ପ୍ରମୁଖ ଖବର

ଝାରଖଣ୍ଡ ନିର୍ବାଚନ: ବିଜେପିର ଷ୍ଟାର ପ୍ରଚାରକ ତାଲିକାରେ ଓଡ଼ିଶା ମୁଖ୍ୟମନ୍ତ୍ରୀ
ଏନସିପିରେ ଯୋଗଦେଲେ ବାବା ସିଦ୍ଦିକିଙ୍କ ପୁଅ ଜିଶାନ ସିଦ୍ଦିକି
ସ୍ୱାଭାବିକ ହେଲା ଭୁବନେଶ୍ୱର ବିମାନସେବା
ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ମାଓବାଦୀ ନିହତ
ବ୍ରହ୍ମବ୍ରହ୍ମପୁର ମେଡିକାଲ କଲେଜରେ ରାଗିଂ
ବାତ୍ୟାରେ ଘର ଭାଙ୍ଗିଯାଇଥିବା ପରିବାରକୁ ମିଳିବ ପକ୍କା ଘର: ରାଜସ୍ବ ମନ୍ତ୍ରୀ
ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ୭ ସୁଟର ଗିରଫ

ବିଜୁଳି ଦର ବୃଦ୍ଧି ବିରୋଧରେ ଅସନ୍ତୋଷ ତେଜିଲା

0
  • ଭୁବନେଶ୍ବରରେ ରାଜରାସ୍ତାକୁ ଓହ୍ଲାଇଲା ବିଜେପି
  • ବିଧାନସଭାରେ ଉଠାଇବାକୁ କଂଗ୍ରେସର ଧମକ
  • ଉପଭୋକ୍ତା ମହାସଂଘ କହିଲା ହାଇକୋର୍ଟ ଯିବୁ

ଭୁବନେଶ୍ବର: କରୋନା ସ୍ଥିତି ସାଂଘାତିକ ଥିବା ବେଳେ ଆସନ୍ତା ଅକ୍ଚୋବର ପହିଲାରୁ ବିଜୁଳି ଦର ୨୦ ପଇସା ବୃଦ୍ଧି ପ୍ରସଙ୍ଗକୁ ନେଇ ଅସନ୍ତୋଷ ବଢିବାରେ ଲାଗିଛି। ଆଜି ଭାରତୀୟ ଜନତା ପାର୍ଟି ଏହାକୁ ବିରୋଧ କରିଥିବା ବେଳେ ଭୁବନେଶ୍ବର ଜିଲ୍ଲା ସଭାପତି ବାବୁ ସିଂଙ୍କ ନେତୃତ୍ବରେ ଦଳର ନେତାମାନେ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। କୋଭିଡ ସମୟରେ ଲୋକମାନେ ଜୀବନ ଜୀବିକାକୁ ନେଇ ଆତଙ୍କିତ ଥିବା ବେଳେ ବିଦ୍ୟୁତ ଦେୟ ବୃଦ୍ଧି କରିବା ଦୁର୍ଭାଗ୍ୟ ଜନକ। ତୁରନ୍ତ ଏହାକୁ ପ୍ରତ୍ୟାହାର କରିବାକୁ ସେ ଦାବି କରିଛନ୍ତି। ଏହି ପ୍ରସଙ୍ଗକୁ ନେଇ ବିଜେପି ରାଜରାସ୍ତାକୁ ଓହ୍ଲାଇବ ବୋଲି ଦଳର ନେତା ଜଗନ୍ନାଥ ପ୍ରଧାନ ଧମକ ଦେଇଛନ୍ତି। ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଦାବି କରିଛନ୍ତି ଯେ ବର୍ଦ୍ଧିତ ଦର ପ୍ରତ୍ୟାହାର ତୁରନ୍ତ କରାଯାଉ। ଲୋକେ ଅଭାବ ଅନଟନରେ ଅଛନ୍ତି ଓ ରୋଜଗାର ହରାଇଛନ୍ତି, ଏହି ସମୟରେ ବିଦ୍ୟୁତ ଦର ବଢାଇବାର ନୈତିକ ଅଧିକାର ସରକାରଙ୍କର ନାହିଁ।

ଓଡ଼ିଶା ଉପଭୋକ୍ତା ମହାସଂଘ ସଭାପତି ରମେଶ ସଭାପତି କହିଛନ୍ତି ଯେ ସବୁ ଦିଗକୁ ବିଚାରକୁ ନେଇଥିଲେ, ଆଜି ଦରବୃଦ୍ଧିର ଆବଶ୍ୟକ ନଥାନ୍ତା। ଯଦି ଏ ବିଷୟରେ ତୁରନ୍ତ ପଦକ୍ଷେପ ନିଆନଯିବ, ତେବେ ଉପଭୋକ୍ତା ମହାସଂଘ ହାଇକୋର୍ଟକୁ ଯିବ।

ସେହିପରି କଂଗ୍ରେସ ନେତା ସୁର ରାଉତରାୟ କହିଛନ୍ତି, ସରକାର ଯଦି ନିଷ୍ପତ୍ତି ନ ବଦଳାଇବେ ଓ ବିଦ୍ୟୁତ ଦର ହ୍ରାସ ନ ପାଇବ, ତେବେ କଂଗ୍ରେସ ଏ ପ୍ରସଙ୍ଗ ବିଧାନସଭାରେ ଉଠାଇ ସରକାରଙ୍କୁ ଘେରିବ। ଏଥିସହିତ ଆସନ୍ତା ଦିନରେ ଦଳ ରାଜରାସ୍ତାକୁ ଓହ୍ଲାଇବ। ସେହିପରି କଂଗ୍ରେସ ନେତା ପଞ୍ଚାନନ କାନୁନ୍‌ଗୋ କହିଛନ୍ତି, ବିଦ୍ୟୁତ ଦର ବୃଦ୍ଧି ନିଷ୍ପତ୍ତି ଅପରିଣାମଦର୍ଶୀ ଓ ଅମାନବୀୟ। କରୋନା କାରଣରୁ ଲୋକେ ଜୀବିକା ହରାଇଛନ୍ତି। ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି। କଳକାରଖାନା ସ୍ଥିତି ନ କହିବା ଭଲ। ଠିକ୍ ଏମିତି ସମୟରେ ବିଦ୍ୟୁତ ଦର ବୃଦ୍ଧିକରି ଚାପ ସୃଷ୍ଟି କରିବା ନିମନ୍ତେ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗଙ୍କ ନିଷ୍ପତ୍ତି ଆଦୌ ଯୁକ୍ତିଯୁକ୍ତ ନୁହେଁ। କୌଣସି ପରିସ୍ଥିତିରେ ବି ଏହାକୁ ଗ୍ରହଣ କରାଯାଇପାରିବ ନାହିଁ।

Leave A Reply

Your email address will not be published.