ପ୍ରମୁଖ ଖବର

୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଜୟଶଙ୍କର, ଆଡଭାନି, ସିସୋଦିଆଙ୍କ ସମେତ ବହୁ ହାଇପ୍ରୋଫାଇଲ୍‌ ଭୋଟରଙ୍କୁ SIR ନୋଟିସ୍‌
ଇମ୍ରାନଙ୍କ ଭଉଣୀ ଅଲିମା ଗିରଫ
ଡ୍ୟୁଟି ସମୟରେ ପୋଲିସଙ୍କୁ ମୋବାଇଲ ମନା, ନମାନିଲେ ହେବ କାର୍ଯ୍ୟାନୁଷ୍ଠାନ
ଏସୀୟ କ୍ରୀଡ଼ାରେ ଭାରତର ଚମକ, ସୁଟିଂରେ ଦୁଇ ରୌପ୍ୟ
ଆମେରିକା ନିକଟରେ ଆତ୍ମସମର୍ପଣର ପ୍ରଶ୍ନ ନାହିଁ: କ୍ୟୁବା ରାଷ୍ଟ୍ରଦୂତ
ମହାନଦୀ ବିବାଦ ମଧ୍ୟରେ ଓଡ଼ିଶା ଗସ୍ତରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ

ବୋଲବମ୍ ଉପରେ କଟକଣା ଲାଗିଲା

0

ଭୁବନେଶ୍ବର: ଶିବ ଭକ୍ତ ନିରାଶ। ଚଳିତବର୍ଷ ବୋଲବମ୍ ଯାତ୍ରା ଉପରେ ରାଜ୍ୟ ସରକାର କଟକଣା ଜାରି କରିଛନ୍ତି। କରୋନା ପରିପ୍ରେକ୍ଷୀରେ ଆଜି ରାଜ୍ୟ ସରକାର ଏଭଳି ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସ୍ବତନ୍ତ୍ର ସାମ୍ବାଦିକ ସମ୍ମିଳନୀ ଜରିଆରେ ଏସଆରସି ପ୍ରଦୀପ କୁମାର ଜେନା ଏହି ଘୋଷଣା କରିଥିଲେ।

ଶ୍ରାବଣ ସୋମବାର ପାଇଁ ରାଜ୍ୟରେ ଲକ୍ଷ ଲକ୍ଷ କାଉଡ଼ିଆ ବିଭିନ୍ନ ନଦୀରୁ ଜଳ ଆଣି ଶିବ ଲିଙ୍ଗ ଉପରେ ଢାଳିଥାନ୍ତି। ଶୈବପୀଠମାନଙ୍କରେ ସୋମବାର ଏଥିପାଇଁ ପ୍ରବଳ ଭିଡ଼ ଅନୁଭୂତ ହୋଇଥାଏ। ଯେହେତୁ କରୋନା ଏବେ ସମ୍ବେଦନଶୀଳ ସ୍ଥିତି ଅବସ୍ଥାରେ ରହିଛି, ଏଣୁ ଏହାକୁ ଅନୁମତି ଦିଆଯାଇପାରିବ ନାହିଁ ବୋଲି ସରକାର ସ୍ପଷ୍ଟ କରିଦେଇଛନ୍ତି।

ପୂର୍ବରୁ ଜୁଲାଇ ୩୧ ତାରିଖ ଯାଏ ରାଜ୍ୟ ସରକାର ସମସ୍ତ ମନ୍ଦିର ବା ଧାର୍ମିକ ଅନୁଷ୍ଠାନ ବନ୍ଦ କରିଛନ୍ତି। ପୁରୀ ଲୋକନାଥଙ୍କ ଠାରୁ ଆରମ୍ଭ ଲିଙ୍ଗରାଜ, ଧବଳେଶ୍ବର, ଗୁପ୍ତେଶ୍ବରଙ୍କ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ପ୍ରସିଦ୍ଧ ଶୈବପୀଠରେ ଭକ୍ତମାନେ ଭିଡ଼ ଲଗାଇଛନ୍ତି।

Leave A Reply

Your email address will not be published.