ପ୍ରମୁଖ ଖବର

ଫାର୍ମା କମ୍ପାନୀ ଫ୍ୟାକ୍ଟ୍ରି ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୩୪କୁ ବୃଦ୍ଧି
ବିଏମସି କମିଶନର ଆକ୍ରମଣ ଘଟଣାରେ ସଫେଇ କର୍ମଚାରୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ
ଶରଧାବାଲି ଅଘଟଣ ପରେ ଆଜି ପୁରୀ ଯିବେ ମୁଖ୍ୟମନ୍ତ୍ରୀ
ଶସ୍ତା ହେଲା ଏଲପିଜି ସିଲିଣ୍ଡର
ମୃତ୍ତିକା ସଂରକ୍ଷଣ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଦୟାନିଧି ବାଗ୍‌ ଗିରଫ
ଅନିର୍ଦ୍ଦିଷ୍ଟ କାଳ ପାଇଁ ଛୁଟିରେ ଗଲେ ୮ ଜିଲ୍ଲାର ଓଏସ ଓ ଓଆରଏସ ଅଫିସର
ବାଣ ତିଆରି କାରଖାନାରେ ବିସ୍ଫୋରଣ; ୫ ମୃତ
୨ ଦିନିଆ ଓଡିଶା ଗସ୍ତରେ ଆସିବେ ରାଷ୍ଟ୍ରପତି
ବିଶ୍ୱ ପୋଲିସ ଏବଂ ଅଗ୍ନିଶମ କ୍ରୀଡାରେ ବାଜିମାରିଲେ ଓଡ଼ିଶା ପୋଲିସ କନଷ୍ଟେବଳ

ବିଜ୍ଞପ୍ତି ଜାରି: ଡେରା ପକାଇଲାଣି ବିଜେଡି

0

ଭୁବନେଶ୍ବର: ବାଲେଶ୍ବର ଓ ତିର୍ତ୍ତୋଲ ଉପନିର୍ବାଚନ ଲାଗି ଆଜି ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇଛି।ପ୍ରାର୍ଥୀମାନେ ୧୬ ତାରିଖ ସୁଦ୍ଧା ସେମାନଙ୍କର ନାମାଙ୍କନ ପତ୍ର ଦାଖଲ କରିବେ। ୧୭ ତାରିଖ ଦିନ ଯାଞ୍ଚ ଓ ୧୯ ତାରିଖ ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ ଧାର୍ଯ୍ୟ ହୋଇଛି। ନଭେମ୍ବର ୧୨ ତାରିଖ ସୁଦ୍ଧା ସରିବାକୁ ଥିବା ଉପନିର୍ବାଚନ ଲାଗି ଆସନ୍ତା ୩ ତାରିଖ ଦିନ ଭୋଟ ଗ୍ରହଣ ଏବଂ ୧୦ ତାରିଖ ଦିନ ଗଣତି ହେବ।

ରାଜ୍ୟର ପ୍ରମୁଖ ତିନି ଦଳ ପକ୍ଷରୁ କାହାକୁ ପ୍ରାର୍ଥୀ କରାଯିବ, ସେ ନେଇ ଜୋରଦାର କସରତ ଚାଲିଛି। ଦିନେ ଦୁଇଦିନ ମଧ୍ୟରେ ଏ ସଂକ୍ରାନ୍ତରେ ଘୋଷଣା ପ୍ରକ୍ରିୟା ଆରମ୍ଭ ହେବ ବୋଲି ଦଳର ଛାମୁଆ ନେତାମାନେ ସୂଚନା ଦେଇଛନ୍ତି। ତେବେ ବିଜେଡି ସବୁଥର ଭଳି ଏଥର ବି ଉପନିର୍ବାଚନ ପ୍ରଚାର ପ୍ରକ୍ରିୟାରେ ଆଗରେ ଅଛି। ଦଳର ନେତାମାନେ ଏବେଠାରୁ ଯାଇ ନିର୍ବାଚନମଣ୍ଡଳୀରେ ଡେରା ପକାଇଲେଣି। ଏପରିକି ପ୍ରଥମ ପର୍ଯ୍ୟାୟ କର୍ମୀ ବୈଠକ ଶେଷ କରିସାରିଲାଣି।

ଅନ୍ୟପକ୍ଷରେ ତିର୍ତ୍ତୋଲରେ ବିଜେପି ପ୍ରସ୍ତୁତି ଆରମ୍ଭ କରିଛି। ବିଜେପି ପ୍ରଭାରୀ ଶାରଦା ପ୍ରଧାନ ସେଠାରେ ଏକାଧିକ ବୈଠକ କରିଛନ୍ତି ଓ ଦଳ ଡିଆଁ ପାଇଁରାସ୍ତା ଖୋଲାଯାଇଛି। ହେଲେ ବାଲେଶ୍ବରରେ ସେଭଳି ପ୍ରସ୍ତୁତି ଦେଖିବାକୁ ମିଳିନାହିଁ। କଂଗ୍ରେସ ରାଜ୍ୟ ପ୍ରଭାରୀ ଚେଲା କୁମାର ତିର୍ତ୍ତୋଲ ବୁଲି ପ୍ରଥମ ବୈଠକ କରିଛନ୍ତି। ହେଲେ ବାଲେଶ୍ବର ପ୍ରସ୍ତୁତିରେ ସେଭଳି ଠୋସ୍ ରଣନୀତି ନାହିଁ। କିନ୍ତୁ ଉଭୟ ବିଜେପି ଓ କଂଗ୍ରେସ ସେମାନଙ୍କ ନେତାଙ୍କ ଭିତରେ ଦାୟିତ୍ବ ବାଣ୍ଟିସାରିଲେଣି।

Leave A Reply

Your email address will not be published.