ପ୍ରମୁଖ ଖବର

ସ୍ବର୍ଗତଃ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଳ ଦାସଙ୍କୁ ପଚରାଉଚରା ସୂଚନା। ଆୟକର ବିଭାଗର ପଚରାଉଚରା ସୂଚନା। ପ୍ରାୟ ୪ ଘଣ୍ଟା ଧରି ପଚରାଉଚରା କରାଯାଇଥିବା ପ୍ରାଥମିକ ସୂଚନା
।ବିଜେପିରୁ ବରିଷ୍ଠ ନେତା ବିଜୟ ମହାପାତ୍ର ବହିଷ୍କୃତ, ଦଳ ବିରୋଧୀ କାର୍ଯ୍ୟ ଓ ଅନୁଶାସନ ଭଙ୍ଗ ଅଭିଯୋଗରେ ବହିଷ୍କୃତ
ବିଜେଡି କର୍ମୀଙ୍କ ଆକ୍ରମଣ ବିଜେପି କର୍ମୀଙ୍କ ମୃତ୍ୟୁ, ୩ ଜଣ ଗୁରୁତର ଆହତ
ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ୧୪୪ ଧାରି ଜାରି, ଗଞ୍ଜାମ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି
ପୁରୀରେ ସଫେଇ କର୍ମଚାରୀଙ୍କ ଉପରେ ବୋମା ମାଡ଼, ଘଟଣାରେ ଦୁଇ ଜଣ ସଫେଇ କର୍ମଚାରୀ ଆହତ

ମାନ ରଖିଲେ ମହାପ୍ରଭୁ

0
  • ସବୁଥିରେ ରେକର୍ଡ, ବ୍ୟାପକ ଶୃଙ୍ଖଳା ଭିତରେ ରଥଯାତ୍ରା
  • ଭକ୍ତଙ୍କୁ ନ ଦେଖି ମହାପ୍ରଭୁ ନଟଖଟ କଲେନି, ସକାଳୁ ସକାଳୁ ରଥପାଖରେ
  • ଗଜପତି କଲେ ଛେରାପହଁରା, ଶଙ୍କରାଚାର୍ଯ୍ୟ କଲେ ଦର୍ଶନ
  • ଶରଧାବାଲିରେ ତିନିରଥ, ସେବାୟତ ଟାଣିଟାଣି ନେଲେ ବଡ଼ଦାଣ୍ଡରେ
  • ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟିଭି ସାମ୍ନାରେ ବସି ଦେଖିଲେ ରଥ, ଟ୍ବିଟ୍ କଲେ

ଭୁବନେଶ୍ବର: ଭକ୍ତଙ୍କ ଗହଳିଚହଳିି ନାହିଁ। ଖାଁ ଖାଁ ବଡ଼ଦାଣ୍ଡ। ରଥଦଉଡ଼ି ଟିକିଏ ସ୍ପର୍ଶ କରିବା ଲାଗି ଟଣା ଘୋଷରା କିଛି ବି ନାହିଁ। ଏହାରି ଭିଚରେ ବଡ଼ଦାଣ୍ଡରେ ଆଜି ଗଡ଼ିଛି ମହାପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ନନ୍ଦିଘୋଷ, ତାଳଧ୍ବଜ ଓ ଦର୍ପଦଳନ ରଥ। ଯେଉଁ ହାତର ସ୍ପର୍ଶରେ ପ୍ରଭୁଙ୍କ ଦୈନନ୍ଦିନ ସେବା କାର୍ଯ୍ୟ ହୋଇଥାଏ, ସେହି ହାତ ଆଜି ଟାଣି ନେଇଛି ତିନିରଥକୁ ଶରଧା ବାଲି ଆଡ଼କୁ।

କୋଭିଡ଼ ମହାମାରୀ ପରିପ୍ରେକ୍ଷୀରେ ଯେଉଁ କଟକଣା ଯୁକ୍ତ ରଥଯାତ୍ରା ପାଇଁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଛନ୍ତି, ତାହାକୁ ଅକ୍ଷରେ ଅକ୍ଷରେ ମାନି ଆଜି ପୁରୀ ସମେତ ବିଶ୍ବର ଶ୍ରୀଜଗନ୍ନାଥ ପ୍ରେମୀ ସମସ୍ତଙ୍କୁ ନିଜ ସଂଯମତାର ପରୀକ୍ଷା ଦେଇଛନ୍ତି। ଟିଭି ଆଗରେ ବସି ଦିନତମାମ ଚାହିଁଛନ୍ତି କିଭଳି ଲୀଳା ଲଗାଇଛନ୍ତି ଠାକୁର। ସେପଟେ ମହାପ୍ରଭୁ ବି ଆଜି କିଛି ନଟଖଟ ନ କରି ସୁନା ପିଲା ଭଳି ସବୁ କାମ ସୁରୁଖୁରୁରେ କରାଇ ନେଇଛନ୍ତି। ଯେମିତି ପୁରୀର ଘୋଷ ଯାତ୍ରା ସମସ୍ତଙ୍କୁ ବିସ୍ମିତ କରିବ। ଧାର୍ମିକ କାର୍ଯ୍ୟ ପାଳନ ବେଳେ ବି ଶୃଙ୍ଖଳା କେଭଳି ପାଳନ କରାଯାଏ, ଏକଥା ଆଜି ବିଶ୍ବକୁ ଦେଖାଇଛନ୍ତି ମହାପ୍ରଭୁ ଓ ତାଙ୍କ ସେବକ। ଯେଉଁ ରଥ ଉପରେ ଗଦା ହୋଇଥାନ୍ତି ସେବକ, ମହାପ୍ରଭୁ ସେମାନଙ୍କ ଆଢୁଆଳରେ ଲୁଚି ଯାଇଥାନ୍ତି, ସେହି ରଥ ଆଜି ଶୂନ୍ୟ। ହାତ ଗଣତି କେତେଜଣ ସେବକ ଅଛନ୍ତି। ଏଣୁ ବହୁ ଦୂର ପର୍ଯ୍ୟନ୍ତ ମହାପ୍ରଭୁ ଓ ଭକ୍ତଙ୍କ ମଧ୍ୟରେ ସଂଯୋଗ ସ୍ଥାପନ ହୋଇପାରିଛି।

ରିପୋର୍ଟ ଲେଖା ହେବା ବେଳକୁ ଶ୍ରୀ ବଳଭଦ୍ର ଓ ଦେବୀ ସୁଭଦ୍ରା ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥ ଶରଧା ବାଲିରେ ପହଞ୍ଚିଯାଇଛି। ପହଣ୍ଡି ଠାରୁ ଶରଧା ବାଲିରେ ପହଞ୍ଚିବା ପର୍ଯ୍ୟନ୍ତ ସବୁଥିରେ ଆଜି ଏକ ରେକର୍ଡ ହୋଇଛି। ସବୁ ରେକର୍ଡକୁ ଆଜିର ରଥଯାତ୍ରା ଅତିକ୍ରମ କରିଯାଇଛି।

ଆଜି ଘୋଷଯାତ୍ରାରେ ଉଭା ହୋଇଛନ୍ତି ଦାରୁ ଦିଅଁ । ପତିତଜନଙ୍କୁ ଉଦ୍ଧାର ପାଇଁ ରତ୍ନବେଦୀରୁ ବଡ଼ଦାଣ୍ଡକୁ ଓହ୍ଲାଇଛନ୍ତି ବିଶ୍ୱନିୟନ୍ତା ଚତୁର୍ଧାମୂରତି । ବିଶ୍ୱପ୍ରସିଦ୍ଧ ରଥଯାତ୍ରା ବା ମହାପ୍ରଭୁଙ୍କ ନବଦିନାତ୍ମକ ଯାତ୍ରା ଅତ୍ୟନ୍ତ ଶାନ୍ତିଶୃଙ୍ଖଳାର ସହିତ ଆରମ୍ଭ ହୋଇଛି । ପ୍ରବଳ ଗୁଳୁଗୁଳି ସତ୍ତ୍ବେ ସେବକମାନେ ତିନି ରଥକୁ ଟାଣି ନେଇଥିଲେ, ହାତ ଗଣତି କେତେ ଶହ ପୁଲିସଙ୍କ ଉପସ୍ଥିତିରେ। ସରକାର କରିଥିବା ସଟଡାଉନ୍ କାରଣରୁ ପୁରା ପୁରୀ ଆଜି ସିଲ୍ ହୋଇଯାଇଥିଲା।

ଗତକାଲି ଠାରୁ ମହାପ୍ରଭୁଙ୍କ ନୀତିରେ ଶୃଙ୍ଖଳା ପରିଲକ୍ଷିତ ହୋଇଥିଲା । ଏଣୁ ଆଜି ବି ନୀତି ଆରମ୍ଭରୁ ଶୃଙ୍ଖଳିତ ରହିଥିଲା । ଆଜି ସକାଳ ୪ଟା ୨୫ରେ ମଙ୍ଗଳ ଆଳତି,  ୪ଟା ୩୫ରେ ମଇଲମ, ୪ଟା ୪୦ରେ ରୋଷ ହୋମ, ୫ଟାରେ ଅବକାଶ ,୫ଟା ୨୦ରେ ସୂର୍ଯ୍ୟପୂଜା, ୫ଟା ୩୫ରେ ଦ୍ୱାରପାଳ ପୂଜା, ୫ଟା୩୦ରେ ବେଶ ଶେଷ ହୋଇଥିଲା ।  ୬ଟା ୩୫ରେ ହିଁ ରଥପ୍ରତିଷ୍ଠା କରାଯାଇଥିଲା ।  ସକାଳ ୭ଟା ୨୫ରେ ଶ୍ରୀ ସୁଦର୍ଶନଙ୍କ ପହଣ୍ଡି ଆରମ୍ଭ ହୋଇଯାଇଥିଲା। ମହାପ୍ରଭୁ ମଧ୍ୟ ଉତ୍କଣ୍ଠା ପ୍ରକାଶ କରିଥିଲେ । ୯ଟା ୧୦ ସୁଦ୍ଧା ପହଣ୍ଡି କାର୍ଯ୍ୟ ଶେଷ ହୋଇଥିଲା। ସାଢେ ୯ାଟେ ମଦନମୋହନ ବିଜେ କରିବା ପରେ ୧୦ଚା ୩୫ରୁ ୧୧ଟା ୪୦ ମଧ୍ୟରେ ରଥଉପରେ ତିନି ଠାକୁରଙ୍କୁ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ଦର୍ଶନ କରିବା ପରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଛେରା ପହଁରା କରିଥିଲେ । ପରେ ତୁରନ୍ତ ଚାରମାଳ ଫିଟାଯାଇ ଘୋଡା ଯୋଚା ଯାଇଥିଲେ । ପୂର୍ବାହ୍ନ ୧୧ଟା ୫୫ରେ ବଡ଼ ଠାକୁରଙ୍କ ତାଳଧ୍ୱଜ ରଥ ଗଡିଥିଲା । ସେହିପରି ଘଣ୍ଟାଏ ପରେ ୧୨ଟା ୫୫ରେ ଦେବଦଳନ ଓ ଅପରାହ୍ନ ୧ଟା ୫୫ରେ ନନ୍ଦିଘୋଷ ରଥ ଟଣାଯାଇଥିଲା । 

ଅନ୍ୟପକ୍ଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାକୁ ମୁଖ୍ଯମନ୍ତ୍ରୀ ଆଜି ଟିଭି ସ୍କ୍ରିନରେ ଦେଖିଛନ୍ତି। ପୂର୍ବାହ୍ନରେ ମୁଖ୍ୟମନ୍ତ୍ରୀ ଲୋକସେବା ଭବନରେ ପହଞ୍ଚି ବଳଭଦ୍ରଙ୍କ ରଥ ଗଡ଼ିବା ଆରମ୍ଭ ହେବା ପୂର୍ବରୁ ଉତ୍କଳ ପ୍ରସଙ୍ଗ ଲୋକାର୍ପଣ କରିଥିଲେ। ପରେ ମୁଖ୍ୟମନ୍ତ୍ରୀ ତାଙ୍କ ଟ୍ବିଟ୍ ପେଜରେ ଲେଖିଛନ୍ତି, ରଥରେ ମହାପ୍ରଭୁଙ୍କୁ ଦେଖି ମନ ବିଭୋର ହୋଇଯାଉଛି। ରଥାରୁଢ ମହାପ୍ରଭୁଙ୍କ ଅପୂର୍ବ ଶୋଭା ହୃଦୟକୁ ଭକ୍ତି ଭାବରେ ରସାଣିତ କରି ଦେଉଛି। ମହାପ୍ରଭୁ ଆମ ସମସ୍ତଙ୍କର ଗୁହାରୀ ଶୁଣିବେ। ଏ କଠିନ ସମୟ ଶୀଘ୍ର ଦୂର ହେବ ଏବଂ ସମସ୍ତଙ୍କ କଲ୍ୟାଣ ହେବ। ସବୁ ତାଙ୍କରି ଇଚ୍ଛା।

ମହାପ୍ରଭୁଙ୍କ ଶ୍ରୀ ଗୁଣ୍ଡିଚା ଯାତ୍ରା ଆଜି ଶୃଙ୍ଖଳାର ସହ ଠିକ ସମୟରେ ଶେଷ ହୋଇଥିବା ରୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ବିଶେଷ କରି ସେବାୟତ ,ପୁରୀ ଜିଲ୍ଲା ପଶାସନ, ଶ୍ରୀମନ୍ଦିର ପଶାସନ, ସ୍ବାସ୍ଥ୍ୟ ବିଭାଗ, ପୁଲିସ ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି ।ଏହା ସହିତ ପୁରୀ ର ଜନସାଧାରଶକୁ ସେମାନଙ୍କ ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀ ସାଧୁବାଦ ଜଣାଇଛନ୍ତି।

Leave A Reply

Your email address will not be published.