ପ୍ରମୁଖ ଖବର

ସୋଆର ୨୦ତମ ପ୍ରତିଷ୍ଠା ଦିବସରେ ବିଶ୍ୱବିଦ୍ୟାଳୟର ସଫଳତା, ଉତ୍କର୍ଷ ଓ ଅଗ୍ରଗତିର ସ୍ମୃତିଚାରଣ
ଏସସିବି ମେଡିକାଲ ଆଇସିୟୁ ଅଗ୍ନିକାଣ୍ଡ ଘଟଣା
ଆଉ ଦୁଇ ମାସ ବଢିଲା ଲକ୍ଷ୍ମୀଧର ବିଶ୍ୱାଳ କମିସନ କାର୍ଯ୍ୟକାଳ
ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ପାଇଁ କ୍ୟାରିୟର ଗାଇଡାନ୍ସ
ବୋର୍ଡ ପରୀକ୍ଷା ପରେ କେଉଁ କ୍ଷେତ୍ରରେ କ୍ୟାରିୟର ଗଢିବେ ଛାତ୍ରଛାତ୍ରୀ, ସେ ଦିଗରେ ଦିଆଯିବ ପ୍ରଶିକ୍ଷଣ
ଆୟୁଷ୍ମାନ କାର୍ଡରେ ସ୍ବତନ୍ତ୍ର ସୁବିଧା ପାଇବେ କ୍ୟାନସର ରୋଗୀ
କ୍ୟାନସର ଆରୋଗ୍ୟ ଯୋଜନାରେ ମିଳିବ ସୁବିଧା
ଆୟୁଷ୍ମାନ କାର୍ଡରେ ଯୋଡି ହେବ ନୂଆ ୧୨୧ଟି ପ୍ୟାକେଜ
ରାଜ୍ୟ ପାଣ୍ଠିରୁ ଖର୍ଚ୍ଚ ହେବ ଟଙ୍କା, ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା
ପଞ୍ଚାୟତିରାଜ ବିଭାଗ ନାଁରେ ନକଲି ପଦୋନ୍ନତି ଆଦେଶ ଭାଇରାଲ, ଜିଲ୍ଲାପାଳଙ୍କୁ ସତର୍କ କରାଇଲେ ସରକାର
ଜିପିଡିଓ ଓ ପିଏଙ୍କ ପଦୋନ୍ନତି ନାଁରେ ଘୁରି ବୁଲୁଛି ନକଲି ଆଦେଶ
ଗୃହବିଭାଗକୁ ଏଫ୍‌ଆଇଆର୍‌ ଓ ସାଇବର ତଦନ୍ତ ପାଇଁ ଚିଠି ଲେଖିଲା ପଞ୍ଚାୟତିରାଜ ବିଭାଗ
ଆସନ୍ତାକାଲି ଶ୍ରୀମନ୍ଦିର ରତ୍ନଭଣ୍ଡାର ରତ୍ନ ଅଳଙ୍କାରର ଗଣତି ମଣତି
ପାଠ୍ୟପୁସ୍ତକ ତ୍ରୁଟି ମାମଲା: ଓସେପା ଅଫିସ୍‌ରେ କ୍ରାଇମବ୍ରାଞ୍ଚର ତଦନ୍ତ ଆରମ୍ଭ
ଜଳନ୍ଧରରୁ ୬,୬୦୦ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ
ସରିଲା ପ୍ରଥମ ପର୍ଯ୍ୟାୟ +୨ ନାମଲେଖା; ଏବେ ବି ଖାଲି ୨.୧୮ ଲକ୍ଷ ଆସନ
ଆର୍ଯ୍ୟନ୍‌ ଓ ପାଂଶୁଲ ନିଟ୍‌-ୟୁଜି ୨୦୨୬ର ଯୁଗ୍ମ ଟପ୍ପର୍‌, ଓଡ଼ିଶାର ସାତ୍ତ୍ୱିକ ପଟ୍ଟନାୟକଙ୍କ ଅଲ୍ ଇଣ୍ଡିଆ ରାଙ୍କ ୪୦
ଶରଧାବାଲିରେ ଲାଗିଲା ତିନି ରଥ; ଆସନ୍ତାକାଲି ଆଡ଼ପ ମଣ୍ଡପ ବିଜେ କରିବେ ଚତୁର୍ଦ୍ଧା ମୂର୍ତ୍ତି

ଆନନ୍ଦଙ୍କୁ ବହିଷ୍କାର କଲେ ଅଭୟ

0
  • ନାବାଳିକା ଝିଅ ପାଖରେ ଆମେ କ୍ଷମାପ୍ରାର୍ଥୀ : ଡିଜିପି
  • ବୀରମିତ୍ରପୁର ଘଟଣାରେ ନେଲେ କାର୍ଯ୍ୟାନୁଷ୍ଠାନ ଅଭୟ
  • ବରିଷ୍ଠ ପଦାଧିକାରୀଙ୍କ କିଛି ଦୋଷ ଅଛି ନା ନାହିଁ?

ଭୁବନେଶ୍ବର: ବୀରମିତ୍ରପୁର ଥାନା ଭିତରେ ନାବାଳିକାକୁ ଦୁଷ୍କର୍ମ ମାମଲାରେ ଆଜି ପୁଲିସ ମହାନିର୍ଦେଶକ ପୂର୍ବତନ ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ମାଝୀଙ୍କୁ ଚାକିରିରୁ ବହିଷ୍କାର କରିଛନ୍ତି। ଡିଜିପି କହିଛନ୍ତି, ଆଇଆଇସିଙ୍କ କାର୍ଯ୍ୟ ଆମକୁ ଲଜ୍ଜିତ ଓ ନିନ୍ଦିତ କରିଛି। ନାବାଳିକା ଝିଅ ପାଖରେ ଆମେ କ୍ଷମାପ୍ରାର୍ଥୀ।

ମାମଲା କ୍ରାଇମବ୍ରାଞ୍ଚକୁ ଦିଆଯିବାର ୨୪ ଘଣ୍ଟା ପରେ ପୁଲିସର ଏଭଳି ପଦକ୍ଷେପ କେଉଁଠି ନା କେଉଁଠି ସୂଚାଉଛି ଯେ ତଦନ୍ତକାରୀ ଦଳକୁ ଆଇଆଇସିଙ୍କ କୁ କାର୍ଯ୍ୟ ସଂପର୍କରେ ଆପାତତଃ ପ୍ରମାଣ ଦେଇଛି। କ୍ରାଇମବ୍ରାଞ୍ଚ ଏସପି-୧ ତପନ ପଟ୍ଟନାୟକଙ୍କ ନେତୃତ୍ବରେ ୫ ଜଣିଆ ଏସଆଇଟି (ସ୍ବତନ୍ତ୍ର ତଦନ୍ତକାରୀ ଦଳ) ଗତକାଲି ଘଟଣାର ତଦନ୍ତ ଆରମ୍ଭ କରିଥିଲେ।

ପୁଲିସ ନିଜ ଦୋଷ ସ୍ବୀକାର କରିବା ଓ ସଂପୃକ୍ତ ନାବାଳିକା ଝିଅ ପାଖେ କ୍ଷମା ପ୍ରାର୍ଥନା କରିବା ଏକ ସୁସ୍ଥ ପରମ୍ପରାର ସୂଚନା ଦେଇଥାଇପାରେ, କିନ୍ତୁ ଏହି ଘଟଣା ସଂପୃକ୍ତ ଝିଅର ଯେଉଁ କ୍ଷତି କରିଛି, ତାହା କିଏ ଭରଣା କରିବ? ପୁଲିସ ପ୍ରତି ସମଗ୍ର ରାଜ୍ୟରେ ଯେଉଁ ଅବିଶ୍ବାସ ଭାବ ସୃଷ୍ଟି ହେଲା, ତା ପାଇଁ କିଏ ମୂଲ୍ୟ ଦେବ? ମହିଳା, ଶିଶୁଙ୍କ ସମ୍ମାନ ପ୍ରତି ଯେଉଁ ଖେଳୁଆଡ଼ ମନୋଭାବ ପ୍ରଦର୍ଶନ କରାଗଲା, ତା ପାଇଁ ?

କିଛି ବର୍ଷ ତଳେ ପିପିଲି ଗଣଦୁଷ୍କର୍ମ ମାମଲାରେ ମଧ୍ୟ ତତ୍କାଳୀନ ପୁଲିସ ମହାନିର୍ଦେଶକ ସେ ସମୟର ଆଇଆଇସିଙ୍କୁ ଚାକିରିରୁ ବିଦା କରିଥିଲେ। ଅଳ୍ପ କିଛି ଦିନ ମଧ୍ୟରେ ସଂପୃକ୍ତ ଅଧିକାରୀ ପୁଣି ଥରେ ସରକାରଙ୍କ ନିର୍ଦେଶକୁ ଫୁ କରି ଉଡ଼ାଇ ଦେଇ ଚାକିରିରେ ଯୋଗଦାନ କଲେ। ସଂପୃକ୍ତ ଅଧିକାରୀ ଶ୍ରୀ ମାଝୀଙ୍କୁ କାହିଁକି ଗିରଫ କରାଯିବନାହିଁ? ସଂପୃକ୍ତ ଜିଲ୍ଲାର ଉଚ୍ଚ ପଦାଧିକାରୀ ଯଦି ୨୪ ଘଣ୍ଟା ଭିତରେ ସତ କଣ ଜାଣିପାରୁନାହାନ୍ତି, ଏମିତି ପୁଲିସ କାହା ସ୍ବାର୍ଥରେ ରହିବେ? ଏହି ଘଟଣାରେ ପୁଲିସର ସ୍ଥାନୀୟ ନେତୃତ୍ବର ଭୂମିକା ଓ ଦୋଷ ଅଛି ନା ନାହିଁ? ଏମିତି ଅନେକ ପ୍ରଶ୍ନ ଏବେ ବିଭିନ୍ନ ମହଲକୁ ଆନ୍ଦୋଳିତ କରୁଛି।

ଏଠାରେ ସ୍ମରଣଯୋଗ୍ୟ, ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ବସଷ୍ଟାଣ୍ଡରୁ ଜଣେ ୧୩ବର୍ଷୀୟା ନାବାଳିକା ଉଦ୍ଧାର ହୋଇଥିଲା। ୧୫ ତାରିଖରେ ତାକୁ ସିଡବ୍ଲୁସିରେ ହାଜର କରାଯାଇଥିଲା। ସେଠାରେ ତାର ଯନ୍ତ୍ରଣା ଅସହ୍ୟ ହେବାରୁ ତାକୁ ବିଶ୍ରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା ଓ ପରେ ରାଉରକେଲା ସରକାରୀ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେ ୩ମାସର ଗର୍ଭବତୀ ଥିବା ଜଣାପଡିଥିଲା। ତା ସହିତ ଏକାଧିକ ବ୍ୟକ୍ତି ଶାରୀରିକ ସଂପର୍କ ରଖିଥିବା ଅଭିଯୋଗ ସାମ୍ନାକୁ ଆସିବା ପରେ ଶ୍ରୀ ମାଝୀଙ୍କ ସମେତ ଘଟଣାରେ ସଂପୃକ୍ତ ୪ଜଣ ବୀରମିତ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଗର୍ଭପାତ କରାଇଥିଲେ।

Leave A Reply

Your email address will not be published.