ପ୍ରମୁଖ ଖବର

ହିମନ୍ତ ବିଶ୍ୱ ଶର୍ମାଙ୍କ ବଡ଼ ପ୍ରତିଶ୍ରୁତି: ମାଗଣା ଏଲପିଜି ସିଲିଣ୍ଡର ଦେବ ବିଜେପି
ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ପାଇଁ ବାଟ ଖୋଲିଲା: ଜଙ୍ଗଲ ଜମିକୁ ମିଳିଲା ଅନୁମତି
ସେଲଭାସାରେ ଭୟଙ୍କର ଗ୍ୟାସ୍ ବିସ୍ଫୋରଣ: ୪ ମୃତ, ୫ ଗୁରୁତର ଆହତ
ତିରୁବନନ୍ତପୁରମରେ ମୋଦିଙ୍କ ଭବ୍ୟ ରୋଡ୍‌ଶୋ,ଉତ୍ସବମୟ ପରିବେଶ
ଓଡ଼ିଆ ପକ୍ଷ ଅବସରରେ ପ୍ରବେଶ ଉତ୍ସବ: କୁନି ପିଲାଙ୍କୁ ଖଡି ଛୁଆଁଇଲେ ମୁଖ୍ୟମନ୍ତ୍ରୀ
ମହାରାଷ୍ଟ୍ରର ନାସିକରେ ଭୟାବହ ଦୁର୍ଘଟଣା: କୁଅରେ ପଡ଼ି ଏକ ପରିବାରର ୯ ଜଣଙ୍କ ମୃତ୍ୟୁ
ଡ଼ିଆରେ ନାମ ଫଳକ ନଥିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ
ଭାରତ ପାଇଁ ଆଶ୍ୱସ୍ତିର ଖବର : ଭାରତ ଆସୁଛି ସପ୍ତମ ଏଲ୍‌ପିଜି ଟ୍ୟାଙ୍କର୍

କରୋନା ବଦଳାଇଲା ବିଧାନସଭା କାର୍ଯ୍ୟ ତରିକା

0

ଭୁବନେଶ୍ବର: ସବୁ ବିଧାୟକ, ଷ୍ଟାଫ୍ ଓ ପିଏସ୍‌ଓମାନଙ୍କର କରୋନା ପରୀକ୍ଷା ହେବ। ଦିନକୁ ଦୁଇଟି ପର୍ଯ୍ୟାୟରେ ସାଢେ ଚାରିଘଣ୍ଟା ବସିବ ବିଧାନସଭା। ପ୍ରଶ୍ନକାଳ ହେବନାହିଁ। କିନ୍ତୁ ଶୂନ୍ୟକାଳ ଏବଂ ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା କରାଯିବ।ଅପରାହ୍ନ ଅଧିବେଶନ ୩ଟାରୁ ୫ଟା ଯାଏ ଚାଲିବ।

ଆଜି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ବିଧାନସଭା ଲାଗି ଏମିତି ରଣନୀତି ଚୂଡାନ୍ତ ହୋଇଛି। ଆସନ୍ତା ୨୯ ତାରିଖରୁ ଆରମ୍ଭ ହେବାକୁ ଥିବା ବିଧାନସଭା ମୌସୁମୀ ଅଧିବେଶନ ପ୍ରଥମ ଦିନରେ ଶୋକପ୍ରସ୍ତାବ ଆଗତ କରାଯିବ ଓ ସେଦିନ ଗୃହକୁ ତା ପରେ ମୁଲତବୀ ରଖାଯିବ। ଦ୍ବିତୀୟ ଦିନରୁ ବିଧାନସଭା ସାଢେ ଦଶଟାରୁ ଆରମ୍ଭ ହୋଇ ୧ଟା ଯାଏ ଚାଲିବ ଓ ପରେ ମଧ୍ୟାହ୍ନ ଭୋଜନ କରାଯିବ।

ବିଧାନସଭାରେ ୧୪୫ ଜଣ ବିଧାୟକ ବସିବା ପାଇଁ ବ୍ୟବସ୍ଥା କରାଯାଇଛି। ତଳମହଲାରେ ବାଚସ୍ପତି ଗ୍ୟାଲେରି ଓ ଦର୍ଶକ ଗ୍ୟାଲେରିରେ ବିଧାୟକ ବି ବସିବେ। ସମସ୍ତେ ବସିକି ସଂସଦୀୟ ଶୈଳୀରେ ପ୍ରଶ୍ନ ପଚାରି ପାରିବେ ଓ ମନ୍ତ୍ରୀମାନେ ବି ସେମିତି ଉତ୍ତର ଦେବେ। ଯେଉଁମାନେ ବିଧାନସଭା ଆସିପାରିବେ ନାହିଁ, ସେମାନଙ୍କୁ ଆଗତୁରା ଲେଖିକି ଦେବାକୁ ହେବ। ଆସନ୍ତାକାଲି ସକାଳୁ ଅର୍ଥାତ୍ ଶନିବାର କୋଭିଡ୍ ପରୀକ୍ଷା ଆରମ୍ଭ ହେବ ବୋଲି ବାଚସ୍ପତି କହିଛନ୍ତି।

ବାଚସ୍ପତିଙ୍କ ଅଧ୍ୟକ୍ଷତାରେ  ବସିଥିବା  ବୈଠକରେ ସଂସଦୀୟ ବ୍ୟାପାର ମନ୍ତ୍ରୀ, ଅର୍ଥମନ୍ତ୍ରୀ, ବିରୋଧୀ ଦଳ ନେତା ଓ କଂଗ୍ରେସ ବିଧାୟକ ସାମିଲ ହୋଇଥିଲେ।

Leave A Reply

Your email address will not be published.