ପ୍ରମୁଖ ଖବର

୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଜୟଶଙ୍କର, ଆଡଭାନି, ସିସୋଦିଆଙ୍କ ସମେତ ବହୁ ହାଇପ୍ରୋଫାଇଲ୍‌ ଭୋଟରଙ୍କୁ SIR ନୋଟିସ୍‌
ଇମ୍ରାନଙ୍କ ଭଉଣୀ ଅଲିମା ଗିରଫ
ଡ୍ୟୁଟି ସମୟରେ ପୋଲିସଙ୍କୁ ମୋବାଇଲ ମନା, ନମାନିଲେ ହେବ କାର୍ଯ୍ୟାନୁଷ୍ଠାନ
ଏସୀୟ କ୍ରୀଡ଼ାରେ ଭାରତର ଚମକ, ସୁଟିଂରେ ଦୁଇ ରୌପ୍ୟ
ଆମେରିକା ନିକଟରେ ଆତ୍ମସମର୍ପଣର ପ୍ରଶ୍ନ ନାହିଁ: କ୍ୟୁବା ରାଷ୍ଟ୍ରଦୂତ
ମହାନଦୀ ବିବାଦ ମଧ୍ୟରେ ଓଡ଼ିଶା ଗସ୍ତରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ

ମୋଦୀଙ୍କୁ ଆଗରେ ରଖି ଆସିଲା ବିଜେପି

0

ଭୁବନେଶ୍ବର: ଗୋଟିଏ ପଟେ କରୋନା ମୁକାବିଲା କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିଡ଼ିଓ ଭାଇରାଲ୍ ହେଉଥିବା ବେଳେ ଅନ୍ୟପଟେ ତା ସହ ତାଳ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନେଇ ଆଉ ଏକ ଭିଡ଼ିଓ ଜାରି ହୋଇଛି। ବିଶିଷ୍ଟ ସଙ୍ଗୀତଜ୍ଞ ଅମରେନ୍ଦ୍ର ମହାନ୍ତିଙ୍କ ରଚନା ଓ ସଙ୍ଗୀତ ନିର୍ଦେଶନାରେ ଆସିଥିବା ଏହି ଭିଡିଓରେ କରୋନା କ୍ଷେତ୍ରରେ ପ୍ରଧାନମନ୍ତ୍ରୀଙ୍କ ଅବଦାନ ସଂପର୍କରେ କୁହାଯାଇଛି। ବିଦେଶକୁ କ୍ଲୋରୋକୁଇନ୍ ଟାବଲେଟ୍ ଦେବା ଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପାଇଁ ପ୍ରଧାନମନ୍ତ୍ରୀ ଜାରି କରିଥିବା ସାତଟି ମନ୍ତ୍ର ସଂପର୍କରେ ଏଥିରେ କୁହାଯାଇଛି।

ଚଳଚ୍ଚିତ୍ର ତାରକା ଅନୁ, ବିଦୁସ୍ମିତା, ପିଙ୍କି ପ୍ରଧାନଙ୍କ ଠାରୁ ଆରମ୍ଭ କରି ହାସ୍ୟ ତାରକା ହରିଙ୍କୁ ଏଥିରେ ଦେଖିବାକୁ ମିଳୁଛି। ସେହିଭଳି ସଙ୍ଗୀତ ନିର୍ଦେଶକ ମନ୍ମଥ ମିଶ୍ର ପ୍ରମୁଖ ଏଥିରେ ସ୍ଥାନ ପାଇଛନ୍ତି। କରୋନା ସମୟରେ ମୋଦୀଙ୍କ ଦୃଢତା ବିଷୟରେ କୁହାଯାଇଛି। ଏପରିକି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲକ୍ ଡାଉନ ଦିନ ଥାଳି ବଜାଇଥିବା ଚିତ୍ର ସ୍ଥାନ ପାଇଛି। ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କର ପରିବାର ସହ ଫଟୋ ବି।

Leave A Reply

Your email address will not be published.