ପ୍ରମୁଖ ଖବର

ଦିଲ୍ଲୀରେ କାଲି ‘ନାରୀ ଶକ୍ତି ବନ୍ଦନ ସମ୍ମେଳନ’
୩୬ ଦିନ ପରେ ଓଡ଼ିଶା ଫେରିଲେ ମେରାଇନ୍ ଅଫିସର ଅଶୋକ ଦୀକ୍ଷିତ
ସ୍ୱତନ୍ତ୍ର ସଂସଦ ଅଧିବେଶନ ପୂର୍ବରୁ ସାଂସଦଙ୍କୁ କଡ଼ା ନିର୍ଦ୍ଦେଶ :୩ ଦିନ ଗୃହରେ ଉପସ୍ଥିତ ରହିବା ବାଧ୍ୟତାମୂଳକ
ପରିବାରିକ କଳହର କରୁଣ ପରିଣତି, ମା’ଙ୍କ ହାତରେ ଦୁଇ ଶିଶୁର ମୃତ୍ୟୁ
ଅଦିନିଆ ରଥଯାତ୍ରା ନେଇ ଚିନ୍ତା: ପ୍ରଧାନମନ୍ତ୍ରୀଙ୍କୁ ଗଜପତିଙ୍କ ଚିଠି
୨୧ରେ ରାଉରକେଲା ଗସ୍ତରେ ରାଷ୍ଟ୍ରପତି
ଜମି ଦେବା ନାମରେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କଠୁ ୯୫ ଲକ୍ଷ ଠକିନେଲେ ଆଇଏଏସ୍‌ ଅଧିକାରୀ
ପରଲୋକରେ କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ

ତିନି ଘଣ୍ଟା ଧରି ରୁଦ୍ଧ ଦ୍ବାରରେ କି ଆଲୋଚନା ହେଲା?

0
  • ଚେଲ୍ଲାକୁମାରଙ୍କ ପ୍ରଥମ ଗସ୍ତରେ କଂଗ୍ରେସ ଶିବିରରେ କମ୍ପନ
  • ଉପନିର୍ବାଚନ ପରେ ଦଳରେ ଏକ ବଡ଼ ପରିବର୍ତ୍ତନ ସମ୍ଭାବନା
  • କାହିଁକି ଦଳ ବିପର୍ଯ୍ୟୟ ସାମ୍ନା କରୁଛି, କିଏ ଦୋଷୀ ସେ ତଥ୍ୟ ନେଲେ

ଭୁବନେଶ୍ବର: ଓଡ଼ିଶା ପ୍ରଭାରୀ ଡାକ୍ତର ଚେଲ୍ଲାକୁମାରଙ୍କ ଗସ୍ତ ଏବେ ରାଜ୍ୟ କଂଗ୍ରେସ ଶିବିରକୁ ଚଳଚଞ୍ଚଳ କରିଦେଇଛି। ଡାକ୍ତର ଚେଲ୍ଲାକୁମାର ଉପନିର୍ବାଚନ କ୍ଷେତ୍ର ତିର୍ତ୍ତୋଲ ଓ ବାଲେଶ୍ବର ଗସ୍ତ କରିବା ସହିତ ଦଳର ରାଜ୍ୟ କାର୍ଯ୍ୟାଳୟରେ ବରିଷ୍ଠ ନେତାମାନଙ୍କ ସହିତ ଆଲୋଚନା କରିଥିଲେ। ଗଣମାଧ୍ୟମକୁ ଭେଟି ସିଧାସଳଖ ରାଜ୍ୟ ସରକାରଙ୍କ ବିରୋଧରେ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରିଥିଲେ। ଦମ୍ଭ ଦେଖାଇଥିଲେ ଯେ ୨୦୨୪ରେ କଂଗ୍ରେସ ସରକାର କରିବ ଓ ୩ମାସ ମଧ୍ୟରେ ଅନେକ ଯୁବକ ଦଳରେ ସାମିଲ ହେବେ।

ହେଲେ ଏସବୁ ରଣନୀତି ଶାସକ ଦଳକୁ କେତେ ଚିନ୍ତାରେ ପକାଇଛି ବା ଦଳର ବରିଷ୍ଠ ନେତାଙ୍କୁ ସକ୍ରିୟ କରିଛି, ତାହା ଏଯାଏ ଜଣାପଡିନାହିଁ। ବରଂ ଏହି ପ୍ରସଙ୍ଗକୁ ନେଇ କଂଗ୍ରେସ ଶିବିରରେ କମ୍ପନ ସୃଷ୍ଟି ହୋଇଛି ଯେ କଂଗ୍ରେସ ବିଧାୟକ ଦଳ ସହିତ ଚେଲ୍ଲାକୁମାରଙ୍କ ତିନି ଘଣ୍ଟିଆ ରୁଦ୍ଧ ଦ୍ବାରରେ କି କି ପ୍ରସଙ୍ଗ ଆଲୋଚନା ହେଲା। ବିଧାୟକମାନେ ଚେଲ୍ଲାଙ୍କ କାନରେ କଣ ସବୁ ମନ୍ତ୍ର ଫୁଙ୍କିଲେ ବା ଚେଲ୍ଲା କାହିଁକି ବିଧାୟକ ଦଳକୁ ଏତେ ଗୁରୁତ୍ବ ଦେଲେ?

ଅତି ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ଫରେଷ୍ଟ ପାର୍କ ସ୍ଥିତ ଆବାସିକ କାର୍ଯ୍ୟାଳୟରେ ଡାକ୍ତର ଚେଲ୍ଲାକୁମାର ରାତ୍ରିଭୋଜନ ମଧ୍ୟ କରିଛନ୍ତି। ଓଡ଼ିଶା ରାଜନୀତି ଓ ଦଳୀୟ ନେତାଙ୍କ କାରନାମା ସଂପର୍କରେ ଆପାତତଃ ଏକ ଚିତ୍ର ତାଙ୍କୁ ସେଠାରୁ ମିଳିଛି। କେବଳ ସେତିକି ନୁହେଁ, ଯେଉଁମାନେ ନିଜର କାର୍ଯ୍ୟକଳାପ ନେଇ ଏକ ବଢାଚଢା କଥା କହିଥିଲେ, ସେମାନଙ୍କର ଅସଲ କାର୍ଯ୍ୟକଳାପ ସଂପର୍କରେ ସେ ଟିକିନିଖି ଠଉରାଇ ନେଇଛନ୍ତି।

ଗୋଷ୍ଠୀକନ୍ଦଳ କିଭଳି ଦଳକୁ ଖିନ୍‌ଭିନ୍ କରିଛି, ବିଧାନସଭାରେ ଗତ ୨୦ବର୍ଷ ମଧ୍ୟରେ କଂଗ୍ରେସ ଉଲ୍ଲେଖନୀୟ ପ୍ରଦର୍ଶନ କରି ଆସୁଥିଲେ ବି ଦଳ କିଭଳି ସାଂଗଠନିକସ୍ତରରେ ଏସବୁକୁ ଲୋକଙ୍କ ପାଖକୁ ନେବାରେ ବିଫଳ ହୋଇଛି, କୌଣସି ରାଜ୍ୟସ୍ତରୀୟ ଠୋସ୍ କାର୍ଯ୍ୟକ୍ରମ ନେବା କ୍ଷେତ୍ରରେ ଦଳୀୟ ନେତାଙ୍କ ଅନାଗ୍ରହ, ବାରମ୍ବାର ଗୋଟିଏ ଗୋଟିଏ ଗୋଷ୍ଠୀ କିଭଳି ଦୁର୍ବଳ କରିବା ଲାଗି ରଣନୀତି ସଂରଚନା କରୁଛନ୍ତି, ସର୍ବୋପରି ନୂଆଦିଲ୍ଲୀରେ ଥିବା କେନ୍ଦ୍ରୀୟ ନେତାଙ୍କ ସହଯୋଗରେ ରାଜ୍ୟ କଂଗ୍ରେସକୁ କିଭଳି ଦୁର୍ବଳ କରିବା ଲାଗି ଏକ ବିଧିବଦ୍ଧ ଷଡ଼୍‌ଯନ୍ତ୍ର ଗତ ୧୨ବର୍ଷ ହେଲା ଚାଲିଛି, ସେ ସଂପର୍କରେ ବିଶଦ ଏକ ଚିତ୍ର ଚେଲ୍ଲାକୁମାର ଓଡ଼ିଶା ଗସ୍ତ ଅବସରରେ ପାଇଛନ୍ତି।

କଂଗ୍ରେସ ଶିବିରରୁ ମିଳୁଥିବା ଖବରକୁ ବିଶ୍ବାସ କରାଗଲେ, ଆସନ୍ତା ବାଲେଶ୍ବର ଓ ତିର୍ତ୍ତୋଲ ଉପନିର୍ବାଚନ ପରେ ଦଳରେ ଏକ ବଡ଼ ପରିବର୍ତ୍ତନ ଲାଗି ନକ୍ସା ଆଙ୍କି ଯାଇଛନ୍ତି ଚେଲ୍ଲାକୁମାର। ବିଶେଷକରି ପରାଜିତ ନେତାମାନଙ୍କ ସଂପର୍କରେ ତାଙ୍କର ଏକ ଭଲ ଧାରଣା ନାହିଁ ବା କ୍ରମାଗତ ଭାବେ ହାରି ଆସୁଥିବା ନେତାଙ୍କୁ ସାମ୍ନାରେ ରଖି ଦଳ ବହୁତ ଲମ୍ବା ରାସ୍ତା ଯାଇପାରିବ ନାହିଁ ବୋଲି ତାଙ୍କର ହୃଦ୍‌ବୋଧ ହୋଇଛି।

ଦୁଇଥର ବିଧାୟକ ଓ ଏବେ ସାଂସଦ ଥିବା ଚେଲ୍ଲାକୁମାର ପେଷାରେ ଜଣେ ଡାକ୍ତର ଥିଲେ ହେଁ ଉଭୟ ଛାତ୍ର ଓ ଯୁବ କଂଗ୍ରେସରୁ ଦଳର ନେତୃତ୍ବ ନେଇ ଆସିଛନ୍ତି। ୨୦୧୭ରୁ ରାହୁଲ ଗାନ୍ଧୀଙ୍କର ଜଣେ ବଡ଼ ସହଯୋଗୀ ବୋଲି ତାଙ୍କୁ ବିଚାର କରାଯାଉଛି। ରାହୁଲ ଗୋଟିଏ ସମୟରେ ଦିଗବିଜୟ ସିଂହଙ୍କୁ ଦୂରେଇ ଗୋଆରେ ଚେଲ୍ଲାକୁମାରଙ୍କ ନେତୃତ୍ବରେ ଦଳ ସଜାଡିବା ପାଇଁ ଯୋଜନା ଚଳାଇଥିଲେ। ଏବେ ଚେଲ୍ଲାକୁମାର ନୂଆଦିଲ୍ଲୀ ଫେରିବା ପରେ ରାହୁଲ ଗାନ୍ଧୀଙ୍କ ସହିତ ଓଡ଼ିଶା କଂଗ୍ରେସ ସଂପର୍କରେ ବିଶଦ ଆଲୋଚନା କରିବେ ବୋଲି ସୂଚନା ଦେଇଛନ୍ତି। ଏହା ପରେ ଆବଶ୍ୟକ ପଦକ୍ଷେପ ନେବେ ବୋଲି କିଛି ନେତାଙ୍କୁ ସୂଚାଇଛନ୍ତି।

Leave A Reply

Your email address will not be published.