ପ୍ରମୁଖ ଖବର

ସୈନିକ ସ୍କୁଲ ରାସ୍ତାରେ ଭୟଙ୍କର ସିରିଜ୍ ଦୁର୍ଘଟଣା; ୨ ମୃତ, ଅନେକ ଆହତ
ମୁଖ୍ୟମନ୍ତ୍ରୀଙ୍କ ପତାକା ପ୍ରଦର୍ଶନରେ ଆରମ୍ଭ ହେଲା ‘ସୋମନାଥ ସ୍ୱାଭିମାନ ଯାତ୍ରା-୨୦୨୬’
୨୦ ଜୁନରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି, ପ୍ରକାଶ ପାଇଲା ମିନିଟ୍‌-ଟୁ-ମିନିଟ୍ କାର୍ଯ୍ୟସୂଚୀ
ନିର୍ମାଣାଧୀନ ପୋଲ ତଳକୁ ଖସିଗଲା ବାଇକ, ୨ ଯୁବକଙ୍କ ମୃତ୍ୟୁ
୧୮ରୁ ଖୋଲିବ ସମସ୍ତ ସ୍କୁଲ, ଗ୍ରୀଷ୍ମ ପ୍ରବାହ ସତ୍ତ୍ୱେ ସ୍ପଷ୍ଟ କଲେ ଗଣଶିକ୍ଷା ମନ୍ତ୍ରୀ

ବିଲୋପ ହେଲାଣି ମହାପ୍ରଭୁଙ୍କର ୧୯ରୁ ଅଧିକ ସେବା!

0

ଭୁବନେଶ୍ବର: ୧୮୭୦ ମସିହାରୁ ଅଦ୍ୟାବଧି ଶ୍ରୀପୁରୁଷୋତ୍ତମ ଧାମରେ ବିରାଜିତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସେବା ମଧ୍ୟରୁ ପ୍ରାୟ ୧୯ରୁ ଉର୍ଧ୍ବ ସେବା ବିଲୁପ୍ତି ଘଟିଲାଣି। ବିଭିନ୍ନ କାରଣ ଯୋଗୁଁ ଏସବୁ ସେବାର ବିଲୋପ ଘଟିଥିଲେ ହେଁ, ନା ରାଜ୍ୟ ସରକାର ନା ଶ୍ରୀମନ୍ଦିର ପ୍ରଶାସନ ଏହାର ପୁନରୁଦ୍ଧାର ପାଇଁ ଉଦ୍ୟମ କରୁଛନ୍ତି। ଏ ସଂପର୍କରେ ସେବକମାନଙ୍କ ପକ୍ଷରୁ ବି କୌଣସି ଚାପ ସୃଷ୍ଟି ହେଉନାହିଁ। ଏ ସଂପର୍କରେ ସେବା କର୍ମାଙ୍ଗୀ ପୁସ୍ତୁକରେ ଯଦିଓ ଗବେଷକ ଭାସ୍କର ମିଶ୍ର ଉଲ୍ଲେଖ କରିଛନ୍ତି, କିନ୍ତୁ କେଉଁ କେଉଁ ସେବା ବିଲୋପ ଘଟିଲାଣି, ସେ ନେଇ କିଛି ଦର୍ଶାଯାଇନାହିଁ। ତେବେ ଯାହା ସୂଚନା ମିଳିଛି, ଦେବଦାସୀ, ଶଙ୍ଖୁଆ, ମାଦେଳି, ପନିକିପଟା, ବାଣାକାର, କଳା ବେଠିଆ, ବାଣୁଆ ସେବା ଭଳି ସେବାର ବିଲୋପ ଘଟିଛି।

ଏଠାରେ ପ୍ରକାଶଥାଉକି, ମହାପ୍ରଭୁଙ୍କ ପାଇଁ ଗଙ୍ଗବଂଶ, ସୂର୍ଯ୍ୟ ଓ ଭୋଇବଂଶର ରାଜାମାନଙ୍କ ଶାସନ ସମୟରେ ୩୬ଟି ବର୍ଗର ସେବକ ଖଞ୍ଜା ଯାଇଥିଲେ। ୩୬ ନିଯୋଗ ବୋଲି ଏବେ ବି କୁହାଯାଏ। କିନ୍ତୁ ୧୯୫୨ ମସିହାରେ ରାଜ୍ୟ ସରକାର ଶ୍ରୀଜଗନ୍ନାଥ ମନ୍ଦିର ଆଇନ ଅନୁଯାୟୀ ଜିଲ୍ଲା ଜଜ୍ ପାହ୍ୟାର ଅଧିକାରୀ ଲକ୍ଷ୍ମଣ ପଣ୍ଡାଙ୍କ ଦ୍ବାରା ଶ୍ରୀମନ୍ଦିର ସ୍ବତ୍ତ୍ବଲିପି ପ୍ରସ୍ତୁତ କରାଯାଇଥିଲା। ୧୯୬୦ ମସିହା ବେଳକୁ କାର୍ଯ୍ୟକାରୀ ହୋଇଥିବା ଏହି ସ୍ବତ୍ତ୍ବଲିପିରେ ମହାପ୍ରଭୁଙ୍କର ୧୧୯ ପ୍ରକାରର ସେବା ଓ ସେବକଙ୍କ ତାଲିକା ପ୍ରସ୍ତୁତ କରାଯାଇଥିଲା। ତେବେ ୧୯୮୮ ମସିହାରେ ବେହେରାକରଣ ସେବାକୁ ସଂଲଗ୍ନ କରାଯାଇଥିବା ଜଣାଯାଏ।

ଏଠାରେ ଉଲ୍ଲେଖଥାଉକି, ଗଜପତି ମହାରାଜାଙ୍କୁ ସେବା ଓ ସେବକର ୧ ନମ୍ବର ତାଲିକାରେ ରଖାଯାଇଛି। ୨ନମ୍ବରରେ ରାଜଗୁରୁ ଓ ୩ ନମ୍ବରରେ ଛତିଶା ନିଯୋଗ ନାୟକ ପାଟ୍ଟଯୋଶୀ ମହାପାତ୍ର ଅଛନ୍ତି। ଏହି କ୍ରମରେ ୮ ନମ୍ବରରେ ପୂଜାପଣ୍ଡା ଅଛନ୍ତି। ୨୦ ନମ୍ବରରେ ଦଇତା, ୨୧ ନମ୍ବରରେ ପତିମହାପାତ୍ର ସେବା ରହିଛି। ହେଲେ କିଛି ସେବା ବର୍ଷ ବର୍ଷ ଧରି ହେଉନଥିବାରୁ ସେସବୁର ବିଲୁପ୍ତି ଘଟିଛି।

ଶ୍ରୀଜଗନ୍ନାଥ ଗବେଷକମାନଙ୍କର କହିବା କଥା ହେଉଛି, କେଉଁ କେଉଁ ସେବା ହେଉନାହିଁ, ସଂପ୍ରତି ସେବର୍ଗର ସେବକମାନଙ୍କ ସ୍ଥିତି ସଂପର୍କରେ ଏକ ରିପୋର୍ଟ ଶ୍ରୀମନ୍ଦିର ପ୍ରଶାସନ ଜାରି କରିବାର ସମୟ ଆସିଛି। କାରଣ ଦୈନିକ ଦ୍ବାରଫିଟା ଠାରୁ ଆରମ୍ଭ କରି ପହୁଡ ପର୍ଯ୍ୟନ୍ତ ପ୍ରାୟ ୨୨ଟି ନୀତି ପାଳିତ ହୋଇଥାଏ। ଶ୍ରୀଜଗନ୍ନାଥ ଗବେଷକ ଡକ୍ଟର ଭାସ୍କର ମିଶ୍ରଙ୍କ ମତରେ ଏହି ସେବାରେ ପ୍ରାୟ ୮୫ରୁ ଅଧିକ ସେବକଙ୍କର ପ୍ରତ୍ୟେକ୍ଷ ଯୋଗଦାନର ଆବଶ୍ୟକତା ରହିଛି।

Leave A Reply

Your email address will not be published.