ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

କେଉଁଠି କରୋନା ମୃତ୍ୟୁ ଛୁଇଁନି, ଜାଣନ୍ତୁ

0

ଭୁବନେଶ୍ବର: ଦୁଇ ଦିନ ତଳେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ଲକ୍ଷ ଅତିକ୍ରମ କରିଥିଲା। ଆଜି ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫୦୦ ଡେଇଁଯାଇଛି। ଆଜିର ୧୧ କରୋନା ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ୫୦୩ ଜଣ କରୋନାରେ ପ୍ରାଣ ହରାଇ ସାରିଥିବା ସରକାରୀ ରିପୋର୍ଟ କହୁଛି।

ଦେଶରେ ସବୁଠାରୁ ଅଧିକ ମୃତ୍ୟୁ ମହାରାଷ୍ଟ୍ରରେ ହୋଇଛି। ସେଠାରେ ୨୪ହଜାର ୫୮୩ ଜଣ କୋଭିଡ୍‌ରେ ପ୍ରାଣ ହରାଇଛନ୍ତି। ସେ ଦୃଷ୍ଟିରୁ ଦେଖିବାକୁ ଗଲେ ଓଡ଼ିଶାରେ କରୋନା ମୃତ୍ୟୁ ସଖ୍ୟା ବିଶେଷ ନାହିଁ। ଓଡ଼ିଶାର ସ୍ଥାନ ବହୁତ ତଳେ ରହିଛି। ଛତିଶଗଡ଼, ଝାଡଖଣ୍ଡ, କେରଳ ଭଳି ରାଜ୍ୟମାନେ ଓଡ଼ିଶାର ବହୁତ ତଳେ ଅଛନ୍ତି।

ଲାକ୍ଷାଧିକ ଓ ମିଜୋରାମରେ ଜଣେ ବି ଏଯାଏ କରୋନା ଜନିତ ମୃତ୍ୟୁ ଘଟଣା ଘଟିନାହିଁ। ସେହିଭଳି ସିକିମରେ ୩ଜଣ, ନାଗାଲାଣ୍ଡରେ ୯ଜଣ, ମେଘାଳୟରେ ୧୦ଜଣ, ଦାଦ୍ରା ନଗର ହାବେଳି ଓ ଡାମନ ଡିଉରେ ୨ଜଣ ଏବଂ ଅରୁଣାଚଳ ପ୍ରଦେଶରେ ୭ଜଣ କରୋନାରେ ପ୍ରାଣ ହରାଇଛନ୍ତି।

Leave A Reply

Your email address will not be published.