ପ୍ରମୁଖ ଖବର

ସରକାରୀ ବାସଭବନ ନ ଛାଡିବା ନେଇ ସ୍ପଷ୍ଟିକରଣ ରଖିଲେ ପୂର୍ବତନ ସିଜେଆଇ ଚନ୍ଦ୍ରଚୂଡ
ପ୍ରବଳ ବର୍ଷା ଯୋଗୁଁ ବନ୍ଦ ହେଲା କେଦାରନାଥ ଯାତ୍ରା
ହସ୍ପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ
ପ୍ରକାଶ ପାଇଲା ଯୁକ୍ତ ଦୁଇ ପ୍ରଥମ ମେଧା ତାଲିକା, ଆଗରେ ରେଭେନ୍ସା
ବିଜେପି ରାଜ୍ୟ ସଭାପତି ହେବେ ମନମୋହନ, ଭରିଲେ ନାମାଙ୍କନ
ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ମାଓବାଦୀ ନେତା ସୋଡ଼ି କନ୍ନା ନିହତ

ମୋଦୀଙ୍କୁ ଆଗରେ ରଖି ଆସିଲା ବିଜେପି

0

ଭୁବନେଶ୍ବର: ଗୋଟିଏ ପଟେ କରୋନା ମୁକାବିଲା କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିଡ଼ିଓ ଭାଇରାଲ୍ ହେଉଥିବା ବେଳେ ଅନ୍ୟପଟେ ତା ସହ ତାଳ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନେଇ ଆଉ ଏକ ଭିଡ଼ିଓ ଜାରି ହୋଇଛି। ବିଶିଷ୍ଟ ସଙ୍ଗୀତଜ୍ଞ ଅମରେନ୍ଦ୍ର ମହାନ୍ତିଙ୍କ ରଚନା ଓ ସଙ୍ଗୀତ ନିର୍ଦେଶନାରେ ଆସିଥିବା ଏହି ଭିଡିଓରେ କରୋନା କ୍ଷେତ୍ରରେ ପ୍ରଧାନମନ୍ତ୍ରୀଙ୍କ ଅବଦାନ ସଂପର୍କରେ କୁହାଯାଇଛି। ବିଦେଶକୁ କ୍ଲୋରୋକୁଇନ୍ ଟାବଲେଟ୍ ଦେବା ଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପାଇଁ ପ୍ରଧାନମନ୍ତ୍ରୀ ଜାରି କରିଥିବା ସାତଟି ମନ୍ତ୍ର ସଂପର୍କରେ ଏଥିରେ କୁହାଯାଇଛି।

ଚଳଚ୍ଚିତ୍ର ତାରକା ଅନୁ, ବିଦୁସ୍ମିତା, ପିଙ୍କି ପ୍ରଧାନଙ୍କ ଠାରୁ ଆରମ୍ଭ କରି ହାସ୍ୟ ତାରକା ହରିଙ୍କୁ ଏଥିରେ ଦେଖିବାକୁ ମିଳୁଛି। ସେହିଭଳି ସଙ୍ଗୀତ ନିର୍ଦେଶକ ମନ୍ମଥ ମିଶ୍ର ପ୍ରମୁଖ ଏଥିରେ ସ୍ଥାନ ପାଇଛନ୍ତି। କରୋନା ସମୟରେ ମୋଦୀଙ୍କ ଦୃଢତା ବିଷୟରେ କୁହାଯାଇଛି। ଏପରିକି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲକ୍ ଡାଉନ ଦିନ ଥାଳି ବଜାଇଥିବା ଚିତ୍ର ସ୍ଥାନ ପାଇଛି। ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କର ପରିବାର ସହ ଫଟୋ ବି।

Leave A Reply

Your email address will not be published.