ପ୍ରମୁଖ ଖବର

ପେପର ଲିକ୍ ମାମଲାରେ କଠୋର ପଦକ୍ଷେପ: ଫାଷ୍ଟ ଟ୍ରାକ୍ କୋର୍ଟ ଗଠନ ଘୋଷଣା କଲେ ପ୍ରଧାନମନ୍ତ୍ରୀ
ଗଜପତି ଜିଲ୍ଲାର ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଅଳିଆ ଗଦାରେ ପୁଳା ପୁଳା ନିରାମୟ ଔଷଧ
ମହାନଦୀ ଜଳ ବିବାଦ: ସମାଧାନ ପାଇଁ CWCକୁ ମଧ୍ୟସ୍ଥତା ନିର୍ଦ୍ଦେଶ, ଗଠନ ହେବ ଯୁଗ୍ମ କମିଟି
ଜନ୍ତର ମନ୍ତର ଅଞ୍ଚଳରେ ଇଣ୍ଟରନେଟ୍ ବନ୍ଦ, ସୁରକ୍ଷା କଡ଼ାକଡ଼ି
ସିଏମଓରୁ ଫାଇଲ ଗାଏବ ମାମଲା: ଅବସରପ୍ରାପ୍ତ ଆଇଏଏସ ଉପେନ୍ଦ୍ର ବେହେରା ଓ ରାଜେଶ ବର୍ମାଙ୍କୁ ପୁଣି ନୋଟିସ
ଦେଶରେ ବର୍ଷାର ତାଣ୍ଡବ: ୧୨୦ ମୃତ, ବନ୍ୟା-ଭୂସ୍ଖଳନରେ ଜନଜୀବନ ଅସ୍ତବ୍ୟସ୍ତ
ଶ୍ରୀମନ୍ଦିର ପାଇଁ ଆଉ ଏକ ବଡ଼ ସଫଳତା, ୫ଟି ନୂଆ ଟ୍ରେଡ୍ ମାର୍କକୁ ମିଳିଲା ଅନୁମୋଦନ
ଉତ୍ତରାଖଣ୍ଡରେ ପୁଣି ପେପର ଲିକ୍, ଦୁଇଟି ଇଞ୍ଜିନିୟରିଂ ପରୀକ୍ଷା ବାତିଲ
ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର: ୫% ବଢ଼ିଲା ମହଙ୍ଗା ଭତ୍ତା

ମହାପ୍ରଭୁଙ୍କ ସଂପର୍କରେ ଗୋଟିଏ ରୋଚକ କଥା

0

ଭୁବନେଶ୍ବର: ଯେ କୌଣସି ବଜାରକୁ ଗଲେ, ଦେଖିବାକୁ ମିଳେ ଯେ ବେଶୀ ଗହଳି ଲାଗି ରହିଥାଏ ପାନ ଦୋକାନରେ। କାହାର ଖାଇବା ପରେ ପାନ ଖାଇବାର ଅଭ୍ୟାସ ରହିଛି ତ ଆଉ କାହାର ପାନ ଖଣ୍ଡେ ନ ଜାକିଲେ ଫାଇଲରେ ଦସ୍ତଖତ କରିବାକୁ ହାତ ଯାଏନି। କିଏ ଖଟି କରିବା ବେଳେ ଏକାଧିକ ପାନ ଖାଇବାର ନଜିର ରହିଛି।

ହେଲେ ଆପଣ ଜାଣନ୍ତି, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ବି ପାନ ବିନା କିଛି ଚଳେନି। ଗୋଟିଏ କି ଦୁଇଟି ନୁହେଁ, ଶ୍ରୀମନ୍ଦିରରେ ଠାକୁରମାନଙ୍କ ପାଇଁ ଦିନକୁ ୧୦୨ଟି ବିଡିଆ ପାନ ଦରକାର ହୁଏ। ଗୋଟିଏ ସମୟ ଥିଲା, ଯେତେବେଳେ କି ୭ଜଣ ବିଡିଆ ଯୋଗାଣକାରୀ ସେବକ ଥିଲେ ମହାପ୍ରଭୁଙ୍କର। ଅବଶ୍ଯ ବିଡିଆ ଯୋଣାକାରୀଙ୍କ ସଂଖ୍ୟା ଏବେ ଆଉ ସେତିକି ନାହିଁ। କିନ୍ତୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏକଥା ସତ।

କୁହାଯାଏ, ପାନ କେବଳ ମୁଖରୋଚକ ଭାବେ କାମ ଦେଇଥାଏ।ହେଲେ ଅସଲ କଥା ହେଲା ହଜମ ଶକ୍ତି ବଢାଇବାରେ ମଧ୍ୟ ଏହା ବଡ଼ ସାହାଯ୍ୟ କରେ। ଅବଶ୍ୟ ଡିଲକ୍ସ କି ଜର୍ଦା ପାନ ନୁହେଁ, ଏହା ସାଂଘାତିକ କ୍ଷତିକାରକ। କିନ୍ତୁ ସାଧା ବିଡିଆ ପାନର ମଜା କିଛି ଅଲଗା। ମହାପ୍ରସାଦ ଭଳି ଅତି ଗରିଷ୍ଠ ଖାଦ୍ୟ ହଜମ ପ୍ରକ୍ରିୟାରେ ଏହି ପାନ ବହୁତ ସାହାଯ୍ୟ କରିଥାଏ। ପରମ୍ପରା ଅନୁସାରେ, ମହାପ୍ରଭୁଙ୍କ ଭୋଗ ଆଦି ଲାଗି ପରେ ସେମାନଙ୍କୁ ପାନ ଦିଆଯାଇଥାଏ।

ଗବେଷକମାନଙ୍କ କହିବାନୁସାରେ, ଯେଉଁ ଘରେ ମହାପ୍ରଭୁଙ୍କ ପାନ ତିଆରି ହୋଇଥାଏ, ତାହାକୁ ହଡପ ଘର ବୋଲି କୁହାଯାଏ।ଦୈନିକ ମହାପ୍ରଭୁ ସକାଳ ଧୁୂପ, ମଧ୍ୟାହ୍ନ ଧୂପ ଓ ସନ୍ଧ୍ୟା ଧୂପ ପରେ ୭ଖଣ୍ଡ ବିଡିଆ ପାନ ଲାଗି ହୋଇଥାନ୍ତି। ସେହିଭଳି ଚନ୍ଦନଲାଗି ପାଇଁ ୨୦ ଖଣ୍ଡ ଚଉତା ବିଡିଆ, ବଡ଼ ସିଂହାର ପାଇଁ ୮ ଖଣ୍ଡ, ପହୁଡ ସମୟରେ ୪୨ ଖଣ୍ଡ ଖିଲି ବିଡିଆ ଦିଆଯାଇଥାଏ। ଏଥିରେ ପାନ, ଗୁଆ, ଲବଙ୍ଗ, ଅଳେଇଚ, ଜାଇଫଳ ଓ କର୍ପୁର ଆଦି ବ୍ୟବହାର ହୋଇଥାଏ। ବର୍ତମାନ ସମୟରେ ମୁକ୍ତିମଣ୍ଡପ ପଛ ପାର୍ଶ୍ବରେ ଥିବା ଘରେ ଏହି ପାନ ପ୍ରସ୍ତୁତ କରାଯାଏ, ଯାହାକୁ ବିଡିଆ ଘର ବୋଲି କେହି କେହି କହନ୍ତି। ଯେଉଁମାନେ ମହାପ୍ରଭୁଙ୍କୁ ବିଡି଼ଆ ପାନ ଯୋଗାଇଥାନ୍ତି, ସେମାନଙ୍କୁ ହଡପ ନାଏକ ବୋଲି କୁହାଯାଇଥାଏ।

Leave A Reply

Your email address will not be published.