭଳି କରୋନା ସଂକ୍ରମିତ ହେଲା, ସେ ସଂପର୍କରେ ଏକ ଲିଙ୍କ୍ ମିଳିଛି। ଉଭୟ ମାମଲାରେ ସେମାନଙ୍କ ସଂପର୍କୀୟମାନେ ବାହାର ରାଜ୍ୟରେ କରୋନା ଆକ୍ରାନ୍ତ ଥିବା କମିସନର କହିଛନ୍ତି।

ଶ୍ରୀ ଚୌଧରୀ କହିଛନ୍ତି, ସୂର୍ଯ୍ୟନଗର ଆକ୍ରାନ୍ତଙ୍କ ସଂପର୍କୀୟ କୋଲକତା ଯାଇଥିଲେ। ସେଠାରୁ ସେ ସଂକ୍ରମିତ ହୋଇଛନ୍ତି। ଯିଏ କୋଲକାତା ଯାଇଥିଲେ, ସେଠାରୁ ଭୁତାଣୁ ନେଇ ଆସିଛନ୍ତି। ସେ ଜଣେ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିଲେ। ସେହିଭଳି ବମିଖାଲ କରୋନା ରୋଗୀଙ୍କ ବାପା ଭୋପାଳରେ ରୁହନ୍ତି ସେ ମଧ୍ଯ କରୋନା ପଜିଟିଭ ବୋଲି ଜଣାପଡିଛି।

ଅନ୍ୟପକ୍ଷରେ ପୁରୀ ଜିଲ୍ଲାର ସଂକ୍ରମିତଙ୍କ ସଂପର୍କରେ ବି ବଡ଼ ଖବର ସାମ୍ନାକୁ ଆସିଛି। ସେ ବ୍ୟକ୍ତିଜଣକ ଭୁବନେଶ୍ୱର ବିଜେବି ନଗର ପୋଷ୍ଟ ଅଫିସରେ କାମ କରନ୍ତି। ସେ ଜଣେ ପୋଷ୍ଟମ୍ୟାନ୍। ଦିଲ୍ଲୀରୁ ଫେରିବା ପରେ ସେ କରୋନା ଆକ୍ରାନ୍ତ ହୋଇଥିଲେ। ତେବେ ସେ ସ୍ଥାନୀୟ ଅଞ୍ଚଳରେ ଚିଠି ପତ୍ର ଦିଆନିଆ କରିଥିବାରୁ କମିସନର ଆଜି ସଂପୃକ୍ତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ କ୍ବାରାଣ୍ଟିନ୍ ବା ସଙ୍ଗରୋଧରେ ରହିବାକୁ କହିଛନ୍ତି। ଏହା ସହିତ ୧୦୪କୁ ଜଣାଇବାକୁ ନିର୍ଦେଶ ଦେଇଛନ୍ତି।

Leave A Reply

Your email address will not be published.