ପ୍ରମୁଖ ଖବର

ଓଡ଼ିଶାରେ ମତଦାତା ଯାଞ୍ଚ ଅଭିଯାନ ଶେଷ ପର୍ଯ୍ୟାୟରେ
ଫ୍ରାନ୍ସରେ ‘ଭାରତ ଇନୋଭେଟ୍ସ ୨୦୨୬’, ବିଶ୍ୱ ମଞ୍ଚରେ ଭାରତୀୟ ଷ୍ଟାର୍ଟଅପ୍
ଡ୍ରୋନ୍‌ରେ ଚିଠି ଓ ପାର୍ସଲ୍ ପରିବହନ: ୨ ଘଣ୍ଟାର କାମ ୭ ମିନିଟ୍‌ରେ
ଝାଡ଼ଖଣ୍ଡର ବନ୍ଦ କୋଇଲା ଖଣିରେ ବିଷାକ୍ତ ଗ୍ୟାସ ଲିକ୍; ୪ ଜଣଙ୍କ ମୃତ୍ୟୁ
ବୁର୍ଲାରେ ଏମସିଏଲ୍ ମହିଳା କର୍ମଚାରୀଙ୍କ ମୃତଦେହ ଉଦ୍ଧାର; ଆତ୍ମହତ୍ୟା ସନ୍ଦେହ
୨୦ରେ ରାଇରଙ୍ଗପୁର ଆସିବେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
ଧୀରଜ ସେଠ୍‌ ହେବେ ପରବର୍ତ୍ତୀ ସ୍ଥଳସେନା ମୁଖ୍ୟ
ଆସାମର ଜୋରହାଟରେ IAF AN-32 ବିମାନ ଦୁର୍ଘଟଣା; ୫ ବାୟୁସେନା କର୍ମଚାରୀଙ୍କ ମୃତ୍ୟୁ
ଜାମିନ୍ ଖାରଜ ପରେ ଜେଲ୍ ଗଲେ ତିଖିରି ସରପଞ୍ଚ ଚାମେଲି ଓଝା
ଓଡ଼ିଆ ଉଚ୍ଚାରଣ ଅନୁଯାୟୀ ବଦଳିବ ୬୪ ସ୍ଥାନର ଇଂରାଜୀ ନାମ; ରାଜ୍ୟ କ୍ୟାବିନେଟ୍‌ର ମଞ୍ଜୁରି

ଅପରେସନ୍ ମମତା ରଣନୀତି ଚୂଡ଼ାନ୍ତ

0
  • ନିଜେ ଶାହ ନେବେ ନେତୃତ୍ବ, ଦୁର୍ଗାପୂଜା ପୂର୍ବରୁ ବିଗୁଲ୍ ବାଜିବ
  • ନୂଆଦିଲ୍ଲୀରେ ଦଳୀୟ ନେତାଙ୍କ ୪ଘଣ୍ଟା ଧରି ରୁଦ୍ଧ ବୈଠକ
  • କଂଗ୍ରେସ-ବାମପନ୍ଥୀ ହାତ ମିଳାଇବେ, ତ୍ରିମୁଖୀ ପ୍ରତିଦ୍ବନ୍ଦ୍ବିତା ହେବ

ନୂଆଦିଲ୍ଲୀ: ୨୦୨୧ରେ ହେବାକୁ ଥିବା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନକୁ ବିଜେପି ଗମ୍ଭୀରତାର ସହିତ ନେଇଛି। ଆଉ କେହି ନୁହେଁ, ନିଜେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ନେତୃତ୍ବରେ ହିଁ ବିଜେପି ରଣକୌଶଳ କରିବ ଓ ମୁକୁଲ ରୟ ରହିବେ ସାମ୍ନାରେ। ଅତି ବିଶ୍ବସ୍ତ ସୂତ୍ରରୁ ମିଳୁଥିବା ଖବର ଅନୁସାରେ, ଦୁର୍ଗାପୂଜା ପୂର୍ବରୁ ଶ୍ରୀ ଶାହ ଏକ ବିଶାଳ ଶ୍ରମିକ ସଭାକୁ ପଶ୍ଚିମବଙ୍ଗରେ ଉଦ୍‌ବୋଧନ ଦେଇ ନିର୍ବାଚନ ବିଗୁଲ୍ ବଜାଇବାର କାର୍ଯ୍ୟକ୍ରମ ରହିଛି।

ଯେନତେନ ପ୍ରକାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ କ୍ଷମତାଚ୍ୟୁତ କରିବା ଲାଗି ବିଜେପି ଏଥର ପଣ କରିଛି। ଦଳ ସାଂଗଠନିକ ପୁନର୍ବିନ୍ୟାସ ପ୍ରକ୍ରିୟାରେ ମୁକୁଲ ରାୟଙ୍କୁ ସାମ୍ନାକୁ ଆଣିବା ପରେ ତୁରନ୍ତ ଦ୍ବିତୀୟ ଗୋଟିଚାଳନା ଆରମ୍ଭ କରିଦେଲାଣି।  ମିଳୁଥିବା ଖବର ଅନୁସାରେ, ଦିଲ୍ଲୀ ଏବଂ ପଶ୍ଚିମବଙ୍ଗର ବରିଷ୍ଠ ନେତାମାନେ ଗୁରୁବାର ଦିନ ଦଳର ସଭାପତି ଜେ.ପି. ନଡ୍ଡାଙ୍କ ବାସଭବନରେ ପ୍ରାୟ ଚାରି ଘଣ୍ଟା ଧରି ରୁଦ୍ଧ ଦ୍ବାର ବୈଠକ କରିଛନ୍ତି। ଏଥିରେ ପଶ୍ଚିମବଙ୍ଗ ନିର୍ବାଚନ ମୁକାବିଲା ପ୍ରସଙ୍ଗ ମୁଖ୍ୟତଃ ସ୍ଥାନ ପାଇଥିବା ସୂଚନା ମିଳୁଛି।

ପଶ୍ଚିମବଙ୍ଗ ନିର୍ବାଚନରେ କଂଗ୍ରେସ ଓ ବାମପନ୍ଥୀଙ୍କ ମଧ୍ୟରେ ମେଣ୍ଟ ହେବା ନେଇ କଥାବାର୍ତା ଆରମ୍ଭ ହୋଇଥିବା ପରିପ୍ରେକ୍ଷୀରେ ଏହି ଆଲୋଚନାକୁ ଯଥେଷ୍ଟ ଗୁରୁତ୍ବ ଦିଆଯାଉଛି। କାରଣ ତ୍ରିମୁଖୀ ନିର୍ବାଚନ ଲାଗି ବାଟ ଖୋଲୁଛି। ଏଭଳିସ୍ଥଳେ କିଭଳି ରାଜନୈତିକ ଗୋଟିଚାଳନା କରାଗଲେ, କଂଗ୍ରେସ ପାନେ ପାଇବ ଓ ତୃଣମୂଳ କଂଗ୍ରେସକୁ କ୍ଷମତାରୁ ହଟାଯାଇପାରିବ, ସେ ସଂକ୍ରାନ୍ତରେ ଠୋସ୍ କୌଶଳ ଗ୍ରହଣ କରିବା ଲାଗି ଏହି ମାନସମନ୍ଥନ କାର୍ଯ୍ୟକ୍ରମ ହୋଇଥିବା ସୂଚନା ମିଳୁଛି। ଏହି ବୈଠକରେ ଶ୍ରୀ ଶାହଙ୍କ ବ୍ୟତୀତ ପଶ୍ଚିମବଙ୍ଗ ଦାୟିତ୍ବରେ ଥିବା ଦଳର ସାଧାରଣ ସଂପାଦକ, ନିକଟରେ ବିଜେପି ରାଷ୍ଟ୍ରୀୟ ଉପସଭାପତି ଭାବେ ଦାୟିତ୍ବ ନେଇଥିବା ମୁକୁଲ ରୟ, ରାଜ୍ୟ ମୁଖ୍ୟ ଦିଲ୍ଲୀପ ଘୋଷଣ, ପୂର୍ବତନ ରାଜ୍ୟ ମୁଖ୍ୟ ରାହୁଲ ସିହ୍ନା ଓ ଜାତୀୟ ଯୁଗ୍ମ ସାଧାରଣ ସଂପାଦକ ଶିବପ୍ରକାଶ ପ୍ରମୁଖ ଉପସ୍ଥିତ ଥିଲେ।

ଜାତୀୟ ଗଣମାଧ୍ୟମ ସୂତ୍ରରୁ ମିଳୁଥିବା ଖବର ଅନୁସାରେ, ଆସନ୍ତାବର୍ଷ ପ୍ରାରମ୍ଭରେ ହେବାକୁ ଥିବା ଏହି ନିର୍ବାଚନ ଲାଗି ବିଜେପି ଚଳିତ ଅକ୍ଟୋବର ମାସରୁ ହିଁ ଗୋଟିଚାଳନା କରିବ। ଆସନ୍ତା ଦୁର୍ଗାପୂଜାକୁ ପୂରା ଦମରେ ବିଜେପି ବ୍ୟବହାର କରିବାକୁ ଚାହୁଁଛି। ଏଣୁ ଶାହ ପ୍ରଥମେ ପଶ୍ଚିମବଙ୍ଗ ଯାଇ ସେଠାରେ ନିର୍ବାଚନୀ ମାହୋଲ ତିଆରି କରିବେ। ସମ୍ଭବତଃ ପଞ୍ଚମୀରୁ ମହାଷ୍ଟମୀ ମଧ୍ୟରେ ଯେ କୌଣସି ଦିନ ଶ୍ରୀ ଶାହଙ୍କ କାର୍ଯ୍ୟକ୍ରମ ସ୍ଥିର କରିବା ଲାଗି ଯୋଜନା ହୋଇଛି। ସେଦିନ ଏକ ସଭାରେ ସେ ଭାଷଣ ଦେବେ ଓ ଦଳର ନେତାଙ୍କ କାନରେ ନିର୍ବାଚନ ରଣନୀତି ମନ୍ତ୍ର ଫୁଙ୍କିବେ।

ଦଳର ସାଂଗଠନିକ ପୁନର୍ବିନ୍ୟାସ ପରେ ଗୋଟିଏ ଗୋଷ୍ଠୀ ଅସୁଖୀ ହୋଇଥିଲେ। ମୂଳ ବିଜେପି ନେତାମାନେ ମୁକୁଲଙ୍କୁ ନେଇ ପ୍ରତିକ୍ରିୟା ପ୍ରକାଶ କରିବା ସହିତ ଟ୍ବିଟ୍ କରି ତାଙ୍କ ଅସନ୍ତୋଷ ଝାଡ଼ିଥିଲେ। ହେଲେ ରାଷ୍ଟ୍ରୀୟ ସଭାପତି ଶ୍ରୀ ନଡ୍ଡା ଓ ଶ୍ରୀ ଶାହଙ୍କ ଉପସ୍ଥିତିରେ ସମସ୍ତେ ସଂକଳ୍ପ ନେଇଛନ୍ତି ଯେ ଏକାଠି କାର୍ଯ୍ୟ କରିବେ।

ବିଜେପି ନେତାମାନଙ୍କର ଯୁକ୍ତି ହେଉଛି, ଗତ ସାଧାରଣ ନିର୍ବାଚନରେ ବିଜେପିକୁ ଏକ ବଡ଼ ସଂଖ୍ୟା ମିଳିଛି। ୧୮ଟି ଲୋକସଭା ଆସନରେ ଦଳର ନେତାମାନେ ଜିତିଥିଲେ। ଦଳ ବିଶ୍ବାସ ରଖୁଛି, ଏହିସଂଖ୍ୟା ହିଁ ସେମାନଙ୍କୁ ମମତାଙ୍କୁ ହଟାଇବାର ଏକ ସଙ୍କେତ ଦେଉଛି। ଏବେ କୋଭିଡ୍ କଟକଣା ଧୀରେ ଧୀରେ ଯେତିକି କୋହଳ ହେବ, ଦଳ ତାର ସାଂଗଠନିକ କାର୍ଯ୍ୟକ୍ରମକୁ ସେତିକି ଅଧିକ ପରିମାଣରେ ଜୋରଦାର କରିବ।

ଏଠାରେ ପ୍ରକାଶଥାଉକି, ଯେଉଁ କାରଣ ପାଇଁ ବିଜେପି ପଶ୍ଚିମବଙ୍ଗକୁ ଆଖେଇଛି, ସେହି କାରଣରୁ ବିଜେପିର କେନ୍ଦ୍ରୀୟ ନେତୃତ୍ବ ଓଡ଼ିଶାକୁ ହାତଛଡ଼ା କରିବାକୁ ଚାହୁଁନାହାନ୍ତି। ସାଧାରଣ ନିର୍ବାଚନରେ ବିଜେଡିଠାରୁ ମାତ୍ର ଅଳ୍ପ କେଇ  ଦୂରରେ ବିଜେପି ଥିବା ଜାଣିବା ପରେ ସେମାନେ ଏବେ ବିଜେଡି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି।

Leave A Reply

Your email address will not be published.