ପ୍ରମୁଖ ଖବର

ଫାର୍ମା କମ୍ପାନୀ ଫ୍ୟାକ୍ଟ୍ରି ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୩୪କୁ ବୃଦ୍ଧି
ବିଏମସି କମିଶନର ଆକ୍ରମଣ ଘଟଣାରେ ସଫେଇ କର୍ମଚାରୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ
ଶରଧାବାଲି ଅଘଟଣ ପରେ ଆଜି ପୁରୀ ଯିବେ ମୁଖ୍ୟମନ୍ତ୍ରୀ
ଶସ୍ତା ହେଲା ଏଲପିଜି ସିଲିଣ୍ଡର
ମୃତ୍ତିକା ସଂରକ୍ଷଣ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଦୟାନିଧି ବାଗ୍‌ ଗିରଫ
ଅନିର୍ଦ୍ଦିଷ୍ଟ କାଳ ପାଇଁ ଛୁଟିରେ ଗଲେ ୮ ଜିଲ୍ଲାର ଓଏସ ଓ ଓଆରଏସ ଅଫିସର
ବାଣ ତିଆରି କାରଖାନାରେ ବିସ୍ଫୋରଣ; ୫ ମୃତ
୨ ଦିନିଆ ଓଡିଶା ଗସ୍ତରେ ଆସିବେ ରାଷ୍ଟ୍ରପତି
ବିଶ୍ୱ ପୋଲିସ ଏବଂ ଅଗ୍ନିଶମ କ୍ରୀଡାରେ ବାଜିମାରିଲେ ଓଡ଼ିଶା ପୋଲିସ କନଷ୍ଟେବଳ

ରଥଯାତ୍ରା ଦ୍ବନ୍ଦ୍ବ ବଢିଲା, ଶଙ୍କରାଚାର୍ଯ୍ୟଙ୍କୁ ନଜର

0

ଭୁବନେଶ୍ବର: ଚଳିତବର୍ଷ ରଥଯାତ୍ରା ହେବ କି ନାହିଁ, ସେ ନେଇ ଦେଖାଦେଇଥିବା ଦ୍ବନ୍ଦ୍ବ ଏବେ ନୂଆ ମୋଡ଼ ନେଇଛି। ଦୀର୍ଘ ଦୁଇ ଘଣ୍ଟା ଧରି ପରିଚାଳନା କମିଟି ବୈଠକରେ ହୋଇଥିବା ଆଲୋଚନା କ୍ରମେ ସ୍ଥିର ହୋଇଛି ଯେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଓ ପୁରୀ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ୍ କୁମାର ଶଙ୍କରାଚାର୍ଯ୍ୟଙ୍କ ସହିତ ଆଲୋଚନା କରିବେ। ଏହା ପରେ ଠୋସ୍ କିଛି ନିଷ୍ପତ୍ତି ନିଆଯାଇପାରେ।

ବର୍ତମାନ ଯାଏ ଯାହା ଆଲୋଚନାରୁ ସୂଚନା ମିଳୁଛି, ସେଥିରେ ରଥଯାତ୍ରା ସମ୍ଭାବନା କ୍ଷୀଣ। କରୋନା ପରିପ୍ରେକ୍ଷୀରେ ସାମାଜିକ ଦ୍ବରୂତ୍ବ ରକ୍ଷା କରିବା ଏ ଦିଗରେ ଏକ ବଡ଼ ପ୍ରତିବନ୍ଧକ ସାଜିଛି। ରଥଯାତ୍ରା ସମୟରେ ମହାପ୍ରଭୁଙ୍କ ନୀତି ପାଳନ ସମୟରେ ଏହା ରକ୍ଷା କରାଯାଇପାରିବ ନାହିଁ ଓ ବଡ଼ଦାଣ୍ଡରେ ଭକ୍ତମାନଙ୍କୁ ଅଟକାଯିବା କଷ୍ଟସାଧ୍ୟ।

ଏଭଳି ପରିପ୍ରେକ୍ଷୀରେ ଶଙ୍କରାଚାର୍ଯ୍ୟଙ୍କ ନିଷ୍ପତ୍ତିକୁ ଧରି ପ୍ରଶାସନ ଆଗକୁ ଯିବ ଓ ରାଜ୍ୟ ସରକାର ରଥଯାତ୍ରା ବନ୍ଦ କରିବା ନେଇ ଯେ କୌଣସି ମୁହୂର୍ତରେ ଘୋଷଣା କରିବା ସମ୍ଭାବନାକୁ ଏଡ଼ାଇ ଦେଇ ହେଉନାହିଁ। କିନ୍ତୁ କୌତୂୁହଳ କଥାଟି ହେଲା, ଶ୍ରୀମନ୍ଦିର ପ୍ରଶାସନ ଓ ଗଜପତି ମହାରାଜା ରଥଯାତ୍ରା କରିବା ନେଇ ଶଙ୍କରାଚାର୍ଯ୍ୟଙ୍କର ମତ ଲୋଡି଼ଲା ବେଳେ କେଉଁ ପ୍ରସଙ୍ଗଟି ଉଠାଉଛନ୍ତି। ରଥରେ ମହାପ୍ରଭୁ ଯାତ୍ରା କରିବା ଯେଭଳି ଗୁରୁତ୍ବପୂର୍ଣ୍ଣ କଥା, ଯାହା ଉପରେ ସରକାର ଏତେ ଗୁରୁତ୍ବ ଦେଉଛନ୍ତି, ଠିକ୍ ସେମିତି ମହାପ୍ରଭୁ ରତ୍ନବେଦୀରୁ ଓହ୍ଲାଇ ଆଉଥରେ ରତ୍ନବେଦୀରେ ଚଢିବା ପର୍ଯ୍ୟନ୍ତ ଯେଉଁ ଅନ୍ୟାନ୍ୟ କାର୍ଯ୍ୟ ରହିଛି, ତାହା ତା ଚାହିଁ ଗୁରୁତ୍ବପୂର୍ଣ୍ଣ। ସେ ନେଇ ଏଯାଏ କେହି ମୁହଁ ଖୋଲିନାହାନ୍ତି।

ଏପଟେ ଆଜି ପ୍ରଧାନମନ୍ତ୍ରୀଙ୍କ ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରଥଯାତ୍ରା ନେଇ ଆଲୋଚନା କରିଛନ୍ତି। ଏଣୁ ସ୍ବାଭାବିକ ଭାବେ ରାଜ୍ୟ ସରକାର ଯେଉଁ ନିଷ୍ପତ୍ତି ନେବେ, ତା ଉପରେ କେନ୍ଦ୍ର ସରକାର ବା ରାଜ୍ୟ ବିଜେପିର କୌଣସି ଆପତ୍ତି ରହିବ ନାହିଁ। ଏମିତିରେ ବି ରାଜ୍ୟ ସରକାର ଯେତେବେଳେ ଯାହା କହୁଛନ୍ତି, ରାଜ୍ୟ ବିଜେପି ହଁ ମାନିଛି। ଏବେ ଦେଖିବା କଥା, ଶଙ୍କରାଚାର୍ଯ୍ୟ କି ନିର୍ଯ୍ୟାସ ଶୁଣାଇବେ। ରଥଯାତ୍ରା ବନ୍ଦ କରାଯିବା ଲାଗି ଯଦି ନିଷ୍ପତ୍ତି ହୁଏ, ଆଉ କଣ କଣ କରାଯିବା ଲାଗି ସ୍ଥିର ହେବ, ତାହା ଏ କ୍ଷେତ୍ରରେ ଏକ ବଡ଼ ଅପେକ୍ଷା ରଖୁଛି।

Leave A Reply

Your email address will not be published.