ପ୍ରମୁଖ ଖବର

ରାଜ୍ୟ ମହିଳା କର୍ମଚାରୀମାନଙ୍କ ଅତିରିକ୍ତ ସାମୟିକ ଛୁଟି ଆଉ ୨ଦିନ ବଢ଼ିଲା
ବାତ୍ୟା ପାଇଁ ୨୩ରୁ ୨୫ କଲେଜ ଓ ବିଶ୍ୱବିଦ୍ୟାଳୟ ଛୁଟି
ବାତ୍ୟା ପାଇଁ ୧୭୮ଟି ଟ୍ରେନ ବାତିଲ
ଅବସରପ୍ରାପ୍ତ ଆଇପିଏସ୍‌ ଲଳିତ ଦାସ ହେଲେ ଓଏସ୍‌ଏସ୍‌ଏସ୍‌ସି ଅଧ୍ୟକ୍ଷ
ନିର୍ଦୋଷ ସାବ୍ୟସ୍ତ ହେଲେ ସେବି ଅଧ୍ୟକ୍ଷ ମାଧବୀ ବୁଚ
ଲାଞ୍ଚ ନେଇ ନିଲମ୍ବିତ ହେଲେ ବରଗଡ଼ ଧନୁଯାତ୍ରାରେ କଂସ ମହାରାଜ
ସମ୍ଭାବ୍ୟ ବାତ୍ୟା: ୧୪ ଜିଲ୍ଲାରେ ବନ୍ଦ ରହିବ ସବୁ ଐତିହ୍ୟ ସ୍ଥଳୀ
ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ନନ୍ଦନକାନନ କର୍ତ୍ତୃପକ୍ଷ ଆଗୁଆ ସଜାଗ
ବୈତରଣୀ ବେସିନ୍ ମୁଖ୍ୟଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ଲାଭରେ ରହିବ ଅକାଳୀ!

0
  • ପଞ୍ଜାବରେ ଶକ୍ତି ବୃଦ୍ଧି ପାଇଁ ଅକାଳୀ ଦଳର ବଡ଼ ଚାଲ୍, କୃଷିକୁ ବଡ଼ ପ୍ରସଙ୍ଗ କରିବ
  • ଆଞ୍ଚଳିକ ଦଳକୁ ଆୟୁଧ କରି ବିଜେପିର କ୍ଷମତା ବୃଦ୍ଧି ଚାଲ୍ ବି ପ୍ରଭାବିତ ହେଲା
  • ପୂର୍ବରୁ ବିଜେଡି, ଟିଡିପି, ଜେଡିୟୁ ପ୍ରମୁଖଙ୍କୁ ଧରି ବିଭିନ୍ନ ରାଜ୍ୟରେ ଶକ୍ତି ବଢାଇଛି ବିଜେପି
  • ବିଜେପି-ଅକାଳୀ ମେଣ୍ଟ ରହିଥିଲେ, ଚାଷୀ ପ୍ରସଙ୍ଗରେ କଂଗ୍ରେସ ଫାଇଦା ନେଇଥାନ୍ତା

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି ସହ ମିଳିତ ମଞ୍ଚ (ଏନଡିଏ)ରୁ ଶିରୋମଣି ଅକାଳୀ ଦଳ ଦୂରେଇ ଯିବା ଘଟଣାକୁ ନେଇ ଜାତୀୟ ରାଜନୀତିରେ ହିସାବ ନିକାସ ଆରମ୍ଭ ହୋଇଛି। କେଉଁ ପରିସ୍ଥିତିରେ ଓ ନିର୍ଦିଷ୍ଟ କି ରାଜନୈତିକ ରଣନୀତି ଆଧାରରେ ଅକାଳୀ ଦଳ ଏଭଳି ଏକ ବଡ ନିଷ୍ପତ୍ତି ନେଲେ, ତାର ଉତ୍ତର ଖୋଜା ଚାଲିଛି। ଗୋଟିଏ ପକ୍ଷ ସ୍ପଷ୍ଟ ଭାବେ କହିଲେଣି ଯେ ଏହାର ପ୍ରଭାବ ପଞ୍ଜାବ ରାଜନୀତିରେ ସୁଦୂରପ୍ରସାରୀ ହେବ। ଅକାଳୀ ଶକ୍ତି ବଢିବା ବିଚିତ୍ର ନୁହେଁ କି ବେଶୀ ଦୂର ବି ନାହିଁ।

ରାଜନୈତିକ ବିଶେଷଜ୍ଞଙ୍କର କହିବା କଥା ହେଉଛି, ଅକାଳୀ ଦଳ କଂଗ୍ରେସ ଭଳି ଏକ ଭାରତର ସର୍ବ ପୁରାତନ ରାଜନୈତିକ ଦଳ। ଏହା ଅନ୍ୟ କୌଣସି ସାଧାରଣ ଦଳ ଭଳି ନୁହେଁ, ଯାହାର ଆୟୁଷ ଚାରି ପାଞ୍ଚ ଦଶନ୍ଧି ଭିତରେ ସୀମିତ। ୧୯୨୦ ମସିହା ବେଳକୁ ଶିଖ୍ ସଂପ୍ରଦାୟର ସାମାଜିକ, ଧାର୍ମିକ ଓ ରାଜନୈତିକ ସ୍ବାର୍ଥର ସୁରକ୍ଷା ପାଇଁ ଏଭଳି ଦଳ ଗଠନର ଆବଶ୍ୟକତା ପଡ଼ିଥିଲା, ଯାହା ଆଞ୍ଚଳିକ ଦଳ ଭାବେ ଉଭା ହୋଇଥିଲା। କ୍ୟାଡର ଭିତ୍ତିକ ଦଳର ଜନକ ବୋଲି ମଧ୍ୟ କେହି କେହି ଏହାକୁ କୁହନ୍ତି। ୧୯୩୯ ମସିହା ପରେ ଏହାର ପତିଆରା ଜାତୀୟସ୍ତରରେ ବଢିଥିଲା ଓ ୧୯୪୯ ବେଳକୁ ଏହାର ଉପସ୍ଥିତି ବାରି ହୋଇପଡୁଥିଲା। ବିଶେଷକରି ପଞ୍ଜାବ ବିଭାଜନ କାଳରେ ଏହାର ଏକ ସ୍ବତନ୍ତ୍ର ଭୂମିକା ରହିଥିଲା।

ବିଭିନ୍ନ କାରଣରୁ ଅକାଳୀ ଦଳ ଦୁର୍ବଳ ହୋଇଛି। କଂଗ୍ରେସର ଶିଖ୍ କାର୍ଡ ଅକାଳୀ ଦଳର ଗତିରୋଧ କରିବା କ୍ଷେତ୍ରରେ ଏକ ବଡ଼ ଭୂମିକା ନିର୍ବାହ କରିଆସିଥିଲା। କଂଗ୍ରେସ ଚତୁରତାର ସହିତ ପଞ୍ଜାବ ରାଜନୀତିରେ ପଶିଥିଲା ଓ ଏହା ଶିଖ୍ ଏବଂ ହିନ୍ଦୁ ଭୋଟକୁ କରାୟତ କରିନେଇଥିଲା।

ପରବର୍ତୀ ସମୟରେ ଗୋଟିଏ ରାଜନୈତିକ କୌଶଳରେ ଅକାଳୀ ଦଳକୁ ବିଜେପି ସମର୍ଥନ କରିଥିଲା। ବିଜେପି ଅକାଳୀ ଦଳ ମାଧ୍ୟମରେ ରାଜ୍ୟ ରାଜନୀତିରେ ପଶିବା ଲାଗି ଯୋଜନା ଚଳାଇଥିଲା। ପୂର୍ବରୁ ଦେଖାଯାଇଛି ଯେ ବିଭିନ୍ନ ରାଜନୈତିକ ଦଳକୁ ଆୟୁଧ କରି ବିଜେପି ରାଜ୍ୟ ରାଜନୀତିରେ ନିଜ ପତିଆରା ବଢାଇଛି। ଏପରିକି ଓଡ଼ିଶାରେ ବିଜେଡିକୁ ଧରି, ବିହାରରେ ଜେଡିୟୁ ସହିତ, ଟିଡିପି ମାଧ୍ୟମରେ ଆନ୍ଧ୍ରରେ ପଶିଛି ବିଜେପି। ପରବର୍ତୀ ସ୍ଥିତିରେ ରାଜନୀତିରେ ଦାଓ ପେଞ୍ଚରେ ଏହି ଦଳ ସାଥୀକୁ ପଦଦମିତ କରି ରାଜ୍ୟମାନଙ୍କୁ କରାୟତ କରିଛି। ବିଜେଡି ଯାହା ବୁଝି ୨୦୦୯ରେ ମେଣ୍ଟ ଭାଙ୍ଗିଥିଲା ବୋଲି କ୍ଷମତାରେ ଅଛି। ବିଜେପି ଅନୁରୂପ ଭାବେ ପଞ୍ଜାବ ରାଜନୀତିରେ ଗୋଟିଚାଳନା ଆରମ୍ଭ କରିବା ପୂର୍ବରୁ ଅକାଳୀ ଦୂରେଇ ଯାଇଛି।

ଅକାଳୀ ଏବେ ଚାଷୀ ପ୍ରସଙ୍ଗରେ ବିଜେପିରୁ ସମର୍ଥନ ପ୍ରତ୍ୟାହାର କରି ଦୁଇଟି ବଡ଼ ଗୋଟିଚାଳନା କରିଛି। ପଞ୍ଜାବ ଭଳି ରାଜ୍ୟରେ ଚାଷୀଙ୍କର ଏକ ବଡ଼ ଭୋଟ ଥିବା କାରଣରୁ ଏହି ପ୍ରସଙ୍ଗଟି କେଉଁଠି ନା କେଉଁଠି ଆଞ୍ଚଳିକ ସ୍ବାର୍ଥ ସଂପର୍କିତ ବୋଲି ବିଚାର କରାଯାଉଛି, ଯାହାକୁ ଧରି ଆଗକୁ ଅକାଳୀ ରାଜନୀତି କରିବ। ଦଳ କେନ୍ଦ୍ରରେ ସରକାରରୁ ଦୂରେଇ ଯେଉଁ ତ୍ୟାଗ କରିଛି, ରାଜ୍ୟ ରାଜନୀତିରେ ତାହାକୁ ଉପଯୋଗ କରି ସଫଳତା ପାଇପାରେ ବୋଲି କୁହାଯାଉଛି। ଦ୍ବିତୀୟତଃ, ବିଜେପି-ଅକାଳୀ ମେଣ୍ଟ ହୋଇଥିଲେ, ସ୍ଥାନୀୟ ଅଞ୍ଚଳରେ କଂଗ୍ରେସର ଶକ୍ତି ବଢିଥାନ୍ତା, ଯାହା ପୁଣି ଅକାଳୀ ଦଳକୁ ଦୁର୍ବଳ କରିଥାନ୍ତା। ଏବେ ବିଜେପିରୁ ଦୂରେଇ ଯିବା ପରେ ପଦ୍ମ ଦଳର ପଞ୍ଜାବରେ ଶକ୍ତି ବୃଦ୍ଧି କେବଳ ଅଟକିଛି ତା ନୁହେଁ, କଂଗ୍ରେସ ପାଇଁ ମଧ୍ୟ ଅକାଳୀ ଦଳର ଏଭଳି ଭୂମିକା ଭାରି ପଡ଼ିବ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ବିଚାର କରୁଛନ୍ତି। ୨୦୨୨ ନିର୍ବାଚନକୁ ଦୃଷ୍ଟିରେ ରଖି ଅକାଳୀ ଦଳର ଏଭଳି ଗୋଟିଚାଳନା ଆଗକୁ କେଉଁ ମୋଡ଼ ନେବ ଦେଖିବା କଥା।

Leave A Reply

Your email address will not be published.