ପ୍ରମୁଖ ଖବର

ୟୁପିଆଇ ପେମେଣ୍ଟରେ ଲାଗିପାରେ ଚାର୍ଜ, ସଂସଦରେ ସଂଶୋଧନ ବିଲ୍
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
ପୋଲିସ ଅଫିସ୍‌ରେ ଆଉ ଚାର୍ଜ ହେବନି ଇଭି, ବିଦ୍ୟୁତ ଅପବ୍ୟବହାର ରୋକିବାକୁ କଡ଼ା ନିର୍ଦ୍ଦେଶ
ତ୍ରିଷାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ ଗିରଫ
ଯୌନ ନିର୍ଯାତନା ମାମଲା: ଫେରାର ପୂର୍ବତନ ଆଇଆଇସି ସୁଜିତ ଦାସଙ୍କ ଆତ୍ମସମର୍ପଣ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କ ପାଇଁ ମାସିକ ଭତ୍ତା ଘୋଷଣା, ଜାଣନ୍ତୁ କିଏ ପାଇବେ ଓ କିଏ ପାଇବେନି
ବରିଷ୍ଠ ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ, ଜାରି ହେଲା ନୂଆ ନିଯୁକ୍ତି ତାଲିକା
‘ପ୍ରେସିଡେଣ୍ଟ ସ୍ପେଶାଲ’ ଟ୍ରେନରେ ବ୍ରହ୍ମପୁର ପହଞ୍ଚିଲେ ରାଷ୍ଟ୍ରପତି, ଭବ୍ୟ ସ୍ୱାଗତ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କୁ ମାସିକ ଭତ୍ତା, ପିଜିଙ୍କୁ ୧୦ ହଜାର ଓ ପିଏଚ୍‌ଡି ଗବେଷକଙ୍କୁ ୧୫ ହଜାର ଟଙ୍କା
ସୁପ୍ରିମକୋର୍ଟରେ ବଢ଼ିବ ବିଚାରପତି ସଂଖ୍ୟା, ଲୋକସଭାରେ ବିଲ୍‌ ଗୃହୀତ
ପେଟ୍ରୋଲ-ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ ଟ୍ୟାକ୍ସ
ବିହାରରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବିଜୟ, ବାଙ୍କିପୁରରେ ଭାଙ୍ଗିଲା ବିଜେପିର ୩୧ ବର୍ଷର ଦୁର୍ଗ
ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ରଥଯାତ୍ରା ସାମିଲ ପାଇଁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ନବୀନ, ନମ୍ରତା ଆଉ ନେତୃତ୍ବ, ଏକ ଉଦାହରଣ

0

ଭୁବନେଶ୍ବର: କରୋନା ସଂକ୍ରମିତଙ୍କ ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଇବାରେ ଲାଗିଛି। ଏହି ଘଟଣା ସମସ୍ତଙ୍କୁ ବିଚଳିତ କରିସାରିଲେଣି। କିନ୍ତୁୃ କରୋନାଙ୍କୁ ଦମନ କରିବା ଲାଗି ମୁଖ୍ୟମନ୍ତ୍ରୀ ନିଜର ଦୃଢପଣ ଏଭଳି ନମ୍ରତାର ସହିତ ଜାହିର କରୁଛନ୍ତି, ଯାହା ସବୁ ବର୍ଗକୁ ବେଶ୍ ଛୁଇଁବା ଭଳି। ରାଜନୈତିକ ପର୍ଯ୍ୟବେକ୍ଷକ ମହଲକୁ ବି ନବୀନଙ୍କର ଏଭଳି ନମନୀୟ ଭାବେ ନେତୃତ୍ବ ନେବାର କୌଶଳ ବେଶ୍ ଆନ୍ଦୋଳିତ କରୁଛି। କେତେ ବଡ଼ ବଡ଼ କଥା ବିନମ୍ରତାର ସହିତ ପ୍ରତିବେଦନ କଲେ, ତାହା ଠିକଣା ସ୍ଥାନକୁ ଛୁଇଁବାର ଶକ୍ତି ରଖେ, ତାହା ଗତ କିଛି ଦିନରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଶୈଳୀ ସଙ୍କେତ ଦେଉଛି।

ଆଜି ନବୀନ ଏ ଦିଗରେ ଯେଉଁ ଉଦାହରଣ ସାମ୍ନାକୁ ଆଣିଛନ୍ତି, ତାହା ଏହିଭଳି।

ପ୍ରିୟ ଭାଇ ଓ ଭଉଣୀମାନେ ନମସ୍କାର।

କେବଳ ସଚେତନତା ଦ୍ବାରା ହିଁ ଆମେ କରୋନା ସଂକ୍ରମଣକୁ ରୋକିପାରିବା। କରୋନାକୁ ଡରିବାର କିଛି ନାହିଁ। କିନ୍ତୁ ଆମକୁ ସାବଧାନ ରହିବାକୁ ପଡିବ।

ଦିଲ୍ଲୀ ନିଜାମୁଦ୍ଦିନ୍ ସଭାରେ ଓଡ଼ିଶାରେ ଯୋଗଦେଇଥିବା ସମସ୍ତଙ୍କୁ ମୋର ଅନୁରୋଧ, ଆପଣ ଟୋଲ୍ ଫ୍ରି ନମ୍ବର-୧୦୪ ସହିତ ତୁରନ୍ତ ଯୋଗାଯୋଗ କରନ୍ତୁ। ଡାକ୍ତରଙ୍କ ପରାମର୍ଶ ମାନନ୍ତୁ। ୨୪ ଘଣ୍ଚା ଭିତରେ ଟେଷ୍ଟ ପାଇଁ ଆଗେଇ ଆସନ୍ତୁ। ଡରନ୍ତୁ ନାହିଁ। ମୁଁ ଓ ମୋର ସରକାର ଆପଣଙ୍କ ସାଥିରେ ଅଛନ୍ତି। ମା’ ମାନଙ୍କୁ ଅନୁରୋଧ ନିଜର ପରିବାର ଓ ନିଜ ପିଲାମାନଙ୍କ ଭଲ ପାଇଁ ଏଥିରେ ସହଯୋଗ କରନ୍ତୁ।

କରୋନା ମାନବଜାତିର ବଡ଼ ଶତ୍ରୁ। ଏହାକୁ ହରାଇବା ପାଇଁ ସମସ୍ତଙ୍କ ସହଯୋଗ ଦରକାର। ମୁଁ ପୁଣି ଥରେ ନିଜାମୁଦ୍ଦିନ୍ ସଭାରେ ଯୋଗଦେଇଥିବା ଓଡ଼ିଶାର ବନ୍ଧୁମାନଙ୍କୁ ଅନୁରୋଧ କରୁଛି ଯେ ଆପଣମାନେ ୨୪ ଘଣ୍ଟା ମଧ୍ୟରେ ଟେଷ୍ଟ ପାଇଁ ଆଗେଇ ଆସନ୍ତୁ। ବିଳମ୍ବ କଲେ ଏହା ଆପଣଙ୍କୁ ଓ ଆପଣଙ୍କ ପରିବାରକୁ ଅସୁବିଧାରେ ପକାଇପାରେ।

ଆପଣମାନଙ୍କ ସହଯୋଗ ହିଁ ଆପଣଙ୍କ ପରିବାର ସହିତ ମାନବ ଜାତିର ବଡ଼ ଉପକାର କରିପାରିବ।

ନିଜାମୁଦ୍ଦିନ୍ ଧର୍ମସଭାରୁ ଫେରିଥିବା ବ୍ୟକ୍ତିଙ୍କ ଲାଗି ନବୀନ ଚାପ କୌଶଳ ପରିବର୍ତେ ବିନମ୍ର ଢଙ୍ଗରେ ନିବେଦନ ସେହି ବର୍ଗର ଲୋକମାନଙ୍କୁ ବି ବିସ୍ମିତ କରିବା ଆରମ୍ଭ କଲାଣି। ପୂର୍ବରୁ ପ୍ରତି ପରିବାରର ମୁଖିଆଙ୍କୁ ଶପଥ (ଏକପ୍ରକାର ରାଣ) ନେଇ ପିଲାମାନଙ୍କୁ ଓ ପରିବାରକୁ ସୁରକ୍ଷିତ କରିବା ଲାଗି ଅପିଲ୍ କରିଥିଲେ ନବୀନ। ଏହା ପୂର୍ବରୁ କରୋନାକୁ ହାଡଫୁଟି ସହିତ ତୁଳନା କରି ନବୀନ ପ୍ରତି ଘରେ ଘରେ ଏକାନ୍ତବାସ ବା ପୃଥକାବାସ ମାନିବାର କୌଶଳ ଧରାଇଥିଲେ। ବିଶେଷକରି ମା’ ମାନଙ୍କୁ ଏହା ଛୁଇଁଥିଲା।

ସଂପ୍ରତି ଏହି ଧର୍ମସଭାରୁ ଫେରିଥିବା ବ୍ୟକ୍ତିମାନେ ବିପଦ ଆଣିଦେବା ଭଳି ଭୟ ରଖୁଥବାରୁ ନିଜେ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ବଳ ଦେଇ ପରୀକ୍ଷା କରିବା ଲାଗି ପ୍ରବର୍ତାଇଛନ୍ତି। ଏହାଦ୍ବାରା ସାମୟିକ ଭାବେ ସଂଖ୍ୟା ବଢିପାରେ, କିନ୍ତୁ ଗୋଷ୍ଠୀ ସଂକ୍ରମଣରୁ ଓଡ଼ିଶା ବର୍ତିପାରିବ ବୋଲି ଆଶା କରାଯାଉଛି।

Leave A Reply

Your email address will not be published.