ପ୍ରମୁଖ ଖବର

ରାଉରକେଲା ବିମାନ ଦୁର୍ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ
ପ୍ରଥମଥର ପାଇଁ ଲାଲକିଲ୍ଲାରେ ଲାଗିବ କ୍ୟାମେରା, ୭ ବର୍ଷ ପରେ ମିଳିଲା ଅନୁମୋଦନ
ଭାରତର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ସୁରକ୍ଷାକର୍ମୀ-ମାଓବାଦୀ ଭିତରେ ଗୁଳିବିନିମୟ, ୨ ମାଓବାଦୀ ନିହତ
ଗୋ- ମାଫିଆଙ୍କ ଲିଙ୍କରେ ବିଭିନ୍ନ ଜିଲ୍ଲାରେ ରେଡ, ପୁଳାପୁଳା ଟଙ୍କା, ସୁନାଗହଣା ଜବତ

ପୁଣି ଫେରିଲା ସିବିଆଇ, ଦେବୀଙ୍କ ଘରେ ଚଢଉ

0

ଭୁବନେଶ୍ବର: ଦୀର୍ଘ ଦିନ ବ୍ୟବଧାନ ପରେ ପୁଣି ଥରେ ସିବିଆଇ ଚିଟ୍‌ଫଣ୍ଡ କେଳେଙ୍କାରୀ ତଦନ୍ତକୁ ଫେରିଛି। ଆଜି ପୂର୍ବତନ ପର୍ଯ୍ୟଟନ ମନ୍ତ୍ରୀ ତଥା ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ରଙ୍କ ଭୁବନେଶ୍ବର ସ୍ଥିତ ସରକାରୀ ଘରେ ସିବିଆଇ ରେଡ୍ ଚାଲିଛି। ସିବିଆଇର ଗୋଟିଏ ଟିମ୍ ଏହି ଚଢଉ କରୁଛନ୍ତି।

ଶ୍ରୀ ମିଶ୍ର ପର୍ଯ୍ୟଟନ ମନ୍ତ୍ରୀ ଥିବା ବେଳେ ସି ସୋରକୁ ଅନୁକମ୍ପା ଦେଖାଇଥିବା ନେଇ ଅଭିଯୋଗ ଉଠିଥିଲା। ମହାନଦୀ ପଠାରେ ସିସୋରକୁ ବୋଟିଂ ପାଇଁ ଅନୁମତି ଦେବା ଠାରୁ ଏକାଧିକ ପର୍ଯ୍ୟଟନ ପ୍ରକଳ୍ପକୁ ଏହି ସଂସ୍ଥାକୁ ଦିଆଯାଇଥିଲା। ଏହି ଘଟଣାରେ ପୂର୍ବରୁ ଦେବୀଙ୍କ ଦୁଇ ଅନୁଗତ ପ୍ରଫୁଲ୍ଲ ସିଂହ ଓ ଦିଲ୍ଲୀପ ମିଶ୍ରଙ୍କୁ ସିବିଆଇ ଡାକି ଜେରା କରିଥିଲେ। ହେଲେ ପରବର୍ତୀ ସମୟରେ ସିବିଆଇ ତଦନ୍ତରେ ଶିଥିଳ ପଡ଼ିଯାଇଥିଲା।

ସିବିଆଇର ଏହି ଚଢଉ ବିଜେଡି ଶିବିରରେ କମ୍ପନ ସୃଷ୍ଟି କରିଛି। ପୁଣି ଥରେ ସିବିଆଇ ଫେରି ତନାଘନା କରିବ ବୋଲି ଖବର ଆସି ପହଞ୍ଚିଛି। ଆଗକୁ ଦୁଇ ଦୁଇ ଉପ ନିର୍ବାଚନ ଥିବା ବେଳେ ଏହା ପୂର୍ବରୁ ସିିବିଆଇ ପୁଣି ଥରେ ତଦନ୍ତକୁ ଫେରିବା ଘଟଣା ରାଜନୈତିକ ମହଲ ମଧ୍ୟ ବେଶ୍ ଗୁରୁତ୍ବ ଦେଉଛନ୍ତି।

Leave A Reply

Your email address will not be published.