ପ୍ରମୁଖ ଖବର

ରାଜ୍ୟ ମହିଳା କର୍ମଚାରୀମାନଙ୍କ ଅତିରିକ୍ତ ସାମୟିକ ଛୁଟି ଆଉ ୨ଦିନ ବଢ଼ିଲା
ବାତ୍ୟା ପାଇଁ ୨୩ରୁ ୨୫ କଲେଜ ଓ ବିଶ୍ୱବିଦ୍ୟାଳୟ ଛୁଟି
ବାତ୍ୟା ପାଇଁ ୧୭୮ଟି ଟ୍ରେନ ବାତିଲ
ଅବସରପ୍ରାପ୍ତ ଆଇପିଏସ୍‌ ଲଳିତ ଦାସ ହେଲେ ଓଏସ୍‌ଏସ୍‌ଏସ୍‌ସି ଅଧ୍ୟକ୍ଷ
ନିର୍ଦୋଷ ସାବ୍ୟସ୍ତ ହେଲେ ସେବି ଅଧ୍ୟକ୍ଷ ମାଧବୀ ବୁଚ
ଲାଞ୍ଚ ନେଇ ନିଲମ୍ବିତ ହେଲେ ବରଗଡ଼ ଧନୁଯାତ୍ରାରେ କଂସ ମହାରାଜ
ସମ୍ଭାବ୍ୟ ବାତ୍ୟା: ୧୪ ଜିଲ୍ଲାରେ ବନ୍ଦ ରହିବ ସବୁ ଐତିହ୍ୟ ସ୍ଥଳୀ
ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ନନ୍ଦନକାନନ କର୍ତ୍ତୃପକ୍ଷ ଆଗୁଆ ସଜାଗ
ବୈତରଣୀ ବେସିନ୍ ମୁଖ୍ୟଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ଯେଉଁଠି ଲୁଚିଲେ ବି କରୋନାକୁ ଖୋଜି କାଢିବେ

0
  • ଭୁବନେଶ୍ବର ହଟସ୍ପଟ୍,ଏଠାରେ ଶୂନ୍ୟ ସହନଶୀଳ ନୀତି ହେବ
  • ୫୦୦୦ ଲୋକଙ୍କର ସ୍ବାବ୍ ପରୀକ୍ଷା କରିବାକୁ ନିଷ୍ପତ୍ତି
  • କ୍ୟାମ୍ପ ଖୋଲିବ ଓ ମୋବାଇଲ୍ ଭ୍ୟାନ ବି ସବୁଆଡେ ବୁଲିବ
  • ପ୍ରାଥମିକତା ଭିତ୍ତିରେ ତାଲିକା ପ୍ରସ୍ତୁତି କଲା ସ୍ବାସ୍ଥ୍ୟବିଭାଗ
  • ସରକାରଙ୍କ ନିଷ୍ପତ୍ତି ନ ଶୁଣିଲେ କାର୍ଯ୍ୟାନୁଷ୍ଠାନ ଚେତାବନୀ

ଭୁବନେଶ୍ବର: ଆଜି ମଧ୍ୟାହ୍ନରେ ମୁଖ୍ୟଶାସନ ସଚିବ ଅସିତ କୁମାର ତ୍ରିପାଠୀ ଏକ ସ୍ବତନ୍ତ୍ର ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କର ଏକ ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି। କହିଛନ୍ତି, ଭୁବନେଶ୍ବର ଏବେ କରୋନା ହଟସ୍ପଟରେ ପରିଣତ ହୋଇଛି। ଏହାକୁ ସମ୍ପୂର୍ଣ୍ଣ କରୋନା ମୁକ୍ତ କରିବା ଲାଗି ସରକାର ସ୍ଥିର କରିଛନ୍ତି ଯେ ଏଠାରେ ସପ୍ତାହକ ଭିତରେ ୫୦୦୦ ବ୍ୟକ୍ତିଙ୍କର ସ୍ବାବ୍ ପରୀକ୍ଷା କରାଯିବ। ସାରା ଭାରତବର୍ଷରେ ଏତେ ବଡ଼ ସଂଖ୍ୟାରେ ନମୁନା ପରୀକ୍ଷା ଆଜିଯାଏ କେଉଁଠି ହୋଇନାହିଁ। ଏଥିପାଇଁ ସ୍ବାସ୍ଥ୍ୟବିଭାଗ ପ୍ରାଥମିକତା ଭିତ୍ତିରେ ତାଲିକା ପ୍ରସ୍ତୁତ କରିଛନ୍ତି ଓ ସ୍ବାବ୍ ପରୀକ୍ଷା ପରେ ଯଦି କିଛି ବି ପଜିଟିଭ୍ ନ ବାହାରିଲା, ତେବେ ଜଣାପଡିବ ଯେ ଭୁବନେଶ୍ବରରେ ଆଉ ସଂକ୍ରମଣ ନାହିଁ।

ଏଣୁ ସ୍ବାସ୍ଥ୍ୟ କର୍ମୀମାନେ ଯାହାକୁ ପରୀକ୍ଷା ପାଇଁ ଚିହ୍ନଟ କରିବେ,ସେମାନେ ସ୍ବତଃ ସରକାରଙ୍କ କ୍ୟାମ୍ପ ବା ମୋବାଇଲ୍ ଭ୍ୟାନରେ ନମୁନା ଦେବେ। ଅନ୍ୟଥା ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେହିଭଳି ଯେଉଁମାନେ ପଜିଟିଭ୍ ବାହାରିବେ,ସେମାନେ ବ୍ୟସ୍ତ ହେବାର କିଛି ନାହିଁ। କାରଣ ତାଙ୍କର ତିନିଟି ଶ୍ରେଷ୍ଠ ହସ୍ପିଟାଲ ସମ୍, କିମ୍ସ ଓ ଅଶ୍ବିନୀରେ ତାଙ୍କର ମାଗଣା ଚିକି୍ତ୍ସା ହେବ ଓ ସେମାନେ ତାଙ୍କ ପରିବାରକୁ ଏହାଦ୍ବାରା ସୁରକ୍ଷିତ ରଖିପାରିବେ। ଏଥିପ୍ରତି ଲୋକଙ୍କର ଆଗ୍ରହ ବୃଦ୍ଧି ଲାଗି ଶ୍ରୀ ତ୍ରିପାଠୀ, ସାହି ମୁରବୀ, ପୂଜା କମିଟି ମୁଖିଆପ୍ରମୁଖଙ୍କ ସହଯୋଗ ଲୋଡିଛନ୍ତି।

ଶ୍ରୀ ତ୍ରିପାଠୀ କହିଥିଲେ ଯେ ଏବେ ଯାଏ ସାରା ରାଜ୍ୟରେ ୭୫୭୭ଟି ନମୁନା ପରୀକ୍ଷା ହୋଇଛି। ଯେଉଁଥିରୁ ମାତ୍ର ୬୦ ଜଣଙ୍କ ଠାରେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୯ ଜଣ ସୁସ୍ଥ ହୋଇ ଘରକୁ ଗଲେଣି। ଭୁବନେଶ୍ବରରେ ଯେଉଁ ୪୬ଟି ପଜିଟିଭ୍ ଚିହ୍ନଟ ହୋଇଛି,ସେଥିପାଇଁ ଏହି ସହରକୁ ହଟସ୍ପଟ୍ କରାଯାଇଛି। ଏଥିରୁ ୪୫ ଜଣ ସ୍ଥାନୀୟ ଅଞ୍ଚଳର ଓ ଜଣେ ବାହାରୁ ଆସିଥିଲେ ହେଁ,ଏହାକୁ ଭୁବନେଶ୍ବର ବୋଲି ବିବେଚନା କରାଯାଉଛି। ସେହିଭଳି ଭୁବନେଶ୍ବରରେ ଏବେ ସୁଦ୍ଧା ୧୯୫୮ଟି ନମୁନା ପରୀକ୍ଷା କରାଯାଇଛି।

ହେଲେ ଅନ୍ତର୍ଜାତିକ ସ୍ତରର ବିଶେଷଜ୍ଞଙ୍କ ସହିତ ଆଲୋଚନା କରିବା ପରେ ଓ ଦେଶର ବଡ଼ ବଡ଼ ସହରର ପରିସଂଖ୍ୟାନ ଦେଖିଲା ପରେ ସ୍ଥିର ହୋଇଛି ଯେ ଏବେ ଅଧିକ ସଂଖ୍ୟକ ନମୁନା ଏଠାରେ ପରୀକ୍ଷା କରାଯିବ, ଯେଉଁଥିରେ ଲୁଚିଥିବା କରୋନାକୁ ସହଜରେ କାଢିହେବ। ଏଥିପାଇଁ ଭୁବନେଶ୍ବରକୁ ତିନିଟି ଜୋନରେ ପରିଣତ କରାଯାଇଛି। ପ୍ରତି ଜୋନ ଦାୟିତ୍ବରେ ୨ବରିଷ୍ଠ ଆଇଏଏସ୍ ଅଛନ୍ତି। ସେମାନେ ତଦାରଖ କରୁଛନ୍ତି।

ସ୍ବାସ୍ଥ୍ୟବିଭାଗ ଯେଉଁ ତାଲିକା କରିଛି,ସେ ଅନୁସାରେ, ଯେଉଁମାନେ ବିଦେଶକୁ ଯାଇଥିବେ, ଯେଉଁମାନଙ୍କ ପାଖରେ କିଛି ଲକ୍ଷଣ ଥିବ,ଯିଏ ମାନେ ପ୍ରତ୍ୟକ୍ଷ ଭାବେ ପଜିଟିଭଙ୍କ ସଂସ୍ପର୍ଶରେ ଆସିଥିବେ,ଯେଉଁମାନେ କରୋନା ସନ୍ଦିଗ୍ଧଙ୍କ ସ୍ବାସ୍ଥ୍ୟପରୀକ୍ଷା ଆଦି କରିଛନ୍ତି,ଯେଉଁମାନେ SARI ବା ଯାହା ପାଖରେ ଫ୍ଲୁ ଲକ୍ଷଣ ଅଛି, ଦେଶର ଅନ୍ୟ ହଟସ୍ପଟ୍ ସହରରୁ ଫେରିଥିବା ବ୍ୟକ୍ତି ଓ ଯେଉଁମାନେ ସାମାଜିକ ଦୂରତ୍ବ ରଖିପାରିନାହାନ୍ତି, ସେମାନଙ୍କର ପରୀକ୍ଷା କରାଯିବ। ଏହାବ୍ୟତୀତ ପୁଲିସ, ସ୍ବାସ୍ଥ୍ୟ କର୍ମୀ, କୋଭିଡ୍ ହସ୍ପିଟାଲରେ କାମ କରୁଥିବା ବ୍ୟକ୍ତି, ୬୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି, ଡାଇବେଟିସ୍ ଆଦି ଥିଲେ ବି ସେମାନଙ୍କର ପରୀକ୍ଷା ହେବ। ଏସବୁ ଭିନ୍ନ କିଛି ସାଧାରଣ ଲୋକଙ୍କର ସ୍ବାବ୍ ପରୀକ୍ଷା କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।

ଶ୍ରୀ ତ୍ରିପାଠୀ କହିଥିଲେ, ଏବେ ରାଜ୍ୟର ୭ଟି ସ୍ଥାନରେ ପରୀକ୍ଷା ଅନୁମତି ରହିଛି। ଆପୋଲକୁ ଛାଡିଦେଲେ ଅନ୍ୟମାନେ ସେମାନଙ୍କ ପରୀକ୍ଷା ପ୍ରକ୍ରିୟା ଜାରି ରଖିଛନ୍ତି ଓ ଏହିସଂଖ୍ୟା ବଢାଇବାକୁ ସରକାର ଚେଷ୍ଟା ବି କରୁଛନ୍ତି। କୌଣସି ପରିସ୍ଥିତିରେ ବି ଜଣେ ବି ସଂକ୍ରମିତ ଯେଭଳି ବାହାରେ ନ ରହିବେ,ସେଥିପାଇଁ ସରକାରଙ୍କ ଯୋଜନା ରହିଛି। ଏଥିପାଇଁ ସରକାର ବିଭିନ୍ନ ସ୍ଥାନରେ କ୍ୟାମ୍ପ ଖୋଲିବେ। ସେହିଭଳି ମୋବାଇଲ୍ ଭ୍ୟାନରେ ମଧ୍ୟ ପିପିଇ ପିନ୍ଧି କିଛିବ୍ୟକ୍ତି ପରୀକ୍ଷା କରିବେ। ଯେଉଁମାନେ ସେମାନଙ୍କୁ ସହଯୋଗ ନ କରିବେ, ଅବାସେମାନେ କ୍ୟାମ୍ପକୁ ଆସିବା ପାଇଁ କହିବା ପରେ ବି ନମୁନା ପରୀକ୍ଷାରେ ଭାଗ ନ ନେବେ ସେମାନଙ୍କ ବିରୋଧରେ ସରକାର କାର୍ଯ୍ୟାନୁଷ୍ଠାନ ନେବାକୁ ବାଧ୍ୟ ହେବେ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି।

Leave A Reply

Your email address will not be published.