ପ୍ରମୁଖ ଖବର

ରାଜ୍ୟ ମହିଳା କର୍ମଚାରୀମାନଙ୍କ ଅତିରିକ୍ତ ସାମୟିକ ଛୁଟି ଆଉ ୨ଦିନ ବଢ଼ିଲା
ବାତ୍ୟା ପାଇଁ ୨୩ରୁ ୨୫ କଲେଜ ଓ ବିଶ୍ୱବିଦ୍ୟାଳୟ ଛୁଟି
ବାତ୍ୟା ପାଇଁ ୧୭୮ଟି ଟ୍ରେନ ବାତିଲ
ଅବସରପ୍ରାପ୍ତ ଆଇପିଏସ୍‌ ଲଳିତ ଦାସ ହେଲେ ଓଏସ୍‌ଏସ୍‌ଏସ୍‌ସି ଅଧ୍ୟକ୍ଷ
ନିର୍ଦୋଷ ସାବ୍ୟସ୍ତ ହେଲେ ସେବି ଅଧ୍ୟକ୍ଷ ମାଧବୀ ବୁଚ
ଲାଞ୍ଚ ନେଇ ନିଲମ୍ବିତ ହେଲେ ବରଗଡ଼ ଧନୁଯାତ୍ରାରେ କଂସ ମହାରାଜ
ସମ୍ଭାବ୍ୟ ବାତ୍ୟା: ୧୪ ଜିଲ୍ଲାରେ ବନ୍ଦ ରହିବ ସବୁ ଐତିହ୍ୟ ସ୍ଥଳୀ
ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ନନ୍ଦନକାନନ କର୍ତ୍ତୃପକ୍ଷ ଆଗୁଆ ସଜାଗ
ବୈତରଣୀ ବେସିନ୍ ମୁଖ୍ୟଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ବିଜେଡି-ବିଜେପି ଛାୟା ଯୁଦ୍ଧ ଆରମ୍ଭ

0

ମନ୍ତ୍ରୀ ପ୍ରତାପ ଜେନାଙ୍କ ବହିଷ୍କାର ଦାବି କଲେ ଶାରଦା ପ୍ରଧାନ

ଭୁବନେଶ୍ବର: ବିଜେଡି ସରକାର ଯେତେବେଳେ ଯାହା କହୁଥିଲେ, ତାହାକୁ ସମର୍ଥନ କରୁଥିଲା ବିଜେପି। ଫନି ଠାରୁ କରୋନା ଯାଏ, ସବୁକଥାରେ ରାଜ୍ୟ ସରକାରଙ୍କୁ ଆଖିବୁଜା ସମର୍ଥନ ମିଳିଛି। ୨୪ ଘଣ୍ଟା ମଧ୍ୟରେ ଦୁଇ ଦୁଇଟି ନିଷ୍ପତ୍ତି ରାଜନୈତିକ ମହଲକୁ ଭିନ୍ନ ସଙ୍କେତ ଦେଲାଣି। ମହାପ୍ରଭୁ ଶ୍ରୀଜଗନ୍ନାଥ ରଥଯାତ୍ରା ହେବା ନେଇ ନେଇ ରାଜ୍ୟ ସରକାର କାଳକ୍ଷେପଣ ନୀତି ଅବଲମ୍ବନ କରି ଆସୁଛନ୍ତି। ଖୋଦ୍ ଗଜପତି ମହାରାଜା ମହାପ୍ରଭୁଙ୍କ ରଥ ନିର୍ମାଣ ଲାଗି ସରକାରଙ୍କ ଅନୁମତି ମାଗିଥିଲେ ହେଁ, ନିଜର ସବୁ କ୍ଷମତା ଥାଇ ବି ରାଜ୍ୟ ସରକାର ଏହାକୁ କେନ୍ଦ୍ର ଉପରକୁ ଠେଲିଥିଲେ। ବିଧି ଭାଙ୍ଗିଲା ସତ, ମାତ୍ର କେନ୍ଦ୍ର ସରକାର ଅତ୍ୟନ୍ତ ସକାରାତ୍ମକ ଆଭିମୁଖ୍ୟ ଗ୍ରହଣ ରଥ ନିର୍ମାଣ ପାଇଁ ଅନୁମତି ଦେବା ଘଟଣା ଶ୍ରୀଜଗନ୍ନାଥ ପ୍ରେମୀଙ୍କୁ ଆଶ୍ବସ୍ତ କରିଛି। କେବଳ ସେତିକି ନୁହେଁ, ଆଜି ମହାପ୍ରଭୁଙ୍କ ଛତିଶାନିଯୋଗ, ମୁକ୍ତିମଣ୍ଡପ ପଣ୍ଡିତ ଖୋଲା ଖୋଲି କେନ୍ଦ୍ର ସରକାରଙ୍କୁ ପ୍ରଶଂସାରେ ଅଜାଡି ଦେଇଛନ୍ତି।

ପ୍ରବାସୀଙ୍କ ଫେରିବା ନେଇ ଗତକାଲି ହାଇକୋର୍ଟ ରାୟ ଦେଇଥିଲେ ଯେ ନେଗେଟିଭ୍ ଥିଲେ ସେମାନେ ଓଡ଼ିଶା ଫେରିବେ। ହାଇକୋର୍ଟଙ୍କ ନିର୍ଦେଶକୁ ତତ୍କାଳ ଗ୍ରହଣ କରି ସରକାର ପଦକ୍ଷେପ ନେଇଥିଲେ। ଆଜି ଖୋଲାଖାେଲି ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଏହାକୁ ବିରୋଧ କରିଥିଲେ ଓ ସର୍ବୋଚ୍ଚ ନ୍ୟାୟାଳୟ ଏହା ଉପରେ ରହିତାଦେଶ ଦେଇଛନ୍ତି।

ଏହି ଘଟଣା ସାମ୍ନାକୁ ଆସିବା ପୂର୍ବରୁ ଓ ପରର ଗୋଟିଏ ଘଟଣା ଏବେ ଚର୍ଚ୍ଚା ପାଇଁ ଖୋରାକ ଯୋଗାଇଛି। ବିଜେପି ନେତା ଶାରଦା ପ୍ରଧାନ ଆଜି ତୁରନ୍ତ ଟ୍ବିଟ୍ କରି ବିବାଦ ବଢାଇଛନ୍ତି। କେବଳ ସେତିକି ନୁହେଁ, ମନ୍ତ୍ରୀଙ୍କ ବହିଷ୍କାର ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ପାଖରେ। ଶାରଦା କହିଛନ୍ତି, ଗତକାଲି ହାଇକୋର୍ଟ  କେଶ୍ ନଂ- ଡବ୍ଲୁ ପି ସି -୧୧୫୭୩ / ୨୦ ର ଶୁଣାଣି କରି କହିଛନ୍ତି ଯେ ପ୍ରବାସୀ ଙ୍କୁ ରାଜ୍ୟକୁ ଫେରାଇ ଆଣିବା ପୂର୍ବରୁ ପ୍ରଥମେ ଯେଉଁମାନେ ଯେଉଁଠାରେ ଅଛନ୍ତି , ସେଠାରେ ତାଙ୍କର କରୋନା ଭୁତାଣୁ ସଂକ୍ରମଣକୁ ନେଇ ପରୀକ୍ଷା ହେବ । ଯଦି ରିପୋର୍ଟ ନେଗେଟିଭ ରୁହେ ତେବେ ସେମାନଙ୍କୁ ରାଜ୍ୟ କୁ ଆସିବା ପାଇଁ ଅନୁମତି ଦିଆଯିବ । ହାଇକୋର୍ଟ ଙ୍କ ନିର୍ଦ୍ଦେଶ ପାଇବା ପରେ ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଗତକାଲି ଠାରୁ ରାଜ୍ୟ ସରକାରଙ୍କ ଗୃହ ବିଭାଗ ଏସଂପର୍କରେ ପଦକ୍ଷେପ ନେଲେଣି । ହେଲେ ରାଜ୍ୟ ର ଆଇନ ବିଭାଗର କ୍ୟାବିନେଟ ମନ୍ତ୍ରୀ ପ୍ରତାପ ଜେନା ଆଜି ଗଣମାଧ୍ୟମର ପ୍ରଶ୍ନ ର ଉତ୍ତର ରଖି କହିଛନ୍ତି ଯେ ହାଇକୋର୍ଟ ଙ୍କ ନିର୍ଦ୍ଦେଶ ସରକାର ଙ୍କ ପାଖରେ ପହଞ୍ଚି ନାହିଁ, ପହଞ୍ଚିଲେ ପଦକ୍ଷେପ ନେବୁ ।

ଶାରଦାଙ୍କ ର ଅଭିଯୋଗ ହେଉଛି ଯେ ଗତକାଲି ଠାରୁ ରାଜ୍ୟ ସରକାରଙ୍କ ଗୃହ ବିଭାଗ ହାଇକୋର୍ଟ ଙ୍କ ନିର୍ଦ୍ଦେଶ ପାଇ ପ୍ରକ୍ରିୟା ଆରମ୍ଭ କରିସାରିଲେଣି ଅଥଚ ଆଇନ ମନ୍ତ୍ରୀ ଗଣମାଧ୍ୟମ କୁ ଦେଇଥିବା ବିବୃତି ଅତି ଦୁର୍ଭାଗ୍ୟ ଜନକ । ଏଭଳି ଏକ ସମ୍ବେଦନଶୀଳ ସମୟ ରେ ଦାୟିତ୍ୱ ହୀନ ମନ୍ତବ୍ଯ ଦେଇଥିବା ଅପାରାଗ ମନ୍ତ୍ରୀ କୁ  ମୁଖ୍ୟମନ୍ତ୍ରୀ ତୁରନ୍ତ ମନ୍ତ୍ରିମଣ୍ଡଳୀରୁ ବହିଷ୍କାର କରିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ବିଜେପି ନେତା ଶାରଦା ପ୍ରଧାନ ଦାବି କରିଛନ୍ତି।

ଏହା କେଉଁଠି ନା କେଉଁଠି ସୂଚାଇ ଦେଉଛି, ବିଜେଡି-ବିଜେପି ସଂପର୍କ ମଳିନ ପଡିବା ଆରମ୍ଭ କଲାଣି। ସଂପ୍ରତି ଏକ ବିପର୍ଯ୍ୟୟ ସମୟରେ ରାଜ୍ୟ ସରକାରଙ୍କୁ କେନ୍ଦ୍ର ଖୋଲାଖୋଲି ସମର୍ଥନ ଦେଉଥିଲେ ହେଁ, ପରବର୍ତୀ ସମୟରେ ଏହା ଭୀଷଣ ରୂପ ଯେ ନ ନେବ, ସେକଥାକୁ ଏଡାଇ ଦେଇ ହେବ ନାହିଁ। ବିଜେଡିର ସବୁ କଥାରେ ବିଜେପି ହଁ ମାରିପାରବନି, ଏ ବାର୍ତା ବି ଏହି ଦୁଇଟି ପ୍ରସଙ୍ଗରୁ ସଙ୍କେତ ମିଳୁଛି।

Leave A Reply

Your email address will not be published.