ପ୍ରମୁଖ ଖବର

ରାଜ୍ୟ ମହିଳା କର୍ମଚାରୀମାନଙ୍କ ଅତିରିକ୍ତ ସାମୟିକ ଛୁଟି ଆଉ ୨ଦିନ ବଢ଼ିଲା
ବାତ୍ୟା ପାଇଁ ୨୩ରୁ ୨୫ କଲେଜ ଓ ବିଶ୍ୱବିଦ୍ୟାଳୟ ଛୁଟି
ବାତ୍ୟା ପାଇଁ ୧୭୮ଟି ଟ୍ରେନ ବାତିଲ
ଅବସରପ୍ରାପ୍ତ ଆଇପିଏସ୍‌ ଲଳିତ ଦାସ ହେଲେ ଓଏସ୍‌ଏସ୍‌ଏସ୍‌ସି ଅଧ୍ୟକ୍ଷ
ନିର୍ଦୋଷ ସାବ୍ୟସ୍ତ ହେଲେ ସେବି ଅଧ୍ୟକ୍ଷ ମାଧବୀ ବୁଚ
ଲାଞ୍ଚ ନେଇ ନିଲମ୍ବିତ ହେଲେ ବରଗଡ଼ ଧନୁଯାତ୍ରାରେ କଂସ ମହାରାଜ
ସମ୍ଭାବ୍ୟ ବାତ୍ୟା: ୧୪ ଜିଲ୍ଲାରେ ବନ୍ଦ ରହିବ ସବୁ ଐତିହ୍ୟ ସ୍ଥଳୀ
ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ନନ୍ଦନକାନନ କର୍ତ୍ତୃପକ୍ଷ ଆଗୁଆ ସଜାଗ
ବୈତରଣୀ ବେସିନ୍ ମୁଖ୍ୟଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ଦୁର୍ନାମ ବେଳେ ସୁନାମ ଆଣିଲେ ସୋନୁ

0
  • ପ୍ରଥମ ବଲିଉଡ୍ ତାରକା ଭାବେ ପାଇଲେ ୟୁଏନ୍‌ଡିପି ପୁରସ୍କାର
  • କରୋନାରେ ସ୍ୱତନ୍ତ୍ର ମାନବିକ କାର୍ଯ୍ୟ ପାଇଁ ଜାତିସଂଘ ଦେଲା ପୁରସ୍କାର
  • ଲକ୍ଷ ଲକ୍ଷ ପ୍ରବାସୀଙ୍କୁ ଘରେ ପହଞ୍ଚାଇବା, ନିଯୁକ୍ତି, ଶିକ୍ଷାରେ ଲାଗିଛନ୍ତି
  • ସମସ୍ତଙ୍କ ହୃଦୟରେ ଏବେ ସୋନୁ, ନାମୀ ଓ ବିଦେଶରେ ବି ଚର୍ଚ୍ଚାରେ
  • ନିଶା ସେବନ, ହତ୍ୟା ରାଜନୀତି ପାଇଁ ଏବେ ନିନ୍ଦିତ ହେଉଛି ବଲିଉଡ୍

ନୂଆଦିଲ୍ଲୀ: ନିଶା ସେବନ, ହତ୍ୟା, ରାଜନୀତି ଆଜି ପ୍ରସଙ୍ଗକୁ ନେଇ ବଲିଉଡ୍ ବିବାଦରେ ଛନ୍ଦି ହୋଇଥିବା ବେଳେ ସମସ୍ତଙ୍କୁ ପଛରେ ପକାଇ ସୋନୁ ସୋଦୁ ଆଲୋକବର୍ତିକା ସାଜିଛନ୍ତି। ତାଙ୍କ ପାଇଁ, ଦେଶ ଓ ସମ୍ପୂର୍ଣ୍ଣ ବଲିଉଡ୍ ପାଇଁ ସୁନାମ ଆଣିଛନ୍ତି। ତାଙ୍କୁ ତାଙ୍କ କାର୍ଯ୍ୟର ସବୁଠାରୁ ବଡ଼ ସ୍ବୀକୃତି ମିଳିଥିବା କୁହାଯାଉଛି। କରୋନା ମହାମାରୀ ସମୟରେ ସ୍ୱତନ୍ତ୍ର ମାନବିକ କାର୍ଯ୍ୟ ପାଇଁ ତାଙ୍କୁ ୟୁଏନ୍‌ଡିପି ପୁରସ୍କାର ମିଳିଛି। ଏହା ଏକ ବିରଳ ସମ୍ମାନ ବୋଲି ବିଶିଷ୍ଟ ବ୍ୟକ୍ତିମାନେ ମତବ୍ୟକ୍ତ କରିଛନ୍ତି ଓ ପ୍ରତ୍ୟେକ ଭାରତୀୟ ଏଥିପାଇଁ ଗର୍ବ ଅନୁଭବ କରିବା ଉଚିତ୍ ବୋଲି କହିଛନ୍ତି।

କରୋନା ମହାମାରୀ ସମୟରେ ଲୋକମାନେ ଜୀବନ, ଜୀବିକାକୁ ନେଇ ସଂଘର୍ଷ ଜାରି ରଖିଥିବା ବେଳେ ସୋନୁ ସୋଦୁ ସେମାନଙ୍କ ପାଇଁ ଦେବଦୂତ ସାଜିଥିଲେ। ନିସ୍ବାର୍ଥପର ଭାବେ ଲକ୍ଷ ଲକ୍ଷ ପ୍ରବାସୀଙ୍କୁ ନିଜ ଘରକୁ ପଠାଇବା, ଛୋଟ ପିଲାଙ୍କୁ ମାଗଣା ଶିକ୍ଷା ପ୍ରଦାନ, ନିଯୁକ୍ତି ପାଇଁ ସୁଯୋଗ ସୃଷ୍ଟି କରିବା ଭଳି କାର୍ଯ୍ୟ ନିରନ୍ତର ଭାବେ ଜାରି ରଖିଥିଲେ। ଏହା ଉଭୟ ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ଅନେକଙ୍କୁ ପ୍ରଭାବିତ କରିଥିଲା।

ପୂର୍ବରୁ ଅମିତାଭ ବଚ୍ଚନ, ଅମୀର ଖାଁ, ଆୟୁଷ୍ମାନ ଖୁରାନା ପ୍ରମୁଖ ୟୁନିସେଫ୍ ପାଇଁ କିଛି କାର୍ଯ୍ୟ କରିଥିଲେ। ହେଲେ ଜାତିସଂଘର ବିକାଶ କାର୍ଯ୍ୟକ୍ରମ (ୟୁଏନଡିପି) ଦ୍ବାରା ପୁରସ୍କୃୃତ ହେବାରେ ସେ ପ୍ରଥମ ବଲିଉଡ୍ ତାରକା। ସୋମବାର ଅର୍ଥାତ୍ ୨୮ ତାରିଖ ସନ୍ଧ୍ୟାରେ ଏକ ଭର୍ଚୁଆଲ୍ ସମାରୋହରେ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା। ଏଥିରେ ସୋନୁ ସୁଦ ସହିତ ଆଞ୍ଜେଲିନା ଜୋଲି, ଡେଭିଡ ବେକହମ, ଲିଓନାର୍ଡୋ ଡିକାପ୍ରିଓ, ଏମା ୱାଟସନ, ଲିଆମ ନେସନ, କ୍ୟାଟ ବ୍ଲାନଚେଟ୍, ଆଣ୍ଟୋନିଓ ବ୍ୟାଣ୍ଡେରାସ, ନିକୋଲ କିଡମ୍ୟାନ ଏବଂ ପ୍ରିୟଙ୍କା ଚୋପ୍ରା ପ୍ରମୁଖ ଯୋଗଦେଇଥିଲେ। ଏହି ବିଶିଷ୍ଟ ବ୍ୟକ୍ତିମାନେ ପୂର୍ବରୁ ଜାତିସଂଘର ବିଭିନ୍ନ ସଂସ୍ଥା ଦ୍ବାରା ସମ୍ମାନିତ ହୋଇଥିଲେ। ପୂର୍ବରୁ ଐଶ୍ୱର୍ଯ୍ୟା ରାୟ ବଚ୍ଚନ, ଶବାନା ଆଜମୀ, ମନୀଷା କୋଇରାଲା, ଦିଆ ମିର୍ଜା ଏବଂ ଲାରା ଦତ୍ତା ମଧ୍ୟ ମିଳିତ ଜାତିସଂଘ ସହିତ ଜଡିତ ଅଛନ୍ତି। କିନ୍ତୁ ସେମାନେ କେବଳ ଶୁଭେଚ୍ଛୁ ରାଷ୍ଟ୍ରଦୂତ ଭାବେ କାର୍ଯ୍ୟ କରିଛନ୍ତି। ସେହିପରି ପ୍ରିୟଙ୍କା ଚୋପ୍ରା ମଧ୍ୟ ଭାରତ ତଥା ବିଦେଶରେ ରାଷ୍ଟ୍ରଦୂତ ଭାବରେ ଅଭିନୟ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ସୋନୁଙ୍କ ଲୋକପ୍ରିୟତା ଏବେ ଏତେ ପରିମାଣରେ ବଢିଯାଇଛି ଯେ ତାଙ୍କୁ ସ୍ପାଇସ୍ ଜେଟ୍, ପେପସି ଭଳି ଏକାଧିକ ବ୍ୟାଣ୍ଡ ତାଙ୍କୁ ନେଇ ଆଗକୁ ବଢ଼ିବାକୁ ଦସ୍ତଖତ ଜାରି ରଖିଛନ୍ତି। ବିଦେଶରେ ମଧ୍ୟ ସେ ରାେଲ୍ ମଡେଲ୍ ସାଜିଥିବା କାରଣରୁ ଅନ୍ତର୍ଜାତୀୟସ୍ତରରେ ମଧ୍ୟ ତାଙ୍କର ଖ୍ୟାତି ବଢିଛି ଓ ବିଭିନ୍ନ କର୍ପୋରେଟ୍ ସଂସ୍ଥା ତାଙ୍କ ପ୍ରତି ଆଖେଇଛନ୍ତି।

Leave A Reply

Your email address will not be published.