ପ୍ରମୁଖ ଖବର

ପ୍ରଚାର ବେଳେ ପୁରୀ କଂଗ୍ରେସ ବିଧାୟକ ପ୍ରାର୍ଥୀ ଉମାବଲ୍ଲଭ ରଥଙ୍କୁ ସଂଘବଦ୍ଧ ଆକ୍ରମଣ, ମୁଣ୍ଡରେ ଲାଗିଛି ଆଘାତ
୫ଟି ସ୍ଥାନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ: ଜଳେଶ୍ୱର ସହ ବରୀ, ଆଠମଲ୍ଲିକ, ଆଠଗଡ଼ ଓ ପୁରୀରେ ବଦଳିଲେ କଂଗ୍ରେସ ପ୍ରାର୍ଥୀ
ଭୁବନେଶ୍ବରରେ ପ୍ରଧାନମନ୍ତ୍ରୀ: ରାଜଭବନରେ କରିବେ ରାତ୍ରିଯାପନ, କାଲି ବ୍ରହ୍ମପୁରରେ ଦେବେ ଉଦ୍‌ବୋଧନ, ନବରଙ୍ଗପୁରରେ ବିଜୟ ସଂକଳ୍ପ ସମାବେଶରେ ହେବେ ସାମିଲ

ଜଗତସିଂହପୁରରେ ନିର୍ବାଚନୀ କାର୍ଡ ଖେଳିଲେ ନବୀନ

0
  • ତିର୍ତ୍ତୋଲ, କୁଜଙ୍ଗ, ମାହାଙ୍ଗା, ରଘୁନାଥପୁର ଓ ଗରଦପୁରରେ ଯୋଗାଯୋଗର ନୂଆ ଯୁଗ ଆରମ୍ଭ
  • କରୋନା ଲଢେଇ ସହ ବିକାଶ କାମ ମଧ୍ୟ ଆଗକୁ ବଢିବ ବୋଲି କହିଲେ ମୁଖ୍ୟମନ୍ତ୍ରୀ
  • ତିର୍ତ୍ତୋଲ ଅଞ୍ଚଳରେ ୨୦୦ କୋଟି ଟଙ୍କାରେ ମହାନଦୀ ଉପରେ ଦୁଇଟି ସେତୁର ଶିଳାନ୍ୟାସ

ଭୁବନେଶ୍ବର: ଆଜି ତିର୍ତ୍ତୋଲ ଅଞ୍ଚଳରେ ମହାନଦୀ ଉପରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୧୧୮.୫୬ କୋଟି ଟଙ୍କା ବ୍ୟୟରେ ତିର୍ତ୍ତୋଲ- ପୋଷଳ ଉଚ୍ଚସେତୁ ଏବଂ ପୂର୍ତ୍ତ ବିଭାଗ ପକ୍ଷରୁ ମହାନଦୀ ଉପରେ ୮୨ କୋଟି ୫୫ ଲକ୍ଷ ଟଙ୍କା ବ୍ୟୟରେ ଜଇପୁର-କଟିକଟା ଉଚ୍ଚ ସେତୁର ଶିଳାନ୍ୟାସ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଶିଳାନ୍ୟାସ କରିିଥିଲେ। ତିର୍ତ୍ତୋଲ ଉପନିର୍ବାଚନ ପୂର୍ବରୁ ଲୋକଙ୍କୁ ନିଜ ଆଡକୁ ଟାଣିବା ଲାଗି ନବୀନ ସ୍ଥାନୀୟ ଅଞ୍ଚଳର ବହୁ ଦିନର ଦାବିକୁ ପୂରଣ କରିଛନ୍ତି।

ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟ ସରକାର ଭିତ୍ତିଭୂମିର ବିକାଶ ଉପରେ ସବୁବେଳେ ଜୋର ଦେଇ ଆସୁଛନ୍ତି। ଗତ ୨୦ ବର୍ଷ ଭିତରେ ଓଡିଶା ଭିତ୍ତିଭୂମି କ୍ଷେତ୍ରରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଛି। ମା’ ଶାରଳାଙ୍କ ପାର୍ବଣ ଅବସରରେ ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇବା ସହ ଓଡିଆ ଭାଷା ଓ ସାହିତ୍ୟ, ସଂସ୍କୃତି ଓ ନୌବାଣିଜ୍ୟ କ୍ଷେତ୍ରରେ ତିର୍ତ୍ତୋଲ ବିଶେଷତଃ ଜଗତସିଂହପୁର ଅଞ୍ଚଳର ଅବଦାନ ସ୍ମରଣୀୟ। ବିଜୁବାବୁଙ୍କ ସାହାସିକ ନିଷ୍ପତ୍ତି ଫଳରେ ଆଜି ପାରାଦୀପ, ଜଗତସିଂହପୁର ତଥା ଓଡିଶା ପାଇଁ ବିଶ୍ବ ମାନଚିତ୍ରରେ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛି । ମୁଖ୍ୟମନ୍ତ୍ରୀ କହିଥିଲେ ଯେ କରୋନା ଲଢେଇ ସହ ବିକାଶ କାମ ଜାରି ରହିବ। ଜୀବନ ସହ ଜୀବିକାକୁ ଗୁରୁତ୍ବ ଦେଇ ଆଗରୁ ବଢିବାକୁ ହେବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ ଏବଂ ଉଭୟ କରୋନା ଲଢେଇ ଓ ବିକାଶ କାମରେ ଜନସାଧାରଣଙ୍କ ସହଯୋଗ କାମନା କରିଥିଲେ।

ଏହି ଦୁଇଟି ସେତୁ ଦ୍ବାରା ତିର୍ତ୍ତୋଲ ସହିତ କଟକ ଓ କେନ୍ଦ୍ରାପଡା ଜିଲ୍ଲାର ୨୮ଟି ଗ୍ରାମ ପଞ୍ଚାୟତର ପ୍ରାୟ ଦେଢ ଲକ୍ଷ ଲୋକ ଉପକାର ପାଇବେ। ଢେଙ୍କାନାଳରୁ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଇସ୍ପାତ, ଖଣି ଓ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ଦୃଢ ସଂକଳ୍ପ ନେଇ ଓଡିଶାର ବିକାଶ ପାଇଁ କାମ କରିଆସୁଛନ୍ତି। ଆଜି ଶିଳାନ୍ୟାସ ହୋଇଥିବା ଏହି ଦୁଇଟି ସେତୁ ଠିକ୍‌ ସମୟରେ ସଂପୂର୍ଣ୍ଣ ହେବ ଏବଂ ବିକାଶ ପ୍ରକ୍ରିୟାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ।

ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ କହିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ଓଡିଶାରେ ଗମନା ଗମନ କ୍ଷେତ୍ରରେ ବହୁତ ଉନ୍ନତି ହୋଇଛି । ଆଜି ଏହି ଦୁଇଟି ସେତୁ ଦ୍ବାରା ତିର୍ତ୍ତୋଲ, ପାଟକୁରା ଓ ମାହାଙ୍ଗା ଅଞ୍ଚଳର ଦେଢ ଲକ୍ଷରୁ ଅଧିକ ଲୋକ ଉପକୃତ ହେବେ । ଜଳସଂପଦ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ କହିଥିଲେ ଯେ ଏହି ଦୁଇଟି ସେତୁ ଜିଲ୍ଲାର ବିକାଶ ଇତିହାସରେ ଏକ ସ୍ବର୍ଣ୍ଣିମ ଅଧ୍ୟାୟ ସୃଷ୍ଟି କରିବ ।

ଏହି ଅବସରରେ ଜଗତସିଂହପୁର ସାଂସଦ ରାଜଶ୍ରୀ ମଲ୍ଲିକ, ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି, ପାରାଦୀପ ବିଧାୟକ ସମ୍ବିତ ରାଉତରାୟ ପ୍ରମୁଖ ସେମାନଙ୍କ ବକ୍ତବ୍ୟ ରଖିଥିଲେ। ଉନ୍ନୟନ କମିସନର, ସ୍ବତନ୍ତ୍ର ରିଲିଫ କମିସନର, ଅର୍ଥ ବିଭାଗ ପ୍ରମୁଖ ସଚିବ, ପୂର୍ତ୍ତ ବିଭାଗ ସଚିବ ଏବଂ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ପ୍ରମୁଖ ଯୋଗ ଦେଇଥିଲେ।

Leave A Reply

Your email address will not be published.