ପ୍ରମୁଖ ଖବର

ଆଜି ସଂସଦରେ ୨୦୨୫-୨୬ ବର୍ଷର ପୂର୍ଣ୍ଣାଙ୍ଗ ଆର୍ଥିକ ବଜେଟ ଉପସ୍ଥାପିତ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
ମଧ୍ୟବିତ୍ତଙ୍କୁ ବଡ ଆଶ୍ଵସ୍ତି : ୧୨ ଲକ୍ଷ ପର୍ଯ୍ୟନ୍ତ ଆୟକର ଛାଡ
କେନ୍ଦ୍ର ବଜେଟରେ ରେଳ ମନ୍ତ୍ରଣାଳୟ ପାଇଁ ୨.୫୫ ଲକ୍ଷ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ସେଥିମଧ୍ୟରୁ ୩,୪୪୫ କୋଟି ଟଙ୍କା ରାଜସ୍ବ ଓ ୨,୫୨,୦୦୦ କୋଟି ଟଙ୍କା ପୁଞ୍ଜି ବ୍ୟୟରେ ଖର୍ଚ୍ଚ ହେବ
ବଜେଟରେ ଆମାଜନ୍, ଫ୍ଲିପକାର୍ଟ, ଜୋମାଟୋ ଆଉ ସ୍ୱିଗି ଡେଲିଭରୀ କରୁଥିବା ଲୋକଙ୍କ ପାଇଁ ମୋଦୀ ସରକାର ଖୁବଶୀଘ୍ର ୧ କୋଟି କର୍ମଚାରୀଙ୍କୁ ପରିଚୟ ପ୍ରଦାନ କରିବେ, ଏହାସହିତ ଇ-ଶ୍ରମ ପୋର୍ଟାଲରେ ମଧ୍ୟ ସେମାନଙ୍କର ପଞ୍ଜୀକରଣ କରାଯିବ
ଟ୍ୟାକ୍ସ ଛାଡ ଘୋଷଣା ପରେ ଅର୍ଥମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ଆଇଏଏସ୍ ସତ୍ୟବ୍ରତ ରାଉତ ବିଧାନସଭାର ନୂଆ ସଚିବ
ସୁରକ୍ଷାକର୍ମୀଙ୍କୁ ଏନକାଉଣ୍ଟରରେ ୮ନକ୍ସଲ ନିପାତ
ଜୀବିକା ମିଶନ ଇସି ସଦସ୍ଯଙ୍କ ରିଷ୍ଟ୍ରକ୍ଚରିଙ୍ଗ୍ ଵନ୍ଦ କରି ସ୍ଥାୟୀ ନିଯୁକ୍ତି ଦେଵା ଦାବିରେ ” ନିଖିଳ ଓଡ଼ିଶା ଜୀବିକା ମିଶନ ଇସି ସଂଘ” ପକ୍ଷରୁ ବିଶାଳ ବିକ୍ଷୋଭ
ଦାବି ପୂରଣ ପାଇଁ ୧୩ଫେଵୃଆରୀରୁ ବିଧାନସଭା ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ଗଣ ଧାରଣା।
ଭଦ୍ରକ ୧୬ ନମ୍ବର ଜାତୀୟ ରାଜପଥ ମଇତାପୁର ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ

ବିଲୋପ ହେଲାଣି ମହାପ୍ରଭୁଙ୍କର ୧୯ରୁ ଅଧିକ ସେବା!

0

ଭୁବନେଶ୍ବର: ୧୮୭୦ ମସିହାରୁ ଅଦ୍ୟାବଧି ଶ୍ରୀପୁରୁଷୋତ୍ତମ ଧାମରେ ବିରାଜିତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସେବା ମଧ୍ୟରୁ ପ୍ରାୟ ୧୯ରୁ ଉର୍ଧ୍ବ ସେବା ବିଲୁପ୍ତି ଘଟିଲାଣି। ବିଭିନ୍ନ କାରଣ ଯୋଗୁଁ ଏସବୁ ସେବାର ବିଲୋପ ଘଟିଥିଲେ ହେଁ, ନା ରାଜ୍ୟ ସରକାର ନା ଶ୍ରୀମନ୍ଦିର ପ୍ରଶାସନ ଏହାର ପୁନରୁଦ୍ଧାର ପାଇଁ ଉଦ୍ୟମ କରୁଛନ୍ତି। ଏ ସଂପର୍କରେ ସେବକମାନଙ୍କ ପକ୍ଷରୁ ବି କୌଣସି ଚାପ ସୃଷ୍ଟି ହେଉନାହିଁ। ଏ ସଂପର୍କରେ ସେବା କର୍ମାଙ୍ଗୀ ପୁସ୍ତୁକରେ ଯଦିଓ ଗବେଷକ ଭାସ୍କର ମିଶ୍ର ଉଲ୍ଲେଖ କରିଛନ୍ତି, କିନ୍ତୁ କେଉଁ କେଉଁ ସେବା ବିଲୋପ ଘଟିଲାଣି, ସେ ନେଇ କିଛି ଦର୍ଶାଯାଇନାହିଁ। ତେବେ ଯାହା ସୂଚନା ମିଳିଛି, ଦେବଦାସୀ, ଶଙ୍ଖୁଆ, ମାଦେଳି, ପନିକିପଟା, ବାଣାକାର, କଳା ବେଠିଆ, ବାଣୁଆ ସେବା ଭଳି ସେବାର ବିଲୋପ ଘଟିଛି।

ଏଠାରେ ପ୍ରକାଶଥାଉକି, ମହାପ୍ରଭୁଙ୍କ ପାଇଁ ଗଙ୍ଗବଂଶ, ସୂର୍ଯ୍ୟ ଓ ଭୋଇବଂଶର ରାଜାମାନଙ୍କ ଶାସନ ସମୟରେ ୩୬ଟି ବର୍ଗର ସେବକ ଖଞ୍ଜା ଯାଇଥିଲେ। ୩୬ ନିଯୋଗ ବୋଲି ଏବେ ବି କୁହାଯାଏ। କିନ୍ତୁ ୧୯୫୨ ମସିହାରେ ରାଜ୍ୟ ସରକାର ଶ୍ରୀଜଗନ୍ନାଥ ମନ୍ଦିର ଆଇନ ଅନୁଯାୟୀ ଜିଲ୍ଲା ଜଜ୍ ପାହ୍ୟାର ଅଧିକାରୀ ଲକ୍ଷ୍ମଣ ପଣ୍ଡାଙ୍କ ଦ୍ବାରା ଶ୍ରୀମନ୍ଦିର ସ୍ବତ୍ତ୍ବଲିପି ପ୍ରସ୍ତୁତ କରାଯାଇଥିଲା। ୧୯୬୦ ମସିହା ବେଳକୁ କାର୍ଯ୍ୟକାରୀ ହୋଇଥିବା ଏହି ସ୍ବତ୍ତ୍ବଲିପିରେ ମହାପ୍ରଭୁଙ୍କର ୧୧୯ ପ୍ରକାରର ସେବା ଓ ସେବକଙ୍କ ତାଲିକା ପ୍ରସ୍ତୁତ କରାଯାଇଥିଲା। ତେବେ ୧୯୮୮ ମସିହାରେ ବେହେରାକରଣ ସେବାକୁ ସଂଲଗ୍ନ କରାଯାଇଥିବା ଜଣାଯାଏ।

ଏଠାରେ ଉଲ୍ଲେଖଥାଉକି, ଗଜପତି ମହାରାଜାଙ୍କୁ ସେବା ଓ ସେବକର ୧ ନମ୍ବର ତାଲିକାରେ ରଖାଯାଇଛି। ୨ନମ୍ବରରେ ରାଜଗୁରୁ ଓ ୩ ନମ୍ବରରେ ଛତିଶା ନିଯୋଗ ନାୟକ ପାଟ୍ଟଯୋଶୀ ମହାପାତ୍ର ଅଛନ୍ତି। ଏହି କ୍ରମରେ ୮ ନମ୍ବରରେ ପୂଜାପଣ୍ଡା ଅଛନ୍ତି। ୨୦ ନମ୍ବରରେ ଦଇତା, ୨୧ ନମ୍ବରରେ ପତିମହାପାତ୍ର ସେବା ରହିଛି। ହେଲେ କିଛି ସେବା ବର୍ଷ ବର୍ଷ ଧରି ହେଉନଥିବାରୁ ସେସବୁର ବିଲୁପ୍ତି ଘଟିଛି।

ଶ୍ରୀଜଗନ୍ନାଥ ଗବେଷକମାନଙ୍କର କହିବା କଥା ହେଉଛି, କେଉଁ କେଉଁ ସେବା ହେଉନାହିଁ, ସଂପ୍ରତି ସେବର୍ଗର ସେବକମାନଙ୍କ ସ୍ଥିତି ସଂପର୍କରେ ଏକ ରିପୋର୍ଟ ଶ୍ରୀମନ୍ଦିର ପ୍ରଶାସନ ଜାରି କରିବାର ସମୟ ଆସିଛି। କାରଣ ଦୈନିକ ଦ୍ବାରଫିଟା ଠାରୁ ଆରମ୍ଭ କରି ପହୁଡ ପର୍ଯ୍ୟନ୍ତ ପ୍ରାୟ ୨୨ଟି ନୀତି ପାଳିତ ହୋଇଥାଏ। ଶ୍ରୀଜଗନ୍ନାଥ ଗବେଷକ ଡକ୍ଟର ଭାସ୍କର ମିଶ୍ରଙ୍କ ମତରେ ଏହି ସେବାରେ ପ୍ରାୟ ୮୫ରୁ ଅଧିକ ସେବକଙ୍କର ପ୍ରତ୍ୟେକ୍ଷ ଯୋଗଦାନର ଆବଶ୍ୟକତା ରହିଛି।

Leave A Reply

Your email address will not be published.