ପ୍ରମୁଖ ଖବର

ସ୍ବର୍ଗତଃ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଳ ଦାସଙ୍କୁ ପଚରାଉଚରା ସୂଚନା। ଆୟକର ବିଭାଗର ପଚରାଉଚରା ସୂଚନା। ପ୍ରାୟ ୪ ଘଣ୍ଟା ଧରି ପଚରାଉଚରା କରାଯାଇଥିବା ପ୍ରାଥମିକ ସୂଚନା
।ବିଜେପିରୁ ବରିଷ୍ଠ ନେତା ବିଜୟ ମହାପାତ୍ର ବହିଷ୍କୃତ, ଦଳ ବିରୋଧୀ କାର୍ଯ୍ୟ ଓ ଅନୁଶାସନ ଭଙ୍ଗ ଅଭିଯୋଗରେ ବହିଷ୍କୃତ
ବିଜେଡି କର୍ମୀଙ୍କ ଆକ୍ରମଣ ବିଜେପି କର୍ମୀଙ୍କ ମୃତ୍ୟୁ, ୩ ଜଣ ଗୁରୁତର ଆହତ
ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ୧୪୪ ଧାରି ଜାରି, ଗଞ୍ଜାମ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି
ପୁରୀରେ ସଫେଇ କର୍ମଚାରୀଙ୍କ ଉପରେ ବୋମା ମାଡ଼, ଘଟଣାରେ ଦୁଇ ଜଣ ସଫେଇ କର୍ମଚାରୀ ଆହତ

ବିଗୁଡୁଛି ବିହାର ନିର୍ବାଚନ ଖେଳ

0
  • ଅକଳରେ ବିଜେପି, ଟିକେଟ୍ ବଣ୍ଟନ ସବୁଠାରୁ ବଡ଼ ଚ୍ୟାଲେଞ୍ଜ
  • ନୀତିଶଙ୍କ ଲୋକପ୍ରିୟତା କମିଛି, କିନ୍ତୁ ବିରୋଧୀ ପକ୍ଷ ବି ଦୁର୍ବଳ
  • ବିଜେପିର ଗୋଟି ଉପରେ ରାଜନୈତିକ ସମୀକରଣ ନିର୍ଭର କରୁଛି

ପାଟନା: ଠିକ୍ ମାସକ ପରେ ଅର୍ଥାତ୍ ଅକ୍ଟୋବର ୨୮ରୁ ନଭେମ୍ବର ୭ ପର୍ଯ୍ୟନ୍ତ ବିହାରରେ ତିନିଟି ପର୍ଯ୍ୟାୟରେ ମତଦାନ ହେବ। କରୋନା ମହାମାରୀ ପରେ ଦେଶରେ ଏହା ସବୁଠାରୁ ବଡ଼ ନିର୍ବାଚନ ହେଉଥିବା ପରିପ୍ରେକ୍ଷୀରେ ସମଗ୍ର ଦେଶର ନଜର ଏହା ଉପରେ ରହିଛି। ଭାରତର ନିର୍ବାଚନ କମିସନ କୋଭିଡ୍ କାରଣରୁ ଅନେକ କଟକଣା ଲାଗୁ କରିଛନ୍ତି। ମତଦାନ ପ୍ରକ୍ରିୟା ଠାରୁ ପ୍ରଚାର ଯାଏ ଯଥେଷ୍ଟ ବାଧାପ୍ରାପ୍ତ ହେବ। ତେବେ ଏହାବ୍ୟତୀତ ବିହାର ନିର୍ବାଚନ ସହିତ ଆଉ କିଛି ପ୍ରମୁଖ କାରଣଯୋଡି ହୋଇ ରହିଛି, ଯାହା ବିହାର ଓ ଜାତୀୟ ରାଜନୀତିରେ ସମୀକରଣ ବଦଳାଇପାରେ।

ଏକଥା ସତ ଯେ ୨୦୨୦ ନିର୍ବାଚନ ୨୦୧୫ ତୁଳନାରେ ବିଶେଷ ରୋଚକ ହେବ ନାହିଁ। କାରଣ ୧୯୯୦ ମସିହାରୁ ବିହାର ନିର୍ବାଚନରେ ପ୍ରମୁଖ ପ୍ରାଧାନ୍ୟ ବିସ୍ତାର କରି ଆସୁଥିବା ଦୁଇ ରାଜନୈତିକ ମହାଶକ୍ତି ନୀତିଶ କୁମାର ଓ ଲାଲୁ ପ୍ରସାଦ ଯାଦବ ଭିନ୍ନ ଭିନ୍ନ କାରଣରୁ ଦୁର୍ବଳ ଅଛନ୍ତି। ଗତ ନିର୍ବାଚନରେ ଉଭୟ ବିଜେପିକୁ ଅଟକାଇବା ପାଇଁ ହାତ ମିଳାଇଥିଲେ ଓ ବିଜେପିକୁ ଶକ୍ତ ଧକ୍‌କା ଲାଗିଥିଲା। ୨୦୧୭ରେ ଏହି ମଞ୍ଚ ଭୁଶୁଡିଗଲା କାରଣ ନୀତିଶ ଏନଡିଏ ସହିତ ପୁଣି ବୁଝାମଣା କରିନେଇଥିଲେ। ସେପଚେ ଲାଲୁ ପ୍ରସାଦ ଯାଦବ ଏବେ ଜେଲରେ।

ଏଭଳି ଏକ ଘଡିସନ୍ଧି ମୁହୂର୍ତରେ ଲାଲୁଙ୍କ ଉତ୍ତରାଧିକାରୀ ଅର୍ଥାତ୍ ତାଙ୍କ ପୁଅ ତେଜସ୍ବୀ ଯାଦବ ବାପାଙ୍କ ଭଳି ରାଜନୀତିରେ ପ୍ରଭାବ ପକାଇବା ସ୍ଥିତିରେ ନାହାନ୍ତି କି ନିର୍ବାଚନକୁ ଏକତରଫା ଭାବେ ନିଜ ଆଡକୁ ଟାଣି ଆଣିବାର କ୍ଷମତା ରଖିନାହାନ୍ତି। ୨୦୧୯ ଲୋକସଭା ନିର୍ବାଚନରେ ଏହାର ଝଲକ ଦେଖିବାକୁ ମିଳିଛି। ଏଣୁ ସ୍ବାଭାବିକ ଭାବେ ନୀତିଶ କୁମାରଙ୍କ ବିରୋଧରେ ବଡ଼ ଜନମତ ଥିଲେ ବି ଏନଡିଏକୁ ଅପେକ୍ଷାକୃତ କମ୍ ପ୍ରଭାବିତ କରିବ ବା କ୍ଷତି ପହଞ୍ଚାଇବ ବୋଲି ରାଜନୈତିକ ପଣ୍ଡିତମାନେ ଆକଳନ କରୁଛନ୍ତି।

ତେବେ ବିହାର ଏନଡିଏ ଭିତରେ କିଛି କମ୍ ତିକ୍ତତା ଅଛି ସେକଥା ବି ନୁହେଁ। ଆସନ ବୁଝାମଣା ଏବେ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହେବ, ଏପରିକି ନିର୍ବାଚନ ଲଢିବା ଅପେକ୍ଷା ଅଧିକ। ଏବେ ଜନତାଦଳ (ୟୁନାଇଟେଡ୍)ର ୧୬ ଜଣ ସାଂସଦ ଲୋକସଭାରେ ଅଛନ୍ତି, ଯାହା ଏନଡିଏର ଦ୍ବିତୀୟ ବଡ଼ ସହଯୋଗୀ ଭାବେ ଜଣାଶୁଣା। କେବଳ ରାଜ୍ୟସଭା ଉପାଧ୍ୟକ୍ଷ ପଦବି ଛାଡିଦେଲେ ଦଳର ଏନଡିଏରେ କୌଣସି ମନ୍ତ୍ରୀ ନାହାନ୍ତି। ସେ ସମୟରେ ଜେଡିୟୁ ୨ଟି ମନ୍ତ୍ରୀ ପଦବି ଚାହୁଁଥିଲା ଓ ବିଜେପି ଗୋଟିକରୁ ଅଧିକ ଦେଇହେବ ନାହିଁ ବୋଲି ରୋକ୍‌ଠୋକ୍ ଜଣାଇବା ପରେ ଏହି ପ୍ରସଙ୍ଗ ଆଗକୁ ବଢିନଥିଲା ବୋଲି କୁହାଯାଏ। ତେବେ ସେ ସମୟରେ ବିଜେପି-ଜେଡିୟୁ ଓ ଲୋକ ଜନତା ପାର୍ଟି ବା ରାମବିଶ୍ବାଳ ପାଶଵାନଙ୍କ ଏଲ୍‌ଜେପି ମଧ୍ୟରେ ୧୭-୧୭-୬ ହାରରେ ଆସନ ବଣ୍ଟା ହୋଇଥିଲା।

ଯେହେତୁ ୨୦୧୫ରେ ଜେଡିୟୁ ଅଧିକ ଆସନରେ ନିର୍ବାଚନ ଲଢୁଥିଲା, ଲୋକସଭା ହାରରେ ଯଦି ବିଧାନସଭା ଆସନ ବଣ୍ଟାଯାଏ, ତେବେ ଏହା ଦଳର ନେତାଙ୍କୁ ଗ୍ରହଣୀୟ ହୋଇନପାରେ। ପୁଣି ଏଲ୍‌ଜେପି ଏଥର ଆସନ ନେବ। ଏଭଳି ପରିସ୍ଥିତିରେ ବିଜେପି କଠିନ ପରୀକ୍ଷାର ସାମ୍ନା କରିପାରେ। ମହାରାଷ୍ଟ୍ର ବା ଝାଡ଼ଖଣ୍ଡ ଭଳି ଆସନ ଭାଗବଣ୍ଟାରେ ସମସ୍ୟା କାରଣରୁ ୨୦୧୯ରେ ବିଜେଡି ବହୁମୂଲ୍ୟ ଦେବାକୁ ପଡିଛି। ଏବେ ବିହାରରେ ଯଦି ଦଳ ଅତି ଜିଦ୍ ଧରିବ, ତେବେ ସ୍ଥିତି ବିପଜ୍ଜନକ ହୋଇପାରେ। ଚୁପ୍ ରହିଲେ, ଦଳ ଭିତରୁ ଅସନ୍ତୋଷ ବଢିବା ସମ୍ଭାବନାକୁ ଏଡ଼ାଇ ଦିଆଯାଇପାରିବ ନାହିଁ।

ନୀତିଶଙ୍କ ଆଉ ଗୋଟିଏ ବଡ଼ ଚ୍ୟାଲେଞ୍ଜ ହେଉଛନ୍ତି ମୁସଲମାନ୍ ଭୋଟର। ଦଳ ଯଦି ଏନଡିଏ ସହିତ ଯିବ, ତେବେ ମୁସଲମାନ ଭୋଟର କାହା ପକ୍ଷରେ ଯିବେ, ତାହା ଏକ ବଡ଼ ପ୍ରଶ୍ନ ହୋଇ ରହିଛି। ଯଦି ନୀତିଶ ଏହି ଭୋଟ ବ୍ୟାଙ୍କକୁ ହାତେଇ ନେବାରେ ସକ୍ଷମ ହୁଅନ୍ତି, ତେବେ ସବୁଠାରୁ ଅଧିକ କ୍ଷତି ରାଷ୍ଟ୍ରୀୟ ଜନତା ଦଳକୁ ହେବ।

ଏଠାରେ ଉଲ୍ଲେଖଥାଉକି, ମହାମାରୀ ମୁକାବିଲାରେ ବିହାର ସରକାର ପାରଦର୍ଶିତା ଦେଖାଇପାରିନାହାନ୍ତି, ଯାହା ଜନମତକୁ ଯଥେଷ୍ଟ ପ୍ରଭାବିତ କରିଛି। ସ୍ଥିତିର ଗମ୍ଭୀରତାକୁ ଉପଲବ୍ଧି କରି ପ୍ରଥମେ ଜେଡିୟୁ ସମେତ ଅନେକ ଏହି ନିର୍ବାଚନକୁ ବିରୋଧ କରି ଆସିଥିଲେ। ଏହାବ୍ୟତୀକ ଏହି ମୁଖ୍ୟମନ୍ତ୍ରୀତ୍ବ କାଳରେ ନୀତିଶ ବେଶ୍ କିଛି ବଡ଼ ପ୍ରଭାବ ରଖିବା ଭଳି କୌଣସି କାର୍ଯ୍ୟ କରିନାହାନ୍ତି। ଏଣୁ ନୀତିଶଙ୍କ ବିରୋଧରେ ଜନମତ କ୍ରମଶଃ ଉଦବେଗଜନକ ସ୍ଥିତିରେ ପହଞ୍ଚିଛି।

ଅନ୍ୟପକ୍ଷରେ ଯଦି ସଂକ୍ରମଣ ବଢିଲା, ତେବେ ନିର୍ବାଚନ ଉପରେ ମଧ୍ୟ ଏହାର ଯଥେଷ୍ଟ ବଡ଼ ପ୍ରଭାବ ରଖିବା ବିଚିତ୍ର ନୁହେଁ। ଏଭଳିସ୍ଥଳେ ନୀତିଶ କୁମାର କିଭଳି ଚାଲ୍ ଚଳାଉଛନ୍ତି, କେତେ ଅଧିକ ଆସନରେ ଦଳ ଲଢି ନିଜ ସମର୍ଥକଙ୍କୁ ରକ୍ଷା କରିପାରୁଛି, ବିଜେପି ଅନୁରୂପ କୌଶଳରେ ଥିବାରୁ କାହାକୁ କିଏ ମାତ୍ ଦେଉଛି, ତା ଉପରେ ଏବେ ଦେଶର ନଜର ରହିଛି।

Leave A Reply

Your email address will not be published.