ପ୍ରମୁଖ ଖବର

ଦିଲ୍ଲୀରେ କାଲି ‘ନାରୀ ଶକ୍ତି ବନ୍ଦନ ସମ୍ମେଳନ’
୩୬ ଦିନ ପରେ ଓଡ଼ିଶା ଫେରିଲେ ମେରାଇନ୍ ଅଫିସର ଅଶୋକ ଦୀକ୍ଷିତ
ସ୍ୱତନ୍ତ୍ର ସଂସଦ ଅଧିବେଶନ ପୂର୍ବରୁ ସାଂସଦଙ୍କୁ କଡ଼ା ନିର୍ଦ୍ଦେଶ :୩ ଦିନ ଗୃହରେ ଉପସ୍ଥିତ ରହିବା ବାଧ୍ୟତାମୂଳକ
ପରିବାରିକ କଳହର କରୁଣ ପରିଣତି, ମା’ଙ୍କ ହାତରେ ଦୁଇ ଶିଶୁର ମୃତ୍ୟୁ
ଅଦିନିଆ ରଥଯାତ୍ରା ନେଇ ଚିନ୍ତା: ପ୍ରଧାନମନ୍ତ୍ରୀଙ୍କୁ ଗଜପତିଙ୍କ ଚିଠି
୨୧ରେ ରାଉରକେଲା ଗସ୍ତରେ ରାଷ୍ଟ୍ରପତି
ଜମି ଦେବା ନାମରେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କଠୁ ୯୫ ଲକ୍ଷ ଠକିନେଲେ ଆଇଏଏସ୍‌ ଅଧିକାରୀ
ପରଲୋକରେ କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ

ନୀତିଶଙ୍କ ଠାରୁ ଦୂରେଇଲେ ପାଶଓ୍ବାନ

0
  • ବିହାରରେ ଏନଡିଏ ମେଣ୍ଟରେ କେଁ ପଶିଲା
  • ଚିରାଗ କହିଲେ, କେନ୍ଦ୍ର ସଂପର୍କ ଅତୁଟ ରହିବ
  • ବିଜେପି ବିରୋଧରେ ପ୍ରାର୍ଥୀ ଦେବନି ଏଲ୍‌ଜିପି

ପାଟନା: ଲୋକ ଜନଶକ୍ତି ପାର୍ଟି ଏହାର ସଂସଦୀୟ ବୋର୍ଡର ଏକ ବୈଠକରେ ଆସନ୍ତା ବିହାର ବିଧାନସଭା ନିର୍ବାଚନରେ ​​ଏକୁଟିଆ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ନିଷ୍ପତ୍ତି ନେଇଛି। ତେବେ ଏହା ଜାତୀୟସ୍ତରରେ ଏନ୍‌ଡିଏ ସଂପର୍କରେ କୌଣସି ପ୍ରଭାବ ପକାଇବ ନାହିଁ କିମ୍ବା ଦଳ କୌଣସି ବିଜେପି ପ୍ରାର୍ଥୀଙ୍କ ବିରୋଧରେ ପ୍ରତିଦ୍ବନ୍ଦ୍ବିତା କରିବ ନାହିଁ। ନିର୍ବାଚନ ପରବର୍ତୀ ପରିସ୍ଥିତିରେ ଦଳ ସରକାରକୁ ସମର୍ଥନ କରିପାରେ।

ଦଳର ସଭାପତି ଚିରାଗ ପା​​ଶୱାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଂସଦୀୟ ବୋର୍ଡ ବୈଠକ ପରେ ପ୍ରକାଶିତ ଏକ ସରକାରୀ ବିବୃତ୍ତିରେ କୁହାଯାଇଛି, ଜାତୀୟ ସ୍ତରରେ ଦଳର ବିଜେପି ସହ ଦୃଢ ସମ୍ପର୍କ ରହିଛି। କିନ୍ତୁ ଜେଡି (ୟୁ) ସହିତ ଆଦର୍ଶଗତ ମତଭେଦ ଥିବାରୁ ରାଜ୍ୟ ସ୍ତରରେ ଦଳ ଏକାକୀ ଯିବାକୁ ସ୍ଥିର କରିଛି।

ଏନଡିଏ ସହଯୋଗୀମାନଙ୍କ ମଧ୍ୟରେ ଯେଉଁ ସିଟ୍ ଆବଣ୍ଟନ ଫର୍ମୁଲା ସ୍ଥିର ହୋଇଥିଲା, ସେଥିରେ ଚିରାଗଙ୍କ ଦଳକୁ କେବଳ ୨୫ ଟି ସିଟ୍ ପ୍ରଦାନ କରାଯାଉଥିଲା। ଏବେ ଏଲ୍‌ଜିପି ଦୂରେଇ ଯିବା ପରେ ବିଜେପି ସହିତ ଜେଡି(ୟୁ) ଓ ଜିତେନ ରାମଙ୍କ ଦଳ ମିଶିକି ନିର୍ବାଚନ ଲଢିବେ।

ଚିରାଗ କହିଛନ୍ତି, ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ବିରୋଧରେ ଅନେକ ମାସର ଯୁଦ୍ଧ ଅଭିଯାନର ଆଜି ଏକ ନିର୍ଣ୍ଣାୟକ ନିଷ୍ପତ୍ତି ନିଆଯାଇଛି। “ବିହାର ପ୍ରଥମେ, ବିହାରୀ ପ୍ରଥମ ”ଏହି ଆଧାରରେ ଦଳ ରାସ୍ତାକୁ ଓହ୍ଲାଇବ। ସେ ଆହୁରି କହିଛନ୍ତି ଯେ ପ୍ରାୟ ବର୍ଷେ ହେଲା ସେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସହିତ କଥା ହୋଇନାହାନ୍ତି।

ରାଜନୈତିକ ମହଲର କହିବା କଥା ହେଉଛି, କୋଭିଡ୍ ମହାମାରୀ ସମୟରେ ନୀତିଶଙ୍କ ପ୍ରବାସୀ ଫେରିବା ଫର୍ମୁଲାକୁ ଚିରାଗ ଖୋଲା ବିରୋଧ କରିଥିଲେ।

ଉଲ୍ଲେଖଯୋଗ୍ୟ, କେନ୍ଦ୍ରମନ୍ତ୍ରୀ ରାମ ବିଳାଶ ପା​​ଶଓ୍ବାନଙ୍କର ଶନିବାର ଏକ ଜରୁରୀକାଳୀନ ହାର୍ଟ ଅପରେସନ୍ କରାଯାଇଛି।

Leave A Reply

Your email address will not be published.