ପ୍ରମୁଖ ଖବର

୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଅନନ୍ତ ନାଗଙ୍କୁ ଫାଲକେ ସମ୍ମାନ
ଦିଲ୍ଲୀ SIR: ନିୟମ ସ୍ପଷ୍ଟ କଲେ ମୁଖ୍ୟ ନିର୍ବାଚନ ଅଧିକାରୀ
୭୦୦ ଗ୍ରାମ୍‌ ଓଜନ ପାଇଁ ଅଟକିଲା ଗୋଲ୍ଡ ସ୍ୱପ୍ନ, ସୁଚିକାଙ୍କୁ ଏସିଆନ୍ ଗେମ୍ସରେ ବ୍ରୋଞ୍ଜ
ଫ୍ଲାଇଟ୍‌ ଟ୍ରେନିଂ ବେଳେ ବିମାନ ଦୁର୍ଘଟଣା, ୨ ଭାରତୀୟ ଛାତ୍ର ମୃତ
ଆଇଆଇଟି ଛାତ୍ର ମୃତ୍ୟୁ ଘଟଣା: ଡିନ୍‌ ପଦରୁ ନିଲମ୍ବିତ ପ୍ରଫେସର ସୂର୍ଯ୍ୟନାରାୟଣ ଡୁଲ୍ଲା
ଚୀନ୍‌ର କପଡ଼ା କାରଖାନାରେ ଭୟଙ୍କର ନିଆଁ, ୮ ଜଣ ଜୀବନ୍ତ ଦଗ୍ଧ
କେରଳରେ ବର୍ଷା ବିତ୍ପାତ, ୯ ମୃତ; ୬ ଜିଲ୍ଲାକୁ ଅରେଞ୍ଜ୍‌ ଆଲର୍ଟ

ବିଜ୍ଞପ୍ତି ଜାରି: ଡେରା ପକାଇଲାଣି ବିଜେଡି

0

ଭୁବନେଶ୍ବର: ବାଲେଶ୍ବର ଓ ତିର୍ତ୍ତୋଲ ଉପନିର୍ବାଚନ ଲାଗି ଆଜି ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇଛି।ପ୍ରାର୍ଥୀମାନେ ୧୬ ତାରିଖ ସୁଦ୍ଧା ସେମାନଙ୍କର ନାମାଙ୍କନ ପତ୍ର ଦାଖଲ କରିବେ। ୧୭ ତାରିଖ ଦିନ ଯାଞ୍ଚ ଓ ୧୯ ତାରିଖ ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ ଧାର୍ଯ୍ୟ ହୋଇଛି। ନଭେମ୍ବର ୧୨ ତାରିଖ ସୁଦ୍ଧା ସରିବାକୁ ଥିବା ଉପନିର୍ବାଚନ ଲାଗି ଆସନ୍ତା ୩ ତାରିଖ ଦିନ ଭୋଟ ଗ୍ରହଣ ଏବଂ ୧୦ ତାରିଖ ଦିନ ଗଣତି ହେବ।

ରାଜ୍ୟର ପ୍ରମୁଖ ତିନି ଦଳ ପକ୍ଷରୁ କାହାକୁ ପ୍ରାର୍ଥୀ କରାଯିବ, ସେ ନେଇ ଜୋରଦାର କସରତ ଚାଲିଛି। ଦିନେ ଦୁଇଦିନ ମଧ୍ୟରେ ଏ ସଂକ୍ରାନ୍ତରେ ଘୋଷଣା ପ୍ରକ୍ରିୟା ଆରମ୍ଭ ହେବ ବୋଲି ଦଳର ଛାମୁଆ ନେତାମାନେ ସୂଚନା ଦେଇଛନ୍ତି। ତେବେ ବିଜେଡି ସବୁଥର ଭଳି ଏଥର ବି ଉପନିର୍ବାଚନ ପ୍ରଚାର ପ୍ରକ୍ରିୟାରେ ଆଗରେ ଅଛି। ଦଳର ନେତାମାନେ ଏବେଠାରୁ ଯାଇ ନିର୍ବାଚନମଣ୍ଡଳୀରେ ଡେରା ପକାଇଲେଣି। ଏପରିକି ପ୍ରଥମ ପର୍ଯ୍ୟାୟ କର୍ମୀ ବୈଠକ ଶେଷ କରିସାରିଲାଣି।

ଅନ୍ୟପକ୍ଷରେ ତିର୍ତ୍ତୋଲରେ ବିଜେପି ପ୍ରସ୍ତୁତି ଆରମ୍ଭ କରିଛି। ବିଜେପି ପ୍ରଭାରୀ ଶାରଦା ପ୍ରଧାନ ସେଠାରେ ଏକାଧିକ ବୈଠକ କରିଛନ୍ତି ଓ ଦଳ ଡିଆଁ ପାଇଁରାସ୍ତା ଖୋଲାଯାଇଛି। ହେଲେ ବାଲେଶ୍ବରରେ ସେଭଳି ପ୍ରସ୍ତୁତି ଦେଖିବାକୁ ମିଳିନାହିଁ। କଂଗ୍ରେସ ରାଜ୍ୟ ପ୍ରଭାରୀ ଚେଲା କୁମାର ତିର୍ତ୍ତୋଲ ବୁଲି ପ୍ରଥମ ବୈଠକ କରିଛନ୍ତି। ହେଲେ ବାଲେଶ୍ବର ପ୍ରସ୍ତୁତିରେ ସେଭଳି ଠୋସ୍ ରଣନୀତି ନାହିଁ। କିନ୍ତୁ ଉଭୟ ବିଜେପି ଓ କଂଗ୍ରେସ ସେମାନଙ୍କ ନେତାଙ୍କ ଭିତରେ ଦାୟିତ୍ବ ବାଣ୍ଟିସାରିଲେଣି।

Leave A Reply

Your email address will not be published.