ପ୍ରମୁଖ ଖବର

୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଜୟଶଙ୍କର, ଆଡଭାନି, ସିସୋଦିଆଙ୍କ ସମେତ ବହୁ ହାଇପ୍ରୋଫାଇଲ୍‌ ଭୋଟରଙ୍କୁ SIR ନୋଟିସ୍‌
ଇମ୍ରାନଙ୍କ ଭଉଣୀ ଅଲିମା ଗିରଫ
ଡ୍ୟୁଟି ସମୟରେ ପୋଲିସଙ୍କୁ ମୋବାଇଲ ମନା, ନମାନିଲେ ହେବ କାର୍ଯ୍ୟାନୁଷ୍ଠାନ
ଏସୀୟ କ୍ରୀଡ଼ାରେ ଭାରତର ଚମକ, ସୁଟିଂରେ ଦୁଇ ରୌପ୍ୟ
ଆମେରିକା ନିକଟରେ ଆତ୍ମସମର୍ପଣର ପ୍ରଶ୍ନ ନାହିଁ: କ୍ୟୁବା ରାଷ୍ଟ୍ରଦୂତ
ମହାନଦୀ ବିବାଦ ମଧ୍ୟରେ ଓଡ଼ିଶା ଗସ୍ତରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ

କରୋନା ଟଳିନି, ଜି-୪ ବଢାଇଲାଣି ଚିନ୍ତା

0

ବେଜିଂ: ଚୀନ ବିଶ୍ୱବିଦ୍ୟାଳୟ ଏବଂ ବୈଜ୍ଞାନିକମାନେ ଗବେଷଣା ପରେ ଏବେ ଜାଣିପାରିଛନ୍ତି ଯେ ଭୂତାଣୁ ଜି-୪ ବି ଘାତକ ହୋଇପାରେ। ରୋଗ ନିୟନ୍ତ୍ରଣ ଏବଂ ନିରାକରଣ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ଜୀବାଣୁ ଜି-୪ “ମଣିଷକୁ ସଂକ୍ରମିତ କରିବା ପାଇଁ ଅତ୍ୟଧିକ ଅନୁକୂଳ ହେବାର ସମସ୍ତ ଜରୁରୀ ଚିହ୍ନ” ଧାରଣ କରିଛ। ଏଣୁ ଏହା ଉପରେ ତୀକ୍ଷ୍ଣ ନଜର ରଖାଯିବା ଦରକାର।

କୋଭିଡ୍ ୧୯ ଭୂତାଣୁ ନେଇ ସମଗ୍ର ବିଶ୍ବରେ ଭୟର ବାତାବରଣ ବଢିବାରେ ଲାଗିଥିବା ବେଳେ ଚୀନ ବୈଜ୍ଞାନିକମାନଙ୍କ ଏଭଳି ସୂଚନା ଆତଙ୍କ ସୃଷ୍ଟି କଲାଣି। ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ, ବୈଜ୍ଞାନିକମାନେ ଜାଣିବାକୁ ପାଇଛନ୍ତି ଯେ ଜି-୪ ଭୂତାଣୁ ଅତ୍ୟଧିକ ସଂକ୍ରାମକ।

ଏକ ନୂତନ ଅଧ୍ୟୟନରୁ ଜଣାପଡିଛି ଯେ ଚୀନର ଘୁଷୁରିମାନେ ବାରମ୍ବାର ସ୍ୱାଇନ୍ ଫ୍ଲୁରେ ସଂକ୍ରମିତ ହେଉଛନ୍ତି, ଯାହା ମଣିଷକୁ ଡେଇଁବାର କ୍ଷମତା ରଖିଛି (ଯଦିଓ ଏ ସଂକ୍ରାନ୍ତ କୌଣସି ପ୍ରମାଣ ମିଳିନାହିଁ) । ଥରେ ମଣିଷକୁ ସଂକ୍ରମିତ କଲେ ଏହା ସହଜରେ ବିସ୍ତାର କରିବ ଓ ବିଶ୍ବବ୍ୟାପୀ ପହଞ୍ଚିବାକୁ ବେଶୀ ଦିନ ଲାଗିବ ନାହିଁ।

ପ୍ରୋସିଡିଙ୍ଗସ୍ ଅଫ୍ ନ୍ୟାସନାଲ୍ ଏକାଡେମୀ ଅଫ୍ ସାଇନ୍ସରେ ପ୍ରକାଶିତ ଏହି ଅଧ୍ୟୟନରେ ଜି-୪ ନାମକ ଏକ ସ୍ୱାଇନ୍ ଫ୍ଲୁ ଜୀବାଣୁ ଉପରେ ଧ୍ୟାନ ଦିଆଯାଇଛି। ଏହି ଭୂତାଣୁ ଜେନେଟିକ୍ ଭାବରେ ଏଚଵାନଏନଵାନ (H1N1 ) ଷ୍ଟ୍ରେନ୍ ରୁ ଆସିଛି ଯାହା ୨୦୦୯ ରେ ମହାମାରୀ ସୃଷ୍ଟି କରିଥିଲା।

ଗବେଷକମାନେ କହିଛନ୍ତି, “ଏହା ଚିନ୍ତାର ବିଷୟ ଯେ, ଜି-୪ ଭୂତାଣୁ ମହାମାରୀର ଆଶଙ୍କା ବଢ଼ାଇପାରେ। ଏହି ଜୀବାଣୁ ତିନୋଟି ବଂଶର ଏକ ନିଆରା ମିଶ୍ରଣ। ଗୋଟିଏ ୟୁରୋପୀୟ ଏବଂ ଏସୀୟ ପକ୍ଷୀମାନଙ୍କଠାରେ ମିଳୁଥିବା ଷ୍ଟ୍ରେନ୍, ୨୦୦୯ ମହାମାରୀର କାରଣ ହୋଇଥିବା H1N1 ଷ୍ଟ୍ରେନ୍ ଏବଂ ଉତ୍ତର ଆମେରିକୀୟ H1N1 ଯେଉଁଥିରେ ପକ୍ଷୀ, ମାନବ ଏବଂ ଘୁଷୁରୀ ସ୍ୱାଇନ୍ ଫ୍ଲୁ ଜୀବାଣୁଙ୍କର ଜିନ୍ ଥାଏ। ଏହି ଭୂତାଣୁ ମୂଳତଃ ପକ୍ଷୀଙ୍କ ଠାରୁ ଆସିଥିବା କାରଣରୁ ଏହାକୁ ମୁକାବିଲା ପାଇଁ ମଣିଷମାନଙ୍କର କୌଣସି ପ୍ରତିରକ୍ଷା ଶକ୍ତି ନାହିଁ।

ଚୀନ କୃଷି ବିଶ୍ୱବିଦ୍ୟାଳୟ (CAU) ର ଲିୟୁ ଜିନ୍ହୁଆଙ୍କ ନେତୃତ୍ୱରେ ଏକ ଟିମ୍ ଦେଶର 10 ଟି ପ୍ରଦେଶର ଘୁଷୁରିରୁ ନିଆଯାଇଥିବା ପ୍ରାୟ ୩୦ ହଜାର ସ୍ବାବ୍ ଏବଂ ୨୦୧୧ ରୁ ୨୦୧୮ ପର୍ଯ୍ୟନ୍ତ ସେମାନଙ୍କ ବିଦ୍ୟାଳୟର ପ୍ରାଣୀ ଚିକିତ୍ସା ଡାକ୍ତରଖାନାରେ ଦେଖାଯାଇଥିବା ଶ୍ବାସ କ୍ରିୟା ଲକ୍ଷଣ ସହିତ ଘୁଷୁରିରୁ ୧୦୦୦ ସ୍ବାବ୍ ବିଶ୍ଳେଷଣ କରିଥିଲେ।

ଏହି ଜୀବାଣୁ ପ୍ରାଣୀମାନଙ୍କଠାରୁ ମଣିଷକୁ ଯାଇ ସାରିଛନ୍ତି କିନ୍ତୁ ଏପର୍ଯ୍ୟନ୍ତ କୌଣସି ପ୍ରମାଣ ନାହିଁ ଯେ ଏହା ମଣିଷଠାରୁ ମଣିଷକୁ ଯାଇପାରେ। ଏହା କେବଳ ଆଶଙ୍କା ଭିତରେ ରହିଛି, ଯାହାକୁ ନେଇ ବୈଜ୍ଞାନିକମାନେ ଚିନ୍ତିତ ଅଛନ୍ତିଯ। ଇନ୍‌ଫ୍ଲୁଏଞ୍ଜା ଜୀବାଣୁ ପାଇଁ ଚୀନର ଘୁଷୁରିଙ୍କ ଉପରେ ନଜର ରଖିବାକୁ ଏବଂ ଘୁଷୁରିଙ୍କ ସହ କାମ କରୁଥିବା ଲୋକଙ୍କ ଉପରେ ନଜର ରଖିବାକୁ ସେମାନେ ଜୋର ଦେଇଛନ୍ତି।

Leave A Reply

Your email address will not be published.