ପ୍ରମୁଖ ଖବର

ପୂର୍ବ ଭଳି ରାସନ କାର୍ଡରେ ମିଳିବ ଗହମ : ଯୋଗାଣ ମନ୍ତ୍ରୀ
ଆସନ୍ତା ୨୪ ତାରିଖରେ ରାଷ୍ଟ୍ରପତି ଓଡ଼ିଶା ଆସିବେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ
ରାଜ୍ୟରେ ଦୈନିକ ୩ କୋଟି ଅଣ୍ଡାର ଆବଶ୍ୟକତା ରହିଛି: ମନ୍ତ୍ରୀ
ତାରାଙ୍କୁ ନିଲମ୍ବନ, ୨୭ରେ ବିଧାନସଭା ଘେରିବ କଂଗ୍ରେସ
ହୋଲି ପାଇଁ ଗାଇଡ୍‌ଲାଇନ୍‌ ଜାରି କଲା କମିଶନରେଟ୍‌ ପୋଲିସ
ପୁରୀ ଶ୍ଵେତଗଙ୍ଗାରେ ଉତ୍ତମ ମହାନ୍ତିଙ୍କ ଅସ୍ଥି ବିସର୍ଜନ
ବିଧାନସଭାରେ ସାମ୍ବାଦିକଙ୍କ ଉପରେ ଲାଗିଥିବା ମୋବାଇଲ କଟକଣା ହଟାଇ ଦିଆଯାଇଛି

ଏବେ ବିଜେଡି ବିଧାୟକମାନେ ସକ୍ରିୟ ହେବେ

0

ଭୁବନେଶ୍ବର: କରୋନା ମୁକାବିଲା କ୍ଷେତ୍ରରେ ସରକାରୀସ୍ତରରେ ତତ୍ପରତା ଦେଖାଯାଇଥିଲା। ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିଲେ ହେଁ, ଏହା ସଙ୍ଗରୋଧ କେନ୍ଦ୍ର ଭିତରେ ସୀମିତ ରହିଛି। ଅନ୍ୟପଟେ ଜୀବିକାକୁ ନେଇ ରାଜ୍ୟରେ ଏକ ବିପଜ୍ଜନକ ପରିସ୍ଥିତି ସୃଷ୍ଟି ହେଲାଣି। ଲୋକେ ଜୀବନ ଜୀବିକାର ଦୋଛକିରେ ଲଢାଇ କରୁଥିବା ବେଳେ ରାଜନୈତିକ ସକ୍ରିୟତାର ଆବଶ୍ୟକତା ଅନୁଭବ ହେଉଥିଲା।

ଅତି ବିଶ୍ବସ୍ତ ସୂତ୍ରରୁ ମିଳୁଥିବା ଖବର ଅନୁସାରେ, ବିଜେଡି ଏବେ ରାଜନୈତିକସ୍ତରରେ ମୁକାବିଲା କରିବା ଲାଗି ପାଗ ଭିଡିଛି। ବିଜେଡି ରାଜ୍ୟ ସଂଗଠନ ସଂପାଦକ ବିଧାୟକ ପ୍ରବଣ ପ୍ରକାଶ ଦାସ ଏବେ ବିଧାୟକମାନଙ୍କ ସହିତ ଜୁମ ଆପ୍ ଯୋଗେଡ ଆଲାେଚନା କରିଛନ୍ତି। ମାସ୍କ ଓ ସାନି ଟାଇଜର ସହିତ ଲୋକଙ୍କ ସମସ୍ୟା ସମାଧାନ ଭିତରେ ଯୋଡି ହେବା ଲାଗି ବିଧାୟକମାନଙ୍କ ସହିତ ଆଲୋଚନା ବେଳେ ଏଭଳି ସଙ୍କେତ ଶ୍ରୀ ଦାସ ଦେଇଥିବା ସୂଚନା ମିଳିଛି।

ବିଜେଡିର ଏହି କାର୍ଯ୍ୟକ୍ରମ ରାଜନୈତିକସ୍ତରରେ ଚର୍ଚ୍ଚାର ବିଷୟ ହୋଇଛି। ବିଧାୟକମାନଙ୍କୁ ସକ୍ରିୟ କରିବା ଦ୍ବାରା ଏବେ ସଂପୃକ୍ତ ନିର୍ବାଚନମଣ୍ଡଳୀରେ ଏହାର ପ୍ରଭାବ ପଡୁଥିବା ଲକ୍ଷ୍ୟ କରାଗଲାଣି। ନେତାମାନେ ସାମାଜିକ ଦୂରତ୍ବ ରଖି ଲୋକଙ୍କ ସହିତ ନିଜକୁ ଯୋଡିବା ଲାଗି କ୍ଷେତ୍ର ପ୍ରସ୍ତୁତ କରୁଛନ୍ତି। ମୟୂରଭଂଜ ଠାରୁ କୋରାପୁଟ ପର୍ଯ୍ୟନ୍ତ ବିଜେଡି ବିଧାୟକଙ୍କ ଭିତରେ ବବି ଦାସଙ୍କ ଫୋନକୁ ନେଇ ଆଲୋଚନା ଚାଲିଛି।

ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ , ମୁଖ୍ୟଶାସନ ସଚିବ ଅସିତ କୁମାର ତ୍ରିପାଠୀ, ଉନ୍ନୟନ କମିସନର ସୁରେଶ ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ସଚିବ (୫ଟି) ଭି କାର୍ତିକେୟନ୍ ପାଣ୍ଡିଆନଙ୍କ ଟିମ୍ କରୋନା ମୁଲାବିଲା ଲାଗି ରଣନୀତି ପ୍ରସ୍ତୁତ ଚଳାଇଥିବା ବେଳେ ଏବେ ରାଜନୈତିକ ସକ୍ରିୟତା ଲାଗି ବବିଙ୍କ ଉଦ୍ୟମକୁ ଦଳର ଗୋଟିଏ ମହଲ ଭଲ ସୂଚନା ବୋଲି କହିଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫେବ୍ରୁଆରି ୨୬ ତାରିଖରେ ସଭାପତି ଭାବେ ପୁଣି ଥରେ ମନୋନୀତ ହେବା ପରେ ମାର୍ଚ୍ଚ ୫ ତାରିଖ, ବିଜୁ ଜୟନ୍ତୀରେ ବବିଙ୍କୁ ସଂଗଠନ ସଂପାଦକ ଭାବେ ନିଯୁକ୍ତି ଦେଇଥିଲେ। ସବୁ ଛାମୁଆ ସଂଗଠନ ଉପରେ ସେ ରହି କାର୍ଯ୍ୟ କରିବେ ବୋଲି ନବୀନ ନିଜେ ଘୋଷଣା କରିଥିଲେ। ହେଲେ ଲକଡ଼ାଉନ ପରିପ୍ରେକ୍ଷୀରେ ବବିଙ୍କ କାର୍ଯ୍ୟ ଅଟକିଯାଇଥିଲା।

ଉଲ୍ଲେଖଯୋଗ୍ୟ, ଭାରତୀୟ ଜନତା ପାର୍ଟି କରୋନା ମୁକାବିଲା ଭିତରେ ରାଜନୈତିକ ସକ୍ରିୟତା ଦେଖାଇଛି। ରାଜ୍ୟ ସଭାପତିଙ୍କ ଠାରୁ ଆରମ୍ଭ କରି ପଞ୍ଚାୟତ ସରପଞ୍ଚଙ୍କ ପର୍ଯ୍ୟନ୍ତ ଦଳ ପକ୍ଷରୁ ଘନ ଘନ ଯୋଗାଯୋଗ ଚାଲିଛି। ସେମାନଙ୍କୁ ଏହି ସମୟରେ ଲୋକଙ୍କ ସହିତ ଯୋଡ଼ି ହେବା ଲାଗି ସଙ୍କେତ ଦିଆଯାଇଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜେ ଏହି କାର୍ଯ୍ୟକ୍ରମର ମଙ୍ଗ ଧରିଛନ୍ତି। ପ୍ରତିଦିନ ଶହ ଶହ ଓଡ଼ିଆଙ୍କ ସହ ଯୋଡି ହେଉଛନ୍ତି। ଧର୍ମେନ୍ଦ୍ରଙ୍କ ସଙ୍କେତରେ ବିଜେପିର ଶୀର୍ଷ ଟିମ୍ ପୂରା ରାଜ୍ୟରେ ସକ୍ରିୟ ହେବା ଆରମ୍ଭ କରିଛି, ଠିକ୍ ୨୦୧୫ ମସିହା ଭଳି। କେହି କେହି ବିଜେପିର ପଞ୍ଚାୟତ ପ୍ରସ୍ତୁତି ଆରମ୍ଭ ହୋଇଥିବା କହିଲେଣି।

Leave A Reply

Your email address will not be published.